ହରିୟାଣା : ସ୍କୁଲ ପିଲାକୁ ନେଇ ଯାଉଥିବା ଅଟୋ-ବାଇକ୍‌ ଧକ୍କା, ଜଣେ ପିଲା ମୃତ, ୫ ଆହତ

ହରିୟାଣା ଯମୁନାନଗରରେ ସ୍କୁଲ ପିଲା ଭର୍ତ୍ତି ଥିବା ଏକ ଅଟୋ ଏବଂ ବାଇକ ମଧ୍ୟରେ ଧକ୍କା ହେବା ଯୋଗୁଁ ଅଟୋଟି ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି ।

ହରିୟାଣାର ମହେନ୍ଦ୍ରଗଢ ପରେ ଏବେ ଯମୁନାନଗରରେ ସ୍କୁଲ ପିଲା ଦୁର୍ଘଟଣାର ଶିକାର ହୋଇଛନ୍ତି । ଏଠାରେ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାର ଶିକାର ହୋଇଛି । ଏହି ଘଟଣାରେ ଜଣେ ପିଲାର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ପିଲା ଆହତ ହୋଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ କରୁଛି ।

ସୂଚନା ମୁତାବକ, ହରିୟାଣା ଯମୁନାନଗରରେ ସ୍କୁଲ ପିଲା ଭର୍ତ୍ତି ଥିବା ଏକ ଅଟୋ ଏବଂ ବାଇକ ମଧ୍ୟରେ ଧକ୍କା ହେବା ଯୋଗୁଁ ଅଟୋଟି ଓଲଟି ପଡିଥିଲା । ଫଳରେ ଅଟୋରେ ଥିବା ପିଲାଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପିଲାର ନାମ ହିମାନୀ ଏବଂ ସେ ତୃତୀୟ ଶ୍ରେଣୀରେ ପଢୁଥିବା ଜଣାପଡିଛି । ଦୁର୍ଘଟଣା ହେବା ଜାଣିବା ପରେ ଘର ଲୋକେ ପିଲାଟିକୁ ହସପିଟାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ପିଲାଟିକୁ ସେଠାରେ ମୃତ ଘୋଷଣା କରିଥିଲେ ।

ଯୁମନାନଗର କମାନୀ ଛକରେ ଏହି ଦୁର୍ଘଟଣା ଘଟିଛି । ଏହି ସମୟରେ ଅଟୋ ଚାଳକ ଟ୍ରାଫିକ ସିଗନାଲରେ ନାଲିଲାଇଟ ଜଳୁଥିବା ବେଳେ ପଶିଯାଇଥିଲା ଫଳରେ ବାଇକ୍‌ ଅଟୋ ଧକ୍କା ହୋଇଥିଲା । ଅଟୋରେ ଥିବା ୬ ଜଣ ପିଲା ଆହତ ହୋଇଛନ୍ତି । ଆଉ ଏଥିରେ ଜଣେ ପିଲାର ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ, ଏପ୍ରିଲ ୧୧ ତାରିଖରେ ହରିୟାଣାର ମହେନ୍ଦ୍ରଗଢର କନୀନାରେ ଏକ ସ୍କୁଲ ବସ୍‌ ଦୁର୍ଘଟଣାର ଶିକାର ହୋଇଥିଲା । ଫଳରେ ୬ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ପିଲା ଆହତ ହୋଇଥିଲେ । ବସ୍‌ ଡ୍ରାଇଭର ମଦ ପିଇ ଗାଡି ଚଲାଉଥିବା ପିଲାମାନେ କହିଥିଲେ । ଘଟଣାଟି ଇଦ୍‌ ଦିନ ଘଟିଥିଲା । ଇଦ୍‌ରେ ସ୍କୁଲ ଛୁଟି ଥିବା ବେଳେ ଏହି ଘରୋଇ ସ୍କୁଲ ଥିବା ଯୋଗୁଁ ପ୍ରିନ୍ସିପାଲକୁ ଗିରଫ କରାଯିବା ସହିତ ସ୍କୁଲର ରେଜିଷ୍ଟ୍ରେସନ ରଦ୍ଦ ହୋଇଥିଲା । ବସ୍‌ ଉହ୍ନାଣୀ ଗାଁ ପାଖରେ ପିଲାଙ୍କୁ ନେଇ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା ।  ନିଶାରେ ଥିବା ବସ୍‌ ଡ୍ରାଇଭରଙ୍କୁ ଖେଡି ଗାଁ ଲୋକେ ରୋକିଥିଲେ । ଆଉ ଡ୍ରାଇଭର ନିଶାରେ ଥିବା ନେଇ ଲୋକେ ପ୍ରିନ୍ସିପାଲଙ୍କୁ ଜଣାଇଥିଲେ । କିନ୍ତୁ ପ୍ରିନ୍ସିପାଲ ଗାଁ ଲୋକଙ୍କୁ ଆଶ୍ୱାସନା ଦେଇଥିଲେ, ଆଜି ଡ୍ରାଇଭରଙ୍କୁ ଛାଡି ଦିଅନ୍ତୁ, କାଲିଠାରୁ ତାଙ୍କୁ ଚାକିରିରୁ ହଟାଇଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.