Below header

ଜିଲାପିକୁ ଇଂଲିଶରେ କ’ଣ କୁହାଯାଏ, ଜାଣନ୍ତୁ ଜିଲାପି ବିଷୟରେ ୯ଟି ରୋଚକ କଥା

ଜିଲାପି କେବଳ ଭାରତରେ ନୁହେଁ, ବରଂ ବିଶ୍ୱର କେତେକ ଦେଶରେ ଖିଆଯାଉଥିବା ଏକ ମିଠା। ଆମ ଭିତରୁ ଅନେକ ଲୋକ ଜିଲାପି ଖାଇବାକୁ ପସନ୍ଦ କରିଥାନ୍ତି। କ୍ଷୀରରେ ଜିଲାପି ମିଶାଇ ଖାଇଲେ ଏହାର ସ୍ୱାଦ ଦୁଇଗୁଣ ବଢ଼ିଯାଇଥାଏ। ଆଜି ଆମେ ଜିଲାପି ସହ ଜଡ଼ିତ କିଛି ରୋଚକ କଥା ଆପଣଙ୍କୁ କହିବୁ। ଆସନ୍ତୁ ଜାଣିବା ସେ ବିଷୟରେ।

୧. ଜିଲାପି ଭାରତର ମିଠା ନୁହେଁ, ଏହା ୫୦୦ ବର୍ଷ ପୂର୍ବେ ଭାରତକୁ ଆସିଥିଲା।

୨. ଜିଲାପିକୁ ସଂସ୍କୃତରେ ‘ସୁଧା କୁଣ୍ଡଳିକା’ କୁହନ୍ତି।

jalebi2

୩. ପୂର୍ବରୁ କିଛି ଲୋକ ଏହାକୁ ‘ଜଳ ବଲ୍ଲିକା’ ନାଁରେ ଜାଣିଥିଲେ। ପରେ ଏହା ଜିଲାପି ହୋଇଥିଲା।

୪. ୧୩ଶ ଶତାବ୍ଦୀର ତୁର୍କୀ ମହମ୍ମଦ ବିନ ହସନଙ୍କ ବହିରେ ଯେଉଁ ଜଲାବିୟା ବିଷୟରେ ଉଲ୍ଲେଖ କରାଯାଇଥିଲା, ତାହା ଜିଲାପି ହିଁ ଥିଲା।

୫. ଜୈନଙ୍କ ପୁସ୍ତକ ‘କର୍ଣ୍ଣପ କଥା’ରେ ଜିଲାପିକୁ ଭଗବାନଙ୍କ ଭୋଗ ଭାବେ ଗଣାଯାଇଥାଏ।

jalebi3

୬. ଆଫଗାନିସ୍ଥାନରେ ଜିଲାପିକୁ ମାଛ ସହିତ ଖିଆଯାଇଥାଏ।

୭. ମୁମ୍ବାଇର ଏକ ହୋଟେଲରେ ୧୮ କିଲୋ ଓଜନର ଜିଲାପି ବନାଯାଇଥିଲା, ଯାହାକି ଏକ ବିଶ୍ୱ ରେକର୍ଡ।

୮. ଜିଲାପିକୁ ଇଂଲିଶ ଭାଷାରେ SYRUP FILLED RING (ସିରପ ପୂର୍ଣ୍ଣ ରିଙ୍ଗ)କୁହାଯାଇଥାଏ।

୯. ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ପନିରକୁ ପସନ୍ଦ କରୁଥିବା ଲୋକ ଜିଲାପି ଖାଇବାକୁ ବେଶ ପସନ୍ଦ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.