Below header

ମୃତ୍ୟୁ ପରେ କଣ ହୁଏ ? ଜାଣନ୍ତୁ କାହିଁକି ପାଳନ କରାଯାଏ ୧୩ ଦିନ

ମୃତ ହୋଇଥିବା ବ୍ୟକ୍ତିର ଆତ୍ମା କଣ ୧୩ ଦିନ ପର୍ଯ୍ୟନ୍ତ ଘରେ ରୁହେ କି ? ମୃତ୍ୟୁ ପରେ କଣ ହୁଏ ? ଏବଂ ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା କାହିଁକି ଘରକୁ ଫେରିଆସେ ? ଏଭଳି ପ୍ରଶ୍ନ ଆପଣଙ୍କ ମନକୁ କେବେ ଆସିଛି କି ?

କାହିଁକି ମୃତ୍ୟୁ ପରେ ୧୩ ଦିନ ପାଳନ କରିବା ପାଇଁ ନିୟମ ରହିଛି । ମୃତ ହୋଇଥିବା ବ୍ୟକ୍ତିର ଆତ୍ମା କଣ ୧୩ ଦିନ ପର୍ଯ୍ୟନ୍ତ ଘରେ ରୁହେ କି ? ମୃତ୍ୟୁ ପରେ କଣ ହୁଏ ? ଏବଂ ମୃତ୍ୟୁର ୨୪ ଘଣ୍ଟା ପରେ ଆତ୍ମା କାହିଁକି ଘରକୁ ଫେରିଆସେ ? ଏଭଳି ପ୍ରଶ୍ନ ଆପଣଙ୍କ ମନକୁ କେବେ ଆସିଛି କି ?

୧. ମୃତ୍ୟୁ ର କିଛି ଘଣ୍ଟା ପୂର୍ବରୁ ପୃଥିବୀ ସହିତ ମଣିଷର ସମସ୍ତ ସମ୍ପର୍କ ଭାଙ୍ଗିବାକୁ ଲାଗେ ଏବଂ ମଣିଷର ପାଦ ଥଣ୍ଡା ହୋଇଯାଏ ।
୨. ମୃତ୍ୟୁ ପୂର୍ବରୁ ମଣିଷକୁ ଜୀବନର ସମସ୍ତ କଥା ମନେ ପଡ଼େ । ଅର୍ଥାତ ଜନ୍ମ ଆରମ୍ଭରୁ ମୃତ୍ୟୁ ପର୍ଯ୍ୟନ୍ତ ତାର ସମସ୍ତ କଥା ଫ୍ଲାସବ୍ୟାକ୍‌ ଭଲି ଆଖି ସାମ୍ନାରେ ଦେଖାଯାଏ । ବିଜ୍ଞାନ ଅନୁସାରେ ଏହି ସ୍ୱପ୍ନ ୭ ମିନିଟ ପର୍ଯ୍ୟନ୍ତ ଚାଲିଥାଏ । ଏହା ପରେ ମସ୍ତିଷ୍କ କାମ କରିବା ବନ୍ଦ କରିଦିଏ । ଏବଂ ଶେଷରେ ବ୍ୟକ୍ତି ଶୁଣିବାର ଶକ୍ତିକୁ ହରାଇଦିଏ । ପରେ ଶରୀରର ସମସ୍ତ ଚକ୍ର ବନ୍ଦ ହେବାକୁ ଲାଗେ । ଏହି ସମସ୍ତ ଚକ୍ର ଦ୍ୱାରା ଶରୀର ଓ ଅତ୍ମା ପରସ୍ପର ସହ ଯୋଡ଼ି ହୋଇ ରୁହନ୍ତି କିନ୍ତୁ ଚକ୍ର ବନ୍ଦ ହେବା ଫଳରେ ଶରୀର ଠାରୁ ଆତ୍ମା ମୁକ୍ତ ହେବାକୁ ଲାଗେ ।

