ନୃସିଂହନାଥ ପୀଠର ଅନନ୍ୟ ପରମ୍ପରା ଦହି ପଖାଳ ଭୋଗ

ପ୍ରଚଣ୍ଡ ଗ୍ରୀଷ୍ମ ତାତିରେ ମଣିଷ ତ୍ରାହି ତ୍ରାହି ଡାକୁଛନ୍ତି । ରୌଦ୍ର ତାପରୁ ରକ୍ଷା ପାଇଁ ମଣିଷ କଅଣ ଭଗବାନଙ୍କ ଖାଦ୍ୟପେୟରେ ମଧ୍ୟ ପରିବର୍ତ୍ତନ ଅଣା ଯାଇଛି । ଏହିପରି ଏକ ଅନନ୍ୟ ପରମ୍ପରାର ପ୍ରତୀକ ପଶ୍ଚିମ ଓଡିଶାର ଶ୍ରୀ ଶ୍ରୀ ନୃସିଂହନାଥ ପୀଠ । ଅକ୍ଷୟ ତୃତୀୟା ଠାରୁ ସାତ ଦିନ ଯାଏଁ ମହାପ୍ରଭୁ ଶ୍ରୀ ଶ୍ରୀ ମାର୍ଜାରକେଶରୀ ନୃସିଂହନାଥଙ୍କ ଠାରେ ଲାଗି ଥାଏ ପଖାଳ ଭୋଗ ।

NRUSINGHA NATH-1ପଦ୍ମପୁର ଉପଖଣ୍ଡ ସଦରମହକୁମା ଠାରୁ ୩୨ କିଲୋମଟର ଦୁରରେ ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଅବସ୍ଥିତ ମହାପ୍ରଭୁ ଶ୍ରୀ ଶ୍ରୀ ନୃସିଂହନାଥଙ୍କ ପୀଠ । ଗ୍ରୀଷ୍ମ ତାତିରୁ ରକ୍ଷା ପାଇଁ ମଣିଷ ଯେମିତି ନାନ ପ୍ରକାରର ଆଡମ୍ବର କରିଥାଏ, ଖାଦ୍ୟ ପେୟରେ ପରିବର୍ତ୍ତନ କରିଥଏ । ସେହିଭଳି ଶ୍ରୀ ଶ୍ରୀ ନୃସିଂହନାଥଙ୍କ ଠାରେ ଲାଗୁଥିବା ଭୋଗରେ ମଧ୍ୟ ପରିବର୍ତ୍ତନ କରାଯାଇଥାଏ । ବୈଶାଖ ଶୁକ୍ଳ ଅକ୍ଷୟ ତୃତୀୟା ଠରୁ ନବମୀ ଯାଏଁ ରୌଦ୍ର ତାପ ଯୋଗୁଁ ମହାପ୍ରଭୁଙ୍କ ଠାରେ ପଖାଳ ଭୋଗ ଲାଗିଥାଏ । ଏହି ପ୍ରସାଦ ଭକ୍ତଙ୍କୁ ବଣ୍ଟା ଯାଇଥାଏ । ପ୍ରସାଦ ପାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ ହୋଇଥାଏ ।

pakhala bhoga-2pakhala bhoga-3ଆବାହମାନ କାଳରୁ ମହାପ୍ରଭୁଙ୍କ ଠାରେ କନ୍ଧ ପରମ୍ପରା ଅନୁଯାୟୀ ଲାଗି ଆସୁଅଛି ଏହି ପଖାଳ ଭୋଗ । ପରମ୍ପରା ଗତ ଭାବରେ ଉପରବେଳା ଭାତରେ ଟଭାପତ୍ର, କଂଚା ଆମ୍ବ, ଦହି, ଆଦି ପକାଇ ନୃସିଂହନାଥଙ୍କ ପାଇଁ ଏହି ସ୍ୱତନ୍ତ୍ର ପଖାଳ ପ୍ରସ୍ତୁତ କରାଯାଇଥାଏ । ଏହା ସହ ଶୀତଲତା ପାଇଁ ମହାପ୍ରଭୁ ତଥା ପାର୍ଶ୍ୱ ଦେବାଦେବୀଙ୍କ ମୁଥାରେ ଚନ୍ଦନ ପ୍ରଲେପ କରି ଓଦା କନା ତଥା କଳସୀରେ ପାଣି ରଖା ଯାଇଥାଏ । ତେବେ ଶ୍ରୀ ଶ୍ରୀ ନୃସିଂହନାଥଙ୍କ ସ୍ୱତନ୍ତ୍ର ପଖାଳ ଭୋଗ ଭକ୍ତଙ୍କ ଅତି ପ୍ରିୟ ।

ବରଗଡ଼ ପଦ୍ମପୁରରୁ ପ୍ରିୟ ରଞ୍ଜନ ଭୋଇଙ୍କ ରିପୋର୍ଟ, କେ ନଉଜ଼

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.