ଅକ୍ଟୋବର ୨୯ରେ ହେବ ଅଯୋଧ୍ୟା ମାମଲାର ଶୁଣାଣି, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ   

ନୂଆଦିଲ୍ଲୀ : ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଅକ୍ଟୋବର ୨୯ ତାରିଖରେ ଶୁଣାଣି ଆରମ୍ଭ ହେବ । ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଏ ସଂପର୍କରେ ୧୯୯୪ ଫାରୁକି ମାମଲା ରୁଲିଂ ତର୍ଜମା ଆବଶ୍ୟକ ନାହିଁ । ଯଦି ଏ ବାବଦରେ ତର୍ଜମା କରାଯାଏ ତେବେ ଅଯୋଧ୍ୟା ଜମି ବିବାଦ ମାମଲା ଫଇସଲା ବିଳମ୍ବ ହେବ ।

ଏଥିସହ ମାମଲାକୁ ବୃହତ୍ତର ଖଣ୍ଡପୀଠକୁ ପଠାଇବାର ଆବଶ୍ୟକ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପୂର୍ବରୁ ନମାଜ ପାଠ ପାଇଁ ମସଜିଦ ଅନିବାର୍ଯ୍ୟ ନୁହେଁ ବୋଲି ଫାରୁକି ମାମଲାରେ କୋର୍ଟ ରାୟ ଦେଇଥିଲେ । ଅଯୋଧ୍ୟା ରାମଜନ୍ମଭୂମି-ବାବ୍ରୀ ମସଜିଦ୍‌ ଜମି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ ୨୯ ତାରିଖରୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.