ବାପାଙ୍କ ସହ ଗାଧୋଇ ଯାଇ ମହାନଦୀରେ ଭାସିଗଲେ ୩ ଭାଇଭଉଣୀ

କଟକ (କେନ୍ୟୁଜ ବ୍ୟୁରୋ): ମହାନଦୀରେ ଭାସିଗଲେ ୩ଜଣ ଭାଇଭଉଣୀ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ସୁନାଦେଇ ପାହାଡ଼ ନିକଟ ମହାନଦୀରେ । ଭାସିଯାଇଥିବା ୨ ଶିଶୁଙ୍କୁ ମତ୍ସ୍ୟଜୀବୀ ଉଦ୍ଧାର କରିଥିବା ବେଳେ ନିଖୋଜ ବଡ଼ ଭଉଣୀକୁ ଖୋଜାଖୋଜି ଜାରି ରହିଛି ।

ସୂଚନା ଅନୁସାରେ ଗୋଟିଏ ପରିବାର ଦୁଇ ଭଉଣୀ ଓ ଜଣେ ଭାଇ ଏକାଠି ହୋଇ ବାପାଙ୍କ ସହ ଗାଧୋଇବାକୁ ଆସିଥିଲେ । ଏହି ସମୟରେ ମହାନଦୀର ସ୍ରୋତରେ ୩ ଜଣ ଭାସି ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.