କିଏ ଏହି ଯମରାଜା ଏବଂ କେମିତି ଚଳାଇଥାନ୍ତି ନିଜ ସାମ୍ରାଜ୍ଯ ? ଯମଲୋକ ବିଷୟରେ ଜାଣନ୍ତୁ କିଛି ମଜାଦାର କଥା

ପିତୃପକ୍ଷ ଆରମ୍ଭ ହୋଇସାରିଛି । ଯାହା ଚାଲିବ ୮ ଅକ୍ଟୋବର ଯାଏ ଚାଲିବ । ପିତୃପକ୍ଷରେ ପିତୃପୁରୁଷଙ୍କ ପୂଣ୍ଯତ୍ମା ୧୬ ଦିନ ଯାଏଁ ଧରିତ୍ରୀକୁ ଆସିଥାନ୍ତି । ତେବେ ପିତୃପୁରୁଷଙ୍କ ଆତ୍ମା ଯେଉଁସ୍ଥାନରେ ରହିଥାଏ ତାକୁ ପରଲୋକ ବା ମୃତ୍ୟୁ ଲୋକ କୁହାଯାଏ । ଏହି ମୃତ୍ୟୁଲୋକର ରାଜା ହେଉଛନ୍ତି ଯମରାଜା । ଗରୁଡ ପୁରାଣରେ ଯମରାଜଙ୍କ ସାମ୍ରାଜ୍ଯ ଏବଂ ଆତ୍ମା ସବୁ ଯମଲୋକରେ କେମିତି ନିବାସ କରନ୍ତି ସେ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି ।

ଯମଲୋକ କେମିତି ?

yamraj.

ଗରୁଡ ପୁରାଣ ଅନୁସାରେ, ଯମରାଜ ମହଲକୁ କାଳିତ୍ରୀ ମହଲ କୁହାଯାଏ ଏବଂ ତାଙ୍କ ସିଂହାସନକୁ ବିଚାର – ଭୁ କୁହାଯାଏ । ପଦ୍ମ ପୁରାଣରେ କୁହାଯାଇଛି ପୃଥିବୀଠାରୁ ୮୬,୦୦୦ ଯୋଜନ ଅର୍ଥାତ୍ ପ୍ରାୟ ୧୨ ଲକ୍ଷ କିଲୋମିଟର ଦୂର ହେଉଛି ଯମଲୋକ । କୁହାଯାଏ ଅତ୍ଯନ୍ତ ଭୟାନକ ହେଉଛି ଯମଲୋକ । ଏଠାରେ ଜୀବ ମାନଙ୍କୁ ବିଭିନ୍ନ ପ୍ରକାର ଯାତନା ଦିଆଯାଏ ।

ଯମଲୋକରେ ଖୋଲିଥାଏ ୪ଟି ଦ୍ବାର :

ଯମଲୋକରେ ୪ଟି ଦ୍ବାର ଥାଏ । ପୂର୍ବ ଦ୍ବାରରେ କେବଳ ଧର୍ମାତ୍ମା ତଥା ପୂଣ୍ଯାତ୍ମାମାନେ ହିଁ ପ୍ରବେଶ କରିଥାନ୍ତି । ଦକ୍ଷିଣ ଦ୍ବାର ପଟେ ପାପି ମାନଙ୍କ ପ୍ରବେଶ ହୋଇଥିବା ବେଳେ ସାଧୁ ସନ୍ଥ ମାନେ ଉତ୍ତରଦ୍ବାର ପଟେ ପ୍ରବେଶ କରିଥାନ୍ତି । ସେହିପରି ଦାନ ପୂଣ୍ଯ କରୁଥିବା ମଣିଷ ପଶ୍ଚିମ ଦ୍ବାରରେ ପ୍ରବେଶ କରିଥାନ୍ତି ।

