Below header

କରୋନା ଭୟ : ୧୪ ଲକ୍ଷ ଟଙ୍କାକୁ ପ୍ରଥମେ ଓ୍ଵାଂଶିମେସିନରେ ଧୋଇଲେ, ତା’ପରେ ଓଭନରେ ଶୁଖାଇଲେ

କରୋନା ଭାଇରସ୍ ଭାରତ ସମେତ ବିଶ୍ୱର ଅନେକ ଦେଶରେ ସଙ୍କଟ ସୃଷ୍ଟି କରିଛି । ଏହି ମହାମାରୀ ସୃଷ୍ଟି କରିଛି ଅନେକ ଚ୍ୟାଲେଞ୍ଜ ଏବଂ ବିପଦ। ଯାହାର ମୁକାବିଲା ପାଇଁ ଲୋକମାନେ ଯତ୍ନବାନ ହେଉଛନ୍ତି । ଏହି ସମୟରେ ଏକ ମାମଲା ସାମ୍ନାକୁ ଆସିଛି ଯେ ଜଣେ ବ୍ୟକ୍ତି କରୋନା ଭୟରେ ୱାଶିଂମେସିନରେ ବହୁ ସଂଖ୍ୟକ ନୋଟ୍ ଧୋଇଛନ୍ତି ।

ଏଭଳି ମାମଲା ଦକ୍ଷିଣ କୋରିଆର ଘଟିଛି । ସୂଚନା ଅନୁଯାୟୀ, ଦକ୍ଷିଣ କୋରିଆର ସିଓଲ୍ ନିକଟ ଆନ୍ସନ୍ ସହରରେ ରହୁଥିବା ଜଣେ ବ୍ୟକ୍ତି କରୋନା ସଂକ୍ରମଣ ଭୟରେ ରୋକିବା ୱାଶିଂ ମେସିନରେ ସମସ୍ତ ଟଙ୍କା ଧୋଇଥିଲେ । ସେ ୱାଶିଂ ମେସିନରେ ହଜାର କିମ୍ବା ୧୦ ହଜାର ନୁହେଁ ୧୪ ହଜାର ଟଙ୍କା ଧୋଇଛନ୍ତି । ଏହାପରେ ସେ ତାକୁ ଶୁଖାଇବା ପାଇଁ ଓଭନରେ ରଖି ଦେଇଥିଲେ । ଫଳରେ ଅନେକ ନୋଟ୍ ପୋଡି ଯାଇଥିଲା ।

money

ବ୍ୟକ୍ତିଙ୍କ ଡିସଇନଫେକ୍ଟ କରିବା ଉପାୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଅଧିକାରୀଙ୍କ ଅନୁସାରେ କ୍ଷୟକ୍ଷତି ବହୁ ହୋଇଥିଲା । ସେ କହିଛନ୍ତି ଯେ ଅଧିକାଂଶ ନୋଟ୍ ନଷ୍ଟ ହୋଇଯାଇଛି । ଯାହା ପରେ ସେହି ବ୍ୟକ୍ତି ବ୍ୟାଙ୍କ ଅଫ୍ କୋରିଆ ଏହା ଜାଣିବା ପାଇଁ ପହଞ୍ଚିଥିଲା ନୂଆ ବିଲ୍ ପାଇଁ ଏହି ନୋଟ୍ ଗୁଡିକ ପରିବର୍ତ୍ତନ କରାଯାଇ ପାରିବ କି ନାହିଁ ।

TANKA

ବ୍ୟକ୍ତି ଜଣଙ୍କ କେବଳ ପରିବାରର ନାମ EOM ଦ୍ବାରା ଚିହ୍ନଟ ହୋଇଛନ୍ତି । ଗୋପନୀୟ ଆଇନ ହେତୁ ବ୍ୟାଙ୍କ ଅଧିକାରୀମାନେ ଆଉ କୌଣସି ବ୍ୟକ୍ତିଗତ ସୂଚନା ଦେଇନାହାଁନ୍ତି । ବର୍ତ୍ତମାନ ଯୁବକଙ୍କ ଟଙ୍କାକୁ ଡିସଇନଫେକ୍ଟ କରିବାର ପଦ୍ଧତି ଚର୍ଚ୍ଚାର ବିଷୟ ପାଲଟିଛି ।

ନୋଟ୍‌କୁ ଭୂତାଣୁ ମୁକ୍ତ କରିବାର ଏଭଳି ଉପାୟକୁ ନେଇ ସମସ୍ତେ ଆଶ୍ଚର‌୍ୟ୍ୟ ହେଉଛନ୍ତି । ତେବେ ଦକ୍ଷିଣ କୋରିଆ ରିଜର୍ଭ ବ୍ୟାଙ୍କର ସୂଚନା ଅନୁଯାୟୀ ଜାନୁଆରୀରୁ ଜୁନ୍ ମାସ ମଧ୍ୟରେ ପୋଡ଼ି ଯାଇଥିବା କୋଟି କୋଟି ଟଙ୍କାର ନୋଟ୍ ସମସ୍ତ ବ୍ୟାଙ୍କକୁ ବଦଳ ପାଇଁ ଆସିଛି । ଆଉ ଏହା ପଛରେ ନୋଟ୍ ଦ୍ୱାରା କରୋନା ସଂକ୍ରମଣର ଭୟ ହେଉଛି ମୁଖ୍ୟ କାରଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.