କିଏ ଅନିଲ ମେନନ୍? ଯାହାଙ୍କୁ ଭବିଷ୍ୟତ ମିଶନ ପାଇଁ ମହାକାଶଚାରୀ ଭାବରେ ଯିବାକୁ ମନୋନୀତ କରିଛି ନାସା

ମହାକାଶ ଯିବେ ଆଉ ଜଣେ ଭାରତୀୟ। ନାସା ପକ୍ଷରୁ ଭାରତୀୟ ବଂଶଜ ଅନୀଲ ମେନନ୍‌ ମହାକାଶଚାରୀ ଭାବେ ମନୋନୀତ। ଆମେରିକୀୟ ସ୍ପେସ୍ ଏଜେନ୍ସି ଦ୍ୱାରା ଏହା ଘୋଷଣା କରାଯାଇଛି।

ଆମେରିକା ବାୟୁସେନାର ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ ତଥା ଭାରତୀୟ ମୂଳ ଚିକିତ୍ସକ ଅନିଲ ମେନନ୍ ଙ୍କୁ ନାସା ଅନ୍ୟ ୯ଜଣଙ୍କ ସହିତ ଭବିଷ୍ୟତ ମିଶନ ପାଇଁ ମହାକାଶଚାରୀ ଭାବରେ ଯିବାକୁ ମନୋନୀତ କରିଛି। ଆମେରିକୀୟ ସ୍ପେସ୍ ଏଜେନ୍ସି ଦ୍ୱାରା ଏହା ଘୋଷଣା କରାଯାଇଛି। ଅନିଲ ମେନନଙ୍କୁ ୪୫ ବର୍ଷ ବୟସ । ୟୁକ୍ରେନ ଏବଂ ଭାରତୀୟ ପିତାମାତାଙ୍କ ଦ୍ବାରା ମିନିସୋଟାର ମିନିୟାପୋଲିସରେ ତାଙ୍କର ପାଳନ ପୋଷଣ କରାଯାଇଥିଲା। ମେନନ୍ ସ୍ପେସ୍ଏକ୍ସର ପ୍ରଥମ ଫ୍ଲାଇଟ୍ ସର୍ଜନ ଥିଲେ। ନାସାର ସ୍ପେସ୍ ଏକ୍ସ ଡେମୋ-୨ ମିଶନ ସମୟରେ ମନୁଷ୍ୟକୁ ମହାକାଶକୁ ପଠାଇବାରେ କମ୍ପାନୀର ପ୍ରଥମ ମିଶନରେ ସାହାଯ୍ୟ କରିଥିଲେ ଏବଂ ଭବିଷ୍ୟତରେ ମିଶନ ସମୟରେ ମାନବ ବ୍ୟବସ୍ଥାକୁ ସମର୍ଥନ କରିବା ପାଇଁ ଏକ ଡାକ୍ତରୀ ସଂଗଠନ ତିଆରି କରିଥିଲେ।

ସ୍ପେସ୍ ଏଜେନ୍ସି ନାସା ସୋମବାର ଏକ ବିବୃତ୍ତିରେ କହିଛି ଯେ, ୧୦ଜଣ ନୂଆ ମହାକାଶଚାରୀଙ୍କୁ ଚୟନ କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧା ସାମରିକ ପାଇଲଟ୍। ହ୍ୟୁଷ୍ଟନରେ ଏକ ସମାରୋହରେ ମନୋନୀତ ହୋଇଥିବା ଏହି ୬ଜଣ ପୁରୁଷ ଏବଂ ୪ଜଣ ମହିଳାଙ୍କ ବିଷୟରେ ନାସା କହିଛି। ହ୍ୟୁଷ୍ଟନ୍ ହେଉଛି ”Mission Control and Astronaut Corps”ର କେନ୍ଦ୍ର। ଏଥିପାଇଁ ୧୨ ହଜାରରୁ ଅଧିକ ଲୋକ ଆବେଦନ କରିଥିଲେ। ୩୦ ରୁ ୪୦ ବର୍ଷ ବୟସ ମଧ୍ୟରେ ମନୋନୀତ ୧୦ ଜଣଙ୍କୁ ପ୍ରଥମ ଦୁଇ ବର୍ଷ ପାଇଁ ତାଲିମ ଦିଆଯିବ ଯାହା ସେମାନଙ୍କୁ ‘ସ୍ପେସ୍ ଫ୍ଲାଇଟ୍’ରେ ଯାତ୍ରା କରିବାକୁ ଯୋଗ୍ୟ କରିବ।