ଯମଲୋକର ସେବକ :

yamlokଯେଉଁମାନେ ଯମରାଜ ଏବଂ ଯମଲୋକଙ୍କ ସେବା କରିଥାନ୍ତି ସେମାନଙ୍କୁ ଯମଦୂତ କୁହାଯାଏ । ଦ୍ବାରପାଳକୁ ଧର୍ମଧ୍ବଜ କୁହାଯାଏ । ଋକବେଦରେ ପାରା ଏବଂ ପେଚାଙ୍କୁ ଯମରାଜାଙ୍କ ଦୂତ ବୋଲି ବର୍ଣ୍ଣନା କରାଯାଇଛି । କିନ୍ତୁ ଗରୁଡ ପୁରାଣରେ କାଉକୁ ଯମଙ୍କ ଦୂତ ବୋଲି କହାଯାଇଛି । ଯମଲୋକର ଦ୍ବାରରେ ଦୁଇଟି ବିଶାଳ କୁକୁର ପହରା ଦିଅନ୍ତି ।

ଯମରାଜ ନିଅନ୍ତି ଉପଦେଷ୍ଟାଙ୍କ ରାୟ :

ଦେବଶିଳ୍ପୀ ଭଗବାନ୍ ବିଶ୍ବକର୍ମା ହିଁ ଯମଲୋକର ଭବନ ତିଆରି କରିଥିଲେ । ଦଣ୍ଡ ଦେବା ପୂର୍ବରୁ ନିଜ ପରାମର୍ଶଦାତାଙ୍କଠାରୁ ରାୟ ନେଇଥାନ୍ତି । ଯମରାଜାଙ୍କ ସଭାରେ ଅନେକ ଚନ୍ଦ୍ରବଂଶୀ ଏବଂ ସୂର୍ଯ୍ଯବଂଶୀ ରାଜା ପରାମର୍ଶଦାତାର ଭୂମିକା ନେଇଥାନ୍ତି ।

ଆତ୍ମାକୁ ଏହି ସ୍ଥାନରେ ମିଳିଥାଏ ତର୍ପଣର ଫାଇଦା :

ଯମଲୋକରେ ପୁଷ୍ପୋଦକା ନାମକ ଏକ ନଦୀ ଅଛି ଯାହାର ପାଣି ହେଉଛି ଶୀତଳ ଏବଂ ସୁଗନ୍ଧିତ । ଏହି ନଦୀରେ ଅପସରାମାନେ କ୍ରୀଡା କରିଥାନ୍ତି । ମୃତ୍ୟୁ ପରେ ଆତ୍ମାମାନଙ୍କୁ ଏହି ସ୍ଥାନରେ କିଛି ସମୟ ଆରାମ କରିବାକୁ ଦିଆଯାଇଥାଏ । ଏହି ସ୍ଥାନରେ ହିଁ ପରିଜନମାନଙ୍କୁ କରାଯାଇଥିବା ପିଣ୍ଡଦାନ ଆତ୍ମାଙ୍କୁ ପ୍ରାପ୍ତ ହୋଇଥାଏ ଏବଂ ସେମାନଙ୍କୁ ତୃପ୍ତି ମିଳିଥାଏ ।

ଚିତ୍ରଗୁପ୍ତ ହେଉଛନ୍ତି ଯମରାଜାଙ୍କ ସହାୟକ :

ଗରୁଡ ପୁରାଣ ଅନୁସାରେ ଯମଲୋକରେ ବଡ଼ ବଡ଼ ଅଟ୍ଟାଳିକା ଏବଂ ରାଜମାର୍ଗ ଥାଏ । ଯମରାଜାଙ୍କ ସହାୟକ ଚିତ୍ରଗୁପ୍ତଙ୍କର ମଧ୍ୟ ମହଲ ଅଛି ଯମଲୋକରେ । ଯମରାଜା ନିଜ ସିଂହାସନ ବିଚାର – ଭୁରେ ବସନ୍ତି । ଆତ୍ମାଙ୍କ ଲେଖା ଯୋଖା ଚିତ୍ରଗୁପ୍ତ କରିଥାନ୍ତି । ମୃତ୍ୟୁର ଦେବତା ଯମରାଜାଙ୍କ ପିତାଙ୍କ ନାମ ସୂର୍ଯ୍ଯ ଦେବତା ଏବଂ ମାତାଙ୍କ ନାମ ସଂଝା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.