Below header

ପଛଘୁଞ୍ଚା ଦେବାକୁ ଇସ୍ରାଏଲ ଓ ହାମାସ ଉଭୟ ଅରାଜି, ଆଉ ଅକାଳରେ ଚାଲିଯାଉଛି ଧନଜୀବନ

ହାମାସ କହିଛି ଯେ ଯଦି ଇସ୍ରାଏଲ୍‌ ଆକ୍ରମଣ କରିବା ବନ୍ଦ ନକରିବେ, ତାହେଲେ ଇସ୍ରାଏଲରୁ ଅପହରଣ କରିଥିବା ଲୋକଙ୍କୁ ଗୋଟିଏ ଗୋଟିଏ ମାରିବା ଆରମ୍ଭ କରିବେ ।

ଇସ୍ରାଏଲ୍‌ ଓ ହାମାସ ମଧ୍ୟରେ ଯୁଦ୍ଧକୁ ୪ ଦିନ ହୋଇଗଲାଣି । ଗତ ଶନିବାର ହାମାସ ୫୦୦୦ ରକେଟ ସାହାଯ୍ୟରେ ଇସ୍ରାଏଲ୍‌ ଉପରେ ଆକ୍ରମଣ କରିଥିଲା ।  ଏହି ଲଢେଇରେ ଉଭୟ ପକ୍ଷରୁ ପ୍ରାୟ ୧୬ଶହ ଜୀବନ ଗଲାଣି । ଇସ୍ରାଏଲ୍‌ରେ ୯ଶହ ଲୋକଙ୍କ ଜୀବନ ଯାଇଥିବା ବେଳେ ହାମାସରେ ୭ଶହ ଜୀବନ ଯାଇଛି । ଇସ୍ରାଏଲ୍‌ରେ ୯ଶହ ଲୋକଙ୍କ ଜୀବନ ଯିବାସହ ୨୬୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହାସହ ହାମାସରେ ୭ଶହ ଜୀବନ ଯାଇଥିବା ବେଳେ ୪୦୦୦ ଲୋକ ଗୁରୁତର ଆହତ ହୋଇଛନ୍ତି । ହାମାସର ଗାଜାରେ ପ୍ରାଣ ଯାଇଥିବା ଲୋକଙ୍କ ମଧ୍ୟରେ ୧୪୩ ପିଲା ଓ ୧୦୫ ମିହିଳା ସାମିଲ ଅଛନ୍ତି । କେବଳ ଏତିକି ନୁହେଁ, ଏହାର ପ୍ରଭାବ ଲେବାନନରେ ମଧ୍ୟ ପଡିଛି ଓ ସେଠାରେ ୩ ଜଣ ଲୋକଙ୍କ ଜୀବନ ଯାଇଛି । ଅନ୍ୟ ପଟରେ େଓ୍ଵଷ୍ଟ ବଙ୍କ୍‌ରେ ୧୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସମୟରେ ୨୬୧୬ ଲୋକ ଆହତ ହୋଇଛନ୍ତି । ତେବେ ଦୁଇ ପକ୍ଷକୁ ମିଶାଇ ଦେଖିଲେ ୧୬୦୦ ଲୋକଙ୍କ ପ୍ରାଣ ଯାଇଛି ଓ ୬୦୦୦ ଲୋକରୁ ଅଧିକ ଆହତ ହୋଇଛନ୍ତି ।

ଇସ୍ରାଏଲ୍‌ ଓ ହାମାସ ମଧ୍ୟରୁ କେହି ପଛ ଘୁଞ୍ଚା ଦେବା ପାଇଁ ଚାହୁଁନାହାନ୍ତି । ଏହାସହ ହାମାସ କହିଛି ଯେ ଯଦି ଇସ୍ରାଏଲ୍‌ ଆକ୍ରମଣ କରିବା ବନ୍ଦ ନକରିବେ, ତାହେଲେ ଇସ୍ରାଏଲରୁ ଅପହରଣ କରିଥିବା ଲୋକଙ୍କୁ ଗୋଟିଏ ଗୋଟିଏ ମାରିବା ପାଇଁ ଆରମ୍ଭ କରିବେ । ଏହା ଶୁଣି ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି ଯେ, ହାମାସର ଏହି ଭଳି କାମ କରିବା ପରେ ପଛ ଘୁଞ୍ଚା ଦେବାର ପ୍ରଶ୍ନ ଉଠୁନି । ତେବେ ଏହି ଯୁଦ୍ଧ ପରିସ୍ଥିତିରେ ଆମେରିକା, ଜର୍ମାନୀ, ଫ୍ରାନ୍ସ ଓ ଇଟାଲୀ ଇସ୍ରାଏଲ୍‌କୁ ଏକ ସର୍ମଥନର ବୟାନ ଜାରି କରିଛନ୍ତି । ଏହାସହ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ସହ କଥା ହେଲେ ଭାରତର ପ୍ରଧାନମନ୍ତ୍ରୀ ମୋଦି ।

