ବିମାନ ସେବା ଭଳି ରେଳ ଟିକେଟ ଭଡା ନିର୍ଦ୍ଧାରଣ ଦାୟିତ୍ୱ ଯିବ ବେସରକାରୀ ସଂସ୍ଥା ହାତକୁ

ଦେଶରେ ଖୁବ ଶୀଘ୍ର ବେସରକାରୀ କମ୍ପାନୀ ଗୁଡ଼ିଙ୍କୁ ରେଳଭଡ଼ା ନିର୍ଦ୍ଧାରଣ ଦାୟିତ୍ୱ ଦିଆଯିବ । ରେଳ ଭଡ଼ା ବି ଆଗକୁ ବିମାନ ଭଡା ଅନୁଯାୟୀ ନିର୍ଦ୍ଧାରଣ ହେବ ବୋଲି ଜଣାଯାଇଛି । ଏହା ପଛରେ ବି ଏକ ବିଶେଷ କାରଣ ରହିଛି । ଏହା ଦ୍ୱାରା ବେସରକାରୀ କମ୍ପାନୀ ମାନେ କିଛି ନିର୍ଦ୍ଧରିତ ରୁଟରେ ହିଁ ଟ୍ରେନ ଚଳାଚଳ ନିୟନ୍ତ୍ରଣ କରିପାରିବେ । ଭାରତୀୟ ରେଳ ବିଭାଗ ତରଫରୁ ଏହି ଦାୟିତ୍ୱ କିଛି ବେସରକାରୀ କମ୍ପାନୀ ମାନଙ୍କୁ ଦିଆଯାଇଛି | ନୂଆ ବ୍ୟବସ୍ଥା ନେଇ ଦାୟିତ୍ୱରେ ଥିବା ପ୍ରାଇଭେଟ କମ୍ପାନୀ ମାନଙ୍କୁ ବି ଅନୁମତି ମିଳିସାରିଛି । ଭଡ଼ା ନିର୍ଦ୍ଧରଣ କରିବା ନେଇ କମ୍ପାନୀ ଗୁଡ଼ିକୁ କୌଣସି ବୋର୍ଡ କିମ୍ବା ନିୟାମକ ମାନଙ୍କ ଅନୁମତି ନେବାକୁ ପଡିବ ନାହିଁ ।

ପ୍ରାଇଭେଟ କମ୍ପାନୀ ମାନେ ଏଣିକି ଭାରତୀୟ ନେଟୱର୍କରେ ଟ୍ରେନ ଚଳାଇବା ଅନୁଯାୟୀ ହିଁ ଭଡା ଆଦାୟ କରିବେ । ନିକଟରେ ହିଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏନେଇ ସୂଚନା ଦେଇଛନ୍ତି । ପ୍ରାୟ ୧୦ ଦିନ ତଳେ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ବି ଏନେଇ ଆଲୋଚନା ହୋଇଥିଲା । ଏହି ବୈଠକରେ ୧୦୯ ଟି ରୁଟରେ ୧୫୧ ଟି ଟ୍ରେନ ଚଳାଚଳ ନେଇ ଅନୁମତି ମିଳିବ ବୋଲି ସ୍ଥିର ହୋଇଥିଲା । ଏହି ବ୍ୟବସ୍ଥା ଆସନ୍ତା ୩୫ ବର୍ଷ ଧରି ଚାଲିବ ବୋଲି ଜଣାଯାଇଛି । ପରିସ୍ଥିତିକୁ ନେଇ ହିଁ କମ୍ପାନୀ ମାନେ ଭଡା ନିର୍ଦ୍ଧାରଣ କରି ପାରିବେ । ଏନେଇ କୌଣସି ମଞ୍ଜୁରୀର ଆବଶ୍ୟକତା ପଡିବ ନାହିଁ ।

ଅଧିକାରୀଙ୍କ ଅନୁଯାୟୀ, ପ୍ରାଇଭେଟ ଟ୍ରେନ ଗୁଡିକର ଭଡା ବର୍ତ୍ତମାନର ଭଡା ଠାରୁ କିଛିଟା ଅଧିକ ହେବ ବୋଲି ଜଣାଯାଈଛି । ଏହାବାଦ ଦାୟିତ୍ୱରେ ଥିବା ପ୍ରାଇଭେଟ କମ୍ପାନୀ ମାନେ ନିଜ ୱେବସାଇଟ ଜରିଆରେ ଟିକେଟ କିଣାବିକା କରିପାରିବେ । ନୂଆ ବ୍ୟବସ୍ଥା ଜାରି ହେଲେ ରେଳ ଚଳାଚଳର ସମୟ ସଠିକ ହେବା ସହ ଟ୍ରେନ ଗୁଡିକରେ ମଧ୍ୟ ଉନ୍ନତିକରଣ ହୋଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.