ସଞ୍ଜୟ କିଏ, ଯିଏ ଧୃତରାଷ୍ଟ୍ରଙ୍କୁ ଶୁଣାଇଥିଲେ ମହାଭାରତ ଯୁଦ୍ଧର ସମସ୍ତ ଘଟଣା

ମହାଭାରତ ଯୁଦ୍ଧର ସମସ୍ତ ଘଟଣାବଳୀକୁ ସ୍ଵଚକ୍ଷୁରେ ଦେଖି ନେତ୍ରହୀନ ଧ୍ରୁତରାଷ୍ଟ୍ରଙ୍କୁ ବ୍ୟାଖ୍ୟା କରିଥିଲେ ସଞ୍ଜୟ। ଯୁଦ୍ଧର ଆମୂଳଚୂଳ ଦେଖିବା ପାଇଁ ତାଙ୍କୁ ମହର୍ଷି ବେଦବ୍ୟାସ ଦିବ୍ୟଦୃଷ୍ଟି ପ୍ରଦାନ କରିଥିଲେ। ମହର୍ଷି ବେଦବ୍ୟାସ ମହାଭାରତ ରଚନା କରିଥିଲେ। ସେ ତ୍ରିକାଳଦର୍ଶୀ ଥିଲେ। ସେ ନିଜ ଦିବ୍ୟଦୃଷ୍ଟି ବଳରେ କଳିଯୁଗରେ ଧର୍ମ ଦୁର୍ବଳ ହେବ ବୋଲି ଜାଣିପାରିଥିଲେ। ମହର୍ଷି ବ୍ୟାସ ହିଁ ବେଦକୁ ଚାରିଭାଗରେ ବିଭକ୍ତ କରିଥିଲେ। ଯାହାକୁ ପରେ ଋକବେଦ, ସାମବେଦ, ଯଜୁର୍ବେଦ ଓ ଅଥର୍ବ ବେଦ କୁହାଗଲା।

Who was Sanjay in Mahabharat and how did he get the power to ...

ସଞ୍ଜୟ ଧୃତରାଷ୍ଟ୍ରଙ୍କ ରାଜ ଦରବାରର ମନ୍ତ୍ରୀ ଥିଲେ। କିନ୍ତୁ ପେସାରେ ସେ ଜଣେ ବୁଣାକାର ଥିଲେ। ତାଙ୍କର ସ୍ଵଭାବ ଖୁବ ନମ୍ର ଓ ଧୀରସ୍ଥିର ଥିଲା। ସଂଜୟ ଅର୍ଜୁନଙ୍କ ପିଲାବେଳର ସାଙ୍ଗ ଥିଲେ। ସେ କୃଷ୍ଣଙ୍କର ମଧ୍ୟ ପରମ ଭକ୍ତ ଥିଲେ।

कई किलोमीटर दूर से संजय देख रहे थे ...

ସଞ୍ଜୟଙ୍କ ଖାସ୍ କଥା ହେଉଛି ସେ ସ୍ପଷ୍ଟବାଦୀ। ସେ ସବୁବେଳେ ଧର୍ମ ପଥରେ ଚାଲୁଥିଲେ। ଭୁଲକୁ ଭୁଲ କହିବାକୁ ସେ ଆଦୌ କୁଣ୍ଠାବୋଧ କରୁନଥିଲେ। ମହାଭାରତ ଯୁଦ୍ଧ ପୂର୍ବରୁ ସେ ଅନେକ ଥର ଧୃତରାଷ୍ଟ୍ରଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ, ମାତ୍ର ତାଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଥିଲା।

sanjay

ମହାଭାରତ ଯୁଦ୍ଧ ବେଳେ ଯେତେବେଳେ ଅର୍ଜୁନ ନିଜ ପରିବାର ଲୋକଙ୍କୁ ସାମ୍ନାରେ ଦେଖି ଧର୍ମ ସଂକଟରେ ପଡ଼ିଥିଲେ ସେତେବେଳେ ଭଗବାନ କୃଷ୍ଣ ତାଙ୍କୁ ବିଶ୍ୱରୂପ ଦର୍ଶନ କରାଇଥିଲେ। ଭଗବାନଙ୍କର ଏହି ବିଶ୍ୱରୂପକୁ ଅର୍ଜୁନଙ୍କ ପରେ ସେତେବେଳେ ସଞ୍ଜୟ ହିଁ ଦର୍ଶନ କରିଥିଲେ। ମହାଭାରତ ଯୁଦ୍ଧ ସମାପ୍ତ ହେବା ପରେ ସଞ୍ଜୟ ହିମାଳୟ ଚାଲିଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.