୩. ଦୀର୍ଘ ସମୟ ପର୍ଯ୍ୟନ୍ତ ଆତ୍ମା ଶରୀର ସହ ଯୋଡ଼ି ହୋଇ ରହିଥିବାରୁ ସହଜରେ ଆତ୍ମା ଶରୀର ଛାଡ଼ି ପାରେନି । ଏବଂ ଅନେକ ଥର ଶରୀରରେ ପ୍ରବେଶ କରିବା ପାଇଁ ଚେଷ୍ଟା କରେ, କିନ୍ତୁ ଅସଫଳ ହୁଏ । ଯେଉଁ ଭଳି ଆମେ ଆମ ସମ୍ପର୍କୀୟଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରି ନଥାଉ ଠିକ୍‌ ସେହିପରି ଆତ୍ମା ବି ନିଜ ମୃତ୍ୟୁକୁ ସହଜରେ ସ୍ୱୀକାର କରି ପାରିନଥାଏ ।
୪. ଶରୀର ତ୍ୟାଗ କରିବା ପରେ ଆତ୍ମା ଶରୀର ଠାରୁ ୧୫ ଫୁଟ ଉପରେ ଉଡ଼ିବାକୁ ଲାଗେ । ସେ ନିଜ ସମ୍ପର୍କୀୟଙ୍କୁ କାନ୍ଦୁଥିବାର ଦେଖେ । ସର୍ମ୍ପକୀୟଙ୍କ ସମସ୍ତ କଥା ଆତ୍ମାକୁ ଶୁଣାଯାଏ ।

୫. ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ରାତି ସମୟରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯିବା ଉଚିତ ନୁହେଁ । ସୂର୍ଯ୍ୟଦୋୟର ପ୍ରଥମ କିରଣ ପଡ଼ିବା ପରେ ହିଁ ମୃତ ବ୍ୟକ୍ତିର ଅନ୍ତିମ ସଂସ୍କାର କରାଯିବା ଉଚିତ୍‌ । ଯଦି କୌଣସି ବ୍ୟକ୍ତିର ଅନ୍ତିମ ସଂସ୍କାର ରାତି ସମୟରେ କରାଯାଏ ତେବେ ତାର ଆତ୍ମା ପ୍ରେତ ମାନଙ୍କ ପାଖକୁ ଚାଲିଯାଏ । ଏହା ପରେ ଆତ୍ମା ସବୁ ଦିନ ପାଇଁ ପ୍ରେତମାନଙ୍କ ପାଖରେ ହିଁ ରହିଯାଏ ।

୬. କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତା’ ଶରୀରକୁ କିଛି କ୍ଷଣ ପାଇଁ ବି ଏକା ଛାଡ଼ିବା ଉଚିତ୍‌ ନୁହେଁ । ଯଦି ମୃତଦେହକୁ ସାରା ରାତି ଘରେ ରଖିବାକୁ ପଡ଼େ ତେବେ ସମସ୍ତ ସମ୍ପର୍କୀୟ ମୃତଦେହ ଉପରେ ନଜର ରଖନ୍ତି । ଥରେ ଏକ ଗାଁରେ ଗୋଟିଏ ମୃତଦେହକୁ ଏକା ଛାଡ଼ି ଗାଁ ଲୋକ ପଳାଇଥିଲେ । କିଛି ସମୟ ପରେ ଭୂତମାନେ ମୃତଦେହ ଉପରେ କବଜା କରିଥିଲେ ଏବଂ ମୃତଦେହ ଦ୍ୱାରା ସମସ୍ତ ଗାଁରେ ନିଆଁ ଲଗାଇଥିଲେ । ଗାଁରେ ହନୁମାନଙ୍କ ଏକ ମନ୍ଦିର ଥିଲା । ଯେଉଁ ମୃତଦେହ ଉପରେ ଭୂତଙ୍କ କବଜା ଥିଲା ସେହି ମୃତଦେହ ମନ୍ଦିର ପାର କରିବା ସମୟରେ ହନୁମାନ ମୂର୍ତ୍ତି ଦେଖି ଭୟରେ ମୃତଦେହ ଛାଡ଼ି ପଳାଇଥିଲେ । ଏଥିପାଇଁ ମୃତଦେହକୁ ଏକା ଛଡ଼ାଯାଇ ନଥାଏ ।

