Below header

ବାରବାଟୀରେ ଓସିଏଲ ଟି-ଟ୍ୱେଣ୍ଟି ଲିଗ୍‌, ଓଡ଼ିଶା ପାନ୍ଥର୍ସ ବିଜୟୀ

କଟକ: ବାରବାଟୀରେ ଆଗେଇ ଚାଲିଛି ଓସିଏଲ ଟି-ଟ୍ୱେଣ୍ଟି କ୍ରିକେଟ୍‌ ଲିଗ୍‌ । ପ୍ରତିଦିନ ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳାଯାଉଛି । ଆଜି ଓଡ଼ିଶା ଲାୟନ୍‌ସ ଓ ଓଡ଼ିଶା ପାନ୍ଥର୍ସ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶା ପାନ୍ଥର୍ସ ୭ ଓ୍ଵିକେଟ୍‌ରେ ବିଜୟୀ ହୋଇଛି । ପ୍ରଥମେ ଓଡ଼ିଶା ଲାୟନ୍‌ସ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୨୫ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ଓଡ଼ିଶା ପାନ୍ଥର୍ସ ୧୭ ଓଭରରେ ୩ ଓ୍ଵିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରାଜ୍ୟର ଶ୍ରେଷ୍ଠ ୯୨ ଜଣ ଖେଳାଳିଙ୍କୁ ୬ଟି ଟିମ୍‌ରେ ବିଭକ୍ତ କରି ଲିଗ୍‌ ଭିତ୍ତିରେ ମ୍ୟାଚ୍‌ ଖେଳାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.