ଇସ୍ରାଏଲ୍‌ ନିଜ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ହାମାସ ରକେଟ ଆକ୍ରମଣର ଉତ୍ତର ଦେଇଛି । ଇସ୍ରାଏଲ୍‌ ଆଇରନ ଡୋମ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ହାମାସର ଅନେକ ରକେଟକୁ ଧ୍ୱଂସ କରିଛି । ହାମାସର ଏହି ରକେଟ ଆକ୍ରମଣ ଫଳରେ ଇସ୍ରାଏଲ୍‌ର ଆବାସିକ ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଛି ।

ଏହି ଯୁଦ୍ଧରେ ଇସ୍ରାଏଲ୍‌ ନିଜର ସୁରକ୍ଷ କରିବା ପାଇଁ ବାୟୁସେନା ସାହାଯ୍ୟରେ ହାମାସର ଆତଙ୍କବାଦୀଙ୍କ ରହିଥିବା ସ୍ଥାନରେ ବୋମା ମାଡ କରିଛି । ଅନ୍ୟପକ୍ଷେ ହାମାସର ଆକ୍ରମଣକାରୀ ସମୁଦ୍ର ପଥ ଦେଇ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲା ବେଳେ ଇସ୍ରାଏଲ୍‌ର ବାୟୁସେନା ପାଲଟା ଆକ୍ରମଣ କରିଛି । ଯାହା ଫଳରେ ହାମାସ ଆତଙ୍କବାଦୀମାନଙ୍କର ମୃତ୍ୟୁ ହେବା ସହ ସେମାନେ ସମୁଦ୍ରରେ ହିଁ ଲୀନ ହୋଇଥିଲା ।

ଏହି ଯୁଦ୍ଧରେ ଇସ୍ରାଏଲ୍‌ର ସେନା, ବାୟୁସେନା ଓ ନୌସେନା ମଧ୍ୟ ସାମିଲ ଆଛନ୍ତି । ହାମାସ ଆକ୍ରମଣର ପ୍ରତିଶୋଧ ନେବାକୁ ଲାଗିଛି ଇସ୍ରାଏଲ । ଯୁଦ୍ଧ ହେଉଥିବା ସ୍ଥାନରେ ମିସାଇଲ୍‌ ଓ ରକେଟ୍‌ର ବର୍ଷା ହେବାକୁ ଲାଗିଛି । ଇସ୍ରାଏଲ୍‌ ଗାଜାର ବିଦ୍ୟୁତ ଯୋଗାଣ ବନ୍ଦ କରି ଜୋରଦାର ଆକ୍ରମଣ କରୁଛି । ହାମାସ ବିରୋଧରେ ଇସ୍ରାଏଲ୍‌ର ଲକ୍ଷ ଲକ୍ଷ ସେନା ଲଢୁଥିବା ବେଳେ ଏବେ ଇସ୍ରାଏଲ୍‌ ଆଉ ୩ ଲକ୍ଷ ରିଜର୍ଭ ଫୋର୍ସ ପ୍ରସ୍ତୁତ କରୁଛି । ଏହି ଯୁଦ୍ଧ ହେବା ଫଳରେ ସମଗ୍ର ବିଶ୍ୱରେ ବ୍ୟାପକ ପ୍ରଭାବ ପକାଇଛି । ଏହା ସହ ଯୁଦ୍ଧ ହେଉଥିବା ସ୍ଥାନରେ ଧନ ଜୀବନ ନଷ୍ଟ ହେବା ସହ ସେଠିକାର ଅର୍ଥନୀତି ଉପରେ  ପ୍ରଭାବ ମଧ୍ୟ ପଡିଛି । ଏହି ଯୁଦ୍ଧ କାଳୀନ ପରିସ୍ଥିତି ଦେଖିବା ପାରେ ଅନୁମାନ କରାଯାଉଛି ଯେ ଆଗକୁ ବହୁତ ହିଁ ବଡ ସଙ୍କଟ ହୋଇପାରେ ।

ସୂଚନା ଅନୁସାରେ, ଏମାନଙ୍କ ମଧ୍ୟରେ ୧୦୦ ବର୍ଷ ହେବ ଯୁଦ୍ଧ ଜାରି ରହିଛି । ହାମାସର ଗାଜା ପଟ୍ଟୀ ଅଞ୍ଚଳରେ ବିବାଦ ଲାଗି ରହିଛି । ପାଲେଷ୍ଟାଇନ ଉପରେ ଗାଜା ଅଧିକାର ସାବ୍ୟସ୍ତ କରୁଥିବା ବେଳେ ଇସ୍ରାଏଲ୍‌ ଏହାକୁ ଛଡିବାକୁ ପ୍ରସ୍ତୁତ ନାହିଁ । ଏହି କାରଣ ଯୋଗୁ ଏଭଳି ଭୟଙ୍କର ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଆଗକୁ ଯାଇ ଏହାର ପରିଣାମ କଣ ହେବ ତାହା କହିବ ମୁସ୍କିଲ ହୋଇଛି । ଏମାନଙ୍କ ମଧ୍ୟରେ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱ ପ୍ରଭାବିତ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.