୭. ଶେଷରେ ଯମଦୂତମାନେ ମୃତବ୍ୟକ୍ତିର ପ୍ରାଣ ନେବାକୁ ଆସିଥାନ୍ତି । ଯେଉଁଭଳି ମୃତ ବ୍ୟକ୍ତି ତା’ ଜୀବନ କାଳରେ ଅନ୍ୟମାନଙ୍କ ସହ ବ୍ୟବହାର କରିଥିବ ଠିକ ସେହିପରି ଯମଦୂତମାନେ ଆତ୍ମା ସହ ବ୍ୟବହାର କରନ୍ତି । ଯଦି ମୃତବ୍ୟକ୍ତି ଭଲ କାମ କରିଥାଏ ତେବେ ମୃତ ବ୍ୟକ୍ତିର ଆତ୍ମାକୁ ଯମଦୂତମାନେ ସହଜରେ ହରଣ କରନ୍ତି । ଯଦି କୌଣସି ବ୍ୟକ୍ତି ଜୀବନ କାଳରେ ଅଧିକ ପାପ କରିଥାଏ ତେବେ ତା’ ଆତ୍ମାକୁ ଯମଦୂତମାନେ ବହୁତ କଷ୍ଟ ଦିଅନ୍ତି ।

୮. ଏହା ପରେ ଆତ୍ମାକୁ ଏକ ଗୁମ୍ପାରେ ପ୍ରବେଶ କରାଇ ଯମଦୂତମାନେ ଯମଙ୍କ ପାଖକୁ ନେଇଥାନ୍ତି । ରାସ୍ତାରେ ବୈତରଣୀ ନାମକ ଏକ ନଦୀକୁ ଆତ୍ମା ପାର କରେ । ଏହି ନଦୀରେ ନିଆଁ ଥାଏ । ଯଦି ଆତ୍ମା ଭଲ କର୍ମ କରିଥାଏ ତେବେ ଏହି ନଦୀକୁ ସହଜରେ ପାର କରିପାରେ । କିନ୍ତୁ ଆତ୍ମା କୁକର୍ମ କରିଥିଲେ ଏହି ନଦୀ ପାର କରିବା ସମୟରେ ଅସହ୍ୟ ବେଦନା ସହିବାକୁ ପଡ଼େ ।

୯. ଏହା ପରେ ଆତ୍ମାକୁ ଯମରାଜାଙ୍କ ସାମ୍ନାରେ ଛିଡ଼ା କରାଯାଏ, ଯେଉଁଠାରେ ଚିତ୍ରଗୁପ୍ତ ଆତ୍ମାର ପାପ ପୂଣ୍ୟ କର୍ମକୁ ହିସାବ କରନ୍ତି । କର୍ମ ଆଧାରରେ ଆତ୍ମାକୁ ସ୍ୱର୍ଗ କିମ୍ବା ନର୍କ ମିଳିଥାଏ । ଗରୁଡ଼ ପୂରାଣ ଅନୁସାରେ ୩୬ ପ୍ରକାରର ନର୍କ ଥାଏ । ଏହି ନର୍କରେ ଆତ୍ମାକୁ ବହୁତ କଷ୍ଟ ସହିବାକୁ ପଡ଼େ ।

