ଅଜବ ନିୟମ ଥିବା ଦେଶ ଯେଉଁଠି ବାପା ବିବାହ କରେ ଝିଅକୁ

ଦୁନିଆରେ ଏପରି ବହୁତ ଦେଶ ଅଛି ଯାହାକି ନିଜର ଅଜବ ଆଇନ କାନୁନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଏ । ଏପରି ଏକ ଦେଶ ହେଉଛି ଇରାନ ଯେଉଁଠି କିଛି ଏପରି ଅଜବ ଆଇନ କାନୁନ ଅଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏଠାରେ ହାତ ମିଶାଇବାଠୁ ନେଇ ସମ୍ପର୍କ ରଖିବା ପର୍ଯ୍ୟନ୍ତ ଲୋକମାନଙ୍କ ଉପରେ ଅନେକ ପ୍ରକାର ପ୍ରତିବନ୍ଧକ ଲଗାଯାଇଥାଏ ।

ଇରାନରେ ମହିଳାମାନଙ୍କୁ ଅନ୍ୟ ପୁରୁଷଙ୍କ ସହ ହାତ ମିସାଇବାକୁ ଏକ ଅପରାଧ ବୋଲି ମାନି ନିଆଯାଇଥାଏ । ଯଦି ଜଣେ ମହିଳା ଅନ୍ୟକେଉଁ ପୁରୁଷ ସହ ହାତ ମିଳାଇବାର ନଜରକୁ ଆସନ୍ତି ତାହେଲେ ତାଙ୍କୁ ସଂଗେସଂଗେ ଗିରଫ କରିନିଆଯାଇଥାଏ । ନିକଟରେ ଇରାନର ମହିଳା ଭଲିବଲ ଟିମ ଗ୍ଲୋବାଲ ଚ୍ୟାଲେଞ୍ଜ ଟୁର୍ଣ୍ଣାମେଣ୍ଟ ଅଣ୍ଡର-୨୩ କାଟାଗୋରିର ଫାଇନାଲ ଜିତିଥିଲେ ମଧ୍ୟ ନିଜର କୋଚ ସହ ହାତ ମିଶାଇ ପାରିନଥିଲେ ଶେଷରେ କୋଚ ଖେଳାଳି ମାନଙ୍କ ସହ ଏକ କ୍ଲିପବୋର୍ଡ ଦ୍ୱାରା ହାତ ମିଶାଇ ଜିତିବାର ଖୁସି ପାଳନ କରିଥିଲେ।

ଏହାସହ ପଢନ୍ତୁ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ରହିଛି ଶୁଭ ସଂଯୋଗ, ଯେ କୌଣସି ସମୟରେ ବାନ୍ଧି ପାରିବେ ରାକ୍ଷୀ

ଏଠାରେ ମହିଳାମାନେ ଟାଇଟ ଡ୍ରେସ ପିନ୍ଧିବା ମଧ୍ୟ ଏକ ଅପରାଧ ବୋଲି ମାନି ନିଆଯାଇଥାଏ । ଏହାସହିତ ଏଠାରେ ନିୟମ ଅଛି ଯେ ମହିଳାମାନେ ନିଜ ପତିଙ୍କୁ ଅନ୍ୟ କୌଣସି ସମ୍ପର୍କରେ ରହିବା ପାଇଁ ମନ କରିପାରିବେ ନାହିଁ । ଏହି ଦେଶର ମହିଳାମାନେ ଷ୍ଟାଡିୟମ ଯାଇ ପୁରୁଷମାନଙ୍କ ଖେଳ ଦେଖିପାରିବେ ନାହିଁ ଏବଂ ଏଠାରେ ଯେଉଁ ମହିଳାମାନେ ବୁର୍ଖା ନପିନ୍ଧିବେ ସେମାନଙ୍କୁ ୨ମାସ ଜେଲଦଣ୍ଡର ବ୍ୟବସ୍ଥା ମଧ୍ୟ ରହିଛି ।

ଇରାନରେ କେବଳ ପୁରୁଷ ମାନଙ୍କୁ ଛାଡପତ୍ର ଦେବାର ଅଧିକାର ରହିଛି ଓ ମହିଳାମାନଙ୍କୁ ନିଜ ପତିଠୁ ଛାଡ଼ପତ୍ର ମାଗିବାର ଅଧିକାର ମଧ୍ୟ ନାହିଁ । ଏହା ବ୍ୟତୀତ ସ୍ୱାମୀର ଅନୁମତି ବିନା କୌଣସି ମହିଳା ଚାକିରି ମଧ୍ୟ କରିପାରିବେ ନାହିଁ । ଏଠାରେ ରାସ୍ତାରେ ଗୀତ ଗାଇବା ମଧ୍ୟ ଏକ ଅପରାଧ ଅଟେ ଓ ଏହି ଦେଶର ଲୋକମାନେ ଟାଇ ପିନ୍ଧିବା ମନା । ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟ କଲାଭଳି ନିୟମ ହେଉଛି ଏଠାରେ କୌଣସି ପିତା ନିଜ ଝିଅକୁ ବିବାହ କରିପାରିବେ । ୨୦୧୩ରେ ଏହି ବିଲ ପାସ ହୋଇଥିଲା ଯାହାଦ୍ୱାରା ଜଣେ ପିତା ନିଜ ପାଳିତ ଝିଅକୁ ବିବାହ କରିପାରିବେ କିନ୍ତୁ ଏଥିପାଇଁ ସେହି ଝିଅର ବୟସ ୧୩ବର୍ଷ ହୋଇଥିବା ଆବଶ୍ୟକ ।