ଏହି ଅଂଶଗ୍ରହଣକାରୀମାନେ ଜାନୁୟାରୀ ୨୦୨୨ ରୁ ଦୁଇ ବର୍ଷ ତାଲିମ ପାଇଁ ଜନସନଙ୍କୁ ରିପୋର୍ଟ କରିବେ। ଏହି ମହାକାଶ ଅଂଶଗ୍ରହଣକାରୀମାନଙ୍କୁ ପାଞ୍ଚଟି ପ୍ରମୁଖ ବର୍ଗରେ ତାଲିମ ଦିଆଯିବ। ଏଥି ମଧ୍ୟରେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନର ଜଟିଳ ସିଷ୍ଟମ ଗୁଡିକ ପରିଚାଳନା , ସ୍ପେସ୍ ୱାଲ୍ ପାଇଁ ତାଲିମ, ଜଟିଳ ରୋବୋଟିକ୍ସ ଦକ୍ଷତା, ସୁରକ୍ଷିତ ଭାବେ T-38 ଟ୍ରେନିଂ, ଜେଟ୍କୁ ସୁରକ୍ଷିତ ଭାବରେ ସଂଚାଳନା କରିବା ଏବଂ ଋଷୀୟ ଭାଷା ଦକ୍ଷତା ଅନ୍ତର୍ଭୁକ୍ତ ।

menon

ମେନନ୍ କ୍ରୁ ଫ୍ଲାଇଟ୍ ସର୍ଜନ ଭାବରେ କାର୍ଯ୍ୟ କରିଛନ୍ତି:

ମେନନ୍ ପୂର୍ବରୁ ମହାକାଶଚାରୀଙ୍କୁ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ନେଇ ଯାଉଥିବା ବିଭିନ୍ନ ମିଶନ ପାଇଁ କ୍ରୁ ଫ୍ଲାଇଟ୍ ସର୍ଜନ ଭାବେ ନାସାର ସେବା କରିଥିଲେ । ସେ ଜଣେ ସକ୍ରିୟ ରୂପରେ ଅଭ୍ଯାସ କରୁଥିବା ଅଆପାତକାଳୀନ ଚିକିତ୍ସା ବିଶେଷଜ୍ଞ। ଯିଏ ଜଙ୍ଗଲ ଏବଂ ଏରୋସ୍ପେସ୍ ଚିକିତ୍ସାରେ ଫେଲୋସିପ୍ ଟ୍ରେନିଂ ପ୍ରାପ୍ତ। ଏକ ଚିକିତ୍ସକ ଭାବେ ସେ ହାଇତିରେ ୨୦୧୯ ଭୂକମ୍ପ, ନେପାଳରେ ୨୦୧୫ ଭୂକମ୍ପ ଏବଂ ୨୦୧୧ ରେନୋ ଏୟାର ସୋ ଦୁର୍ଘଟଣା ସମୟରେ ପ୍ରଥମ ପ୍ରତିକ୍ରିୟା ଦଳରେ ସାମିଲ୍ ଥିଲେ।

ବାୟୁସେନାରେ ମେନନ୍ ୪୫ତମ ସ୍ପେସ୍ ୱିଙ୍ଗ୍ ଏବଂ ୧୭୩ ତମ ଫାଇଟର୍ ୱିଙ୍ଗ୍ ସହିତ ଫ୍ଲାଇଟ୍ ସର୍ଜନ ଭାବରେ କାର୍ଯ୍ୟ କରିଥିଲେ। ଯେଉଁଠାରେ ସେ F-15 ଯୁଦ୍ଧ ବିମାନରେ ୧୦୦ ରୁ ଅଧିକ ବିମାନ ଉଡ଼ାଇ ୧୦୦ରୁ ଅଧିକ ରୋଗୀଙ୍କୁ ଗୁରୁତର ଚିକିତ୍ସା ବିମାନ ପରିବହନ ଦଳର ଅଂଶ ଭାବରେ ଚିକିତ୍ସା ଯୋଗାଇଥିଲେ।

ଜୁଲାଇରେ, ଏରୋନେଟିକାଲ୍ ଇଞ୍ଜିନିୟର ସିରିଶା ବନ୍ଦଲା ଯିଏକି ୩ୟ ଭାରତୀୟ ମୂଳ ମହିଳା ଥିଲେ ଯିଏକି କଳ୍ପନା ଚାୱଲ୍ ଏବଂ ସୁନୀତା ୱିଲିୟମ୍ସଙ୍କ ପରେ ମହାକାଶରେ ଉଡାଣ ଭରିଥିଲେ। ୱିଙ୍ଗ୍ କମାଣ୍ଡର ରାକେଶ ଶର୍ମା ହେଉଛନ୍ତି ଏକମାତ୍ର ଭାରତୀୟ ନାଗରିକ ଯିଏ ମହାକାଶରେ ଯାତ୍ରା କରିଥିନ୍ତି। ପୂର୍ବତନ ଭାରତୀୟ ବାୟୁସେନା ପାଇଲଟ୍ ସୋଭିଏତ୍ ଇଣ୍ଟରକୋସମୋସ୍ କାର୍ଯ୍ୟକ୍ରମର ଅଂଶ ଭାବରେ ୦୩ ଏପ୍ରିଲ ୧୯୮୪ ରେ ସୋୟୁଜ୍ ଟି -11 ରେ ଉଡିଥିଲେ।