୧୦. ଯଦି କୌଣସି ବ୍ୟକ୍ତି ସମୟ ପୂର୍ବରୁ ନିଜେ ନିଜ ଜୀବନ ନେଇଥାଏ ତେବେ ତାର ଆତ୍ମାକୁ ଅଧିକ କଷ୍ଟ ସହିବାକୁ ପଡ଼ିଥାଏ । କାରଣ ମଣିଷ ପ୍ରକୃତିର ନିୟମକୁ ଭାଙ୍ଗିଥାଏ, ଯେଉଁଥିପାଇଁ ତାର ଆତ୍ମା ଅଧିକ କଷ୍ଟ ପାଏ । ଯେତେବେଳେ ଆତ୍ମା ଶରୀର ଛାଡ଼େ ସେତେବେଳେ ବ୍ୟକ୍ତିର ମୃତ୍ୟୁ ହୁଏ । ଶରୀର ପାଞ୍ଚଟି ତତ୍ୱରେ ଗଢ଼ା ହୋଇଥାଏ ଏବଂ ମୃତ୍ୟୁ ପରେ ଶରୀର ପାଞ୍ଚ ତତ୍ୱରେ ହିଁ ବିଲୀନ ହୋଇଯାଏ । ଏବଂ କର୍ମ ଅନୁସାରେ ଆତ୍ମା ସ୍ୱର୍ଗ କିମ୍ବା ନର୍କ ଯାତ୍ରାରେ ବାହାରି ପଡ଼େ ।

୧୧. ଗରୁଡ଼ ପୂରାଣ ଅନୁସାରେ ବାସ୍ତବିକ ଜୀବନରେ କରାଯାଇଥିବା କର୍ମ ଦ୍ୱାରା ବ୍ୟକ୍ତିକୁ ସ୍ୱର୍ଗ କିମ୍ବା ନର୍କ ମିଳିଥାଏ । କିନ୍ତୁ ଯେଉଁମାନେ ସାଧୁ, ସନ୍ଥ, ମୁନି କିମ୍ବା ଋଷି ହୋଇଥାନ୍ତି, ସେମାନଙ୍କ ପବିତ୍ର ଆତ୍ମାକୁ ମୋକ୍ଷ ମିଳିଥାଏ ।

୧୨. ସବୁଠାରୁ ବଡ଼ କଥା ହେଉଛି ଆମେ ଆପଣଙ୍କ ଜଣାଉଥିବା ଏ ତଥ୍ୟ ଆମେ କେମିତି ଜାଣିଲୁ । ଭଗବାନ ଗରୁଡ଼ଙ୍କ ବିଷୟରେ ତ ଆପଣମାନେ ଜାଣିଥିବେ । ତେବେ ଗଭବାନ ଗରୁଡ଼ ଅମୃତର କଳସ ଧରି ସ୍ୱର୍ଗ ଆସିଥିଲେ କିନ୍ତୁ ସେ ଅମୃତର ଗୋଟିଏ କଣିକା ମଧ୍ୟ ଚାଖିନଥିଲେ । ତେଣୁ ତାଙ୍କୁ ଅମର ବର ମିଳିଥିଲା । କିନ୍ତୁ ଭଗବାନ ଗରୁଡ଼ଙ୍କୁ ମୃତ୍ୟୁ ପରର ରହସ୍ୟ ବିଷୟରେ ଜାଣିବା ପାଇଁ ଇଚ୍ଛା ଥିଲା । ତେଣୁ ସେ ଶ୍ରୀ ହରିଙ୍କୁ ମନର ଇଚ୍ଛାକୁ ପ୍ରକାଶ କରିଥିଲେ । ଏହି ଜ୍ଞାନକୁ ଆମେ ଗରୁଡ଼ ପୂରାଣ ମାନୁଛୁ ।

୧୩. ଆତ୍ମାର ମୃତ୍ୟୁ ଅଛି ନା ଜନ୍ମ ଅଛି ଏହା କେବଳ ଗୋଟିଏ ଶରୀରରୁ ଅନ୍ୟ ଶରୀରକୁ ବଦଳିଥାଏ । କେବଳ ଶରୀର ନଷ୍ଟ ହୋଇଥାଏ ଆତ୍ମା ସବୁବେଳେ ଅମର । ଜୀବନ ମୃତ୍ୟୁ ଏକ ଚକ୍ର । ଏଥିପାଇଁ ମୃତ୍ୟୁ ପରେ ରାମ ନାମ ସତ୍ୟ ହେ କୁହାଯାଇ ଅନ୍ତିମ ସଂସ୍କାର କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.