ସାପ ଭୟ କରେ ବାସ୍ନା, ଏହି ଗଛର ଧୂଆଁରେ ଘରେ ପଶିବାକୁ ଭୟ କରିବ ସାପ

ସାପ ହେଉଛି ବିଷାକ୍ତ ଜୀବ । ସାପକୁ ଦେଖି ସମସ୍ତେ ଭୟଭୀତ ହୋଇଥାଆନ୍ତି । କାରଣ ଥରେ ସାପ ଯାହାକୁ କାମୁଡ଼ିଥାଏ ତାର ଜୀବନ ଟା ଯିବା ଥୟ । ସେଥିପାଇଁ ଲୋକମାନେ ସାପକୁ ବହୁତ ଭୟ କରନ୍ତି । ସାଧାରଣତଃ ଲୋକମାନେ ସାପକୁ ଅନିଷ୍ଟକାରୀ ପ୍ରାଣୀ ବୋଲି ବିବେଚନା କରନ୍ତି । ଯଦିଓ ସାପ ମାନେ କାହାର କିଛି କ୍ଷତି କରନ୍ତି ନାହିଁ କିନ୍ତୁ ବିପଦ ଅନୁଭବ କରିବା ମାତ୍ରେ ସାପକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଆତ୍ମରକ୍ଷା ପାଇଁ ଅସ୍ତ୍ର ଭାବରେ ତାଙ୍କ ପାଖରେ ମାରାତ୍ମକ ବିଷ ରହିଛି ।

ସାପ ହେଉଛି ବିଷାକ୍ତ ଜୀବ । ସାପକୁ ଦେଖି ସମସ୍ତେ ଭୟଭୀତ ହୋଇଥାଆନ୍ତି । କାରଣ ଥରେ ସାପ ଯାହାକୁ କାମୁଡ଼ିଥାଏ ତାର ଜୀବନ ଟା ଯିବା ଥୟ । ସେଥିପାଇଁ ଲୋକମାନେ ସାପକୁ ବହୁତ ଭୟ କରନ୍ତି । ସାଧାରଣତଃ ଲୋକମାନେ ସାପକୁ ଅନିଷ୍ଟକାରୀ ପ୍ରାଣୀ ବୋଲି ବିବେଚନା କରନ୍ତି । ଯଦିଓ ସାପ ମାନେ କାହାର କିଛି କ୍ଷତି କରନ୍ତି ନାହିଁ କିନ୍ତୁ ବିପଦ ଅନୁଭବ କରିବା ମାତ୍ରେ ସାପକୁ ଘଉଡ଼ାଇବା ପାଇଁ ଚେଷ୍ଟା କରିଥାନ୍ତି । କିନ୍ତୁ ଆତ୍ମରକ୍ଷା ପାଇଁ ଅସ୍ତ୍ର ଭାବରେ ତାଙ୍କ ପାଖରେ ମାରାତ୍ମକ ବିଷ ରହିଛି । ତେଣୁ ସାପମାନେ ବିପଜ୍ଜନକ ପ୍ରାଣୀ ବୋଲି କୁହାଯାଏ ।ସମସ୍ତଙ୍କ ମନରେ ସାପ ପ୍ରତି ଭୟ ରହିଥିବାରୁ ସମସ୍ତେ ସାପଠାରୁ ଦୂରରେ ରହିବାକୁ ଚାହାଁନ୍ତି ।

ବେଳେ ବେଳେ ସାପ ଘରେ ପଶିଯିବାର ଦେଖାଯାଏ । ଯାହାକୁ ନେଇ ଚିନ୍ତାରେ ପଡ଼ିଥାଆନ୍ତି ଲୋକେ । କିନ୍ତୁ କିପରି ସୁରକ୍ଷିତ ଭାବେ ସାପ ଘଉଡାଇବେ ସେଥିପାଇଁ ଆପଣାନ୍ତି ବିଭିନ୍ନ ଉପାୟ । ଏହି ଦୁନିଆରେ ଏପରି କିଛି ଗନ୍ଧ ଅଛି ଯାହା ସାପକୁ ଘଉଡାଇପାରେ ସାହାଯ୍ୟ କରିଥାଏ । ଲୋକମାନେ ଏହି ଜିନିଷଗୁଡ଼ିକ ବିଷୟରେ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ …

ଆସନ୍ତୁ ଜାଣିବା ଏହିପରି ଗୋଟିଏ ଜିନିଷ, ଯାହାର ଗନ୍ଧ ସାପକୁ ଘଉଡାଇବାରେ ଅତ୍ୟନ୍ତ ପ୍ରଭାବଶାଳୀ । ‘ଦୁର୍ଗ ନାମକ ଏକ ପାଉଡର ଅଛି । ଏହି ପାଉଡରର ଗନ୍ଧ ସାପକୁ ଆସିବାକୁ ଦିଏ ନାହିଁ । ସେହିପରି “ଘୁରବାକ୍” ନାମକ ଔଷଧୀୟ ଗଛ ଘରେ ପ୍ରତିଦିନ ଜଳାଯାଏ କିମ୍ବା ଧୂଆଁ ଦିଆଯାଏ । ସେହି ସ୍ଥାନକୁ ସାପ ଆସନ୍ତି ନାହିଁ । ସେହିପରି ସାପମାନେ କିରୋସିନିର ଗନ୍ଧକୁ ସହି ପାରିବେ ନାହିଁ ଓ ଏହା ନିକଟକୁ ଆସିବେ ନାହିଁ । ତେଣୁ ସାପକୁ ଘୋଡ଼ାଇବାରେ କିରୋସିନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।

ତେବେ ପ୍ରାଣୀ ଉଦ୍ୟାନର ୱେବସାଇଟ୍ ୧୪ଟି ଜିନିଷ ତାଲିକାଭୁକ୍ତ ରହିଛି ଯାହା ସାପମାନେ ଗନ୍ଧ ପାଇଲେ ସେମାନେ ପଳାନ୍ତି । ଏଗୁଡ଼ିକ ମଧ୍ୟରେ ମୁଖ୍ୟ ହେଉଛି ରସୁଣ ଓ ପିଆଜ । ଏହା ସହିତ, ମେଣ୍ଟ, ଲବଙ୍ଗ, ବେସନ, ଚିନାବାଦାମ, ଭିନେଗାର, ଲେମ୍ବୁ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆମୋନିୟା ଗ୍ୟାସ୍ ଅଛି । ବେଳେବେଳେ ସାପମାନେ ଧୂଆଁ ଦ୍ୱାରା ମଧ୍ୟ ପ୍ରଭାବିତ ହୁଅନ୍ତି ।

ସାପକୁ ଧୂଆଁ ଦ୍ୱାରା ମଧ୍ୟ ତଡ଼ି ଦିଆଯାଇପାରେ । ସାପମାନେ ଏହି ସବୁ ଜିନିଷର ଗନ୍ଧକୁ ଅତି ଅଦ୍ଭୁତ ମନେ କରନ୍ତି, ତେଣୁ ସେମାନେ ଏଥିରୁ ଦୂରେଇ ଯିବାକୁ ଚେଷ୍ଟା କରନ୍ତି । ଏହି ଜିନିଷଗୁଡ଼ିକୁ ଘରେ ରଖିବା ଦ୍ୱାରା ସାପ ଘରଠାରୁ ଦୂରେଇ ରହିବା ସହ କେବେ ଘରକୁ ଘରକୁ ପଶିବାକୁ ଭୟ କରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.