୨୦୨୩ ପାଇଁ ଭବିଷ୍ୟବାଣୀ କରିଛନ୍ତି ସନ୍ଥ ଅଚ୍ୟୁତାନନ୍ଦ ଦାସ, ଜାଣନ୍ତୁ କ’ଣ

୨୧ ଲକ୍ଷ ଲକ୍ଷ ଗ୍ରନ୍ଥ ରଚନା କରିବା ସହଜ ନୁହେଁ। ନିଜ ଯୋଗଶକ୍ତିରେ ଅନେକ ସିଦ୍ଧି ପ୍ରାପ୍ତ ହୋଇଥିବା ସିଦ୍ଧ ପୁରୁଷ ବା ସନ୍ଥ ଅଚ୍ୟୁତାନନ୍ଦ ଦାସ ଲକ୍ଷ ଲକ୍ଷ ଗ୍ରନ୍ଥ ଲେଖିଛନ୍ତି। ଯାହା ଭବିଷ୍ୟତର ସମୟକୁ ନେଇ ଉଲ୍ଲେଖ କରାଯାଇଛି। ଏହି ଅସଂଖ୍ୟ ଗ୍ରନ୍ଥକୁ ଭବିଷ୍ୟ ମାଳିକା କୁହାଯାଏ। କୁହାଯାଏ ଅଚ୍ୟୁତାନନ୍ଦ ଦାସଙ୍କୁ ଭବିଷ୍ୟତ ଜଳ ଜଳ ହୋଇ ଦିଶେ। ସେ ଯାହା ନିଜ ଦିବ୍ୟ ଜ୍ଞାନରେ ଦେଖନ୍ତି ତାହା ପୋଥିରେ ଉତ୍ତାରି ଦିଅନ୍ତି । ସେ ଜାଣିପାରି ଥିଲେ ସୃଷ୍ଟିରେ ପ୍ରଥମେ କଳିଯୁଗର ଅନ୍ତ ଘଟିବ । ତାପରେ ମହା ବିନାଶ ରୂପ ନେବ ପ୍ରକୃତି ଏବଂ ସବୁ ପରେ ଏକ ନୂଆ ଯୁଗର ଆରମ୍ଭ ହେବ ।

ଆପଣ ଅଚ୍ୟୁତାନନ୍ଦ ଦାସଙ୍କ ମାଳିକା ବିଷୟରେ ଜାଣିଥିବେ। ୨୦୨୩ ସହ ଯୋଡ଼ି ହୋଇଥିବା କିଛି ଭବିଷ୍ୟବାଣୀ ବିଷୟରେ ଆସନ୍ତୁ ଜାଣିବା। ୨୦୨୩ ରେ ବଡ ବଡ ୨୩ ଟି ଘଟଣା ଘଟିବ ।

୧. ଚାଷ ଜମି ପଡ଼ିଆ ପଡ଼ିବ। କୃଷକ ନିଜ ବୃତ୍ତି ଛାଡ଼ିବେ ।

୨. ଜଙ୍ଗଲ ଜନ୍ତୁ ଗାଁ ଗଳି ଏବଂ ସହରର ପକା ରାସ୍ତାରେ ବୁଲିବେ, ଆକ୍ରମଣ କରିବେ ।

୩. ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେବ,ବାତ୍ୟା ଭୂକମ୍ପ ଜୀବନ ନେବ ।

୪. ଆକାଶରେ ଦୁଇଟି ସୂର୍ଯ୍ୟଙ୍କ ଉପସ୍ଥିତି ଅନୁଭବ କରିବେ ମଣିଷ, ଭୂପୃଷ୍ଠ ଉତ୍ତପ୍ତ ହେବ, ଆକାଶରୁ ଏକ ନିଆଁ ପିଣ୍ଡୁଳା ବଙ୍ଗଳା ଖାଡିରେ ପଡ଼ିବ ଯାହାଫଳରେ, ଓଡିଶା ଜଳମଗ୍ନ ହେବ ।

୫. ସମୁଦ୍ର ଜଳସ୍ତର ହଠାତ ଫୁଲି ଯିବ, ଜଗନ୍ନାଥ ମନ୍ଦିର ଯାଏଁ ସମୁଦ୍ର ପାଣି ମାଡି ଆସିବ, ୨୨ ପାହାଚରେ ପାଣି ଜମା ହେବ, ନୀତିକାନ୍ତିରେ ବାଧା ଦେଖାଯିବ। ବାଧ୍ୟହୋଇ ଜଗନ୍ନାଥଙ୍କୁ ଛତିଆବଟ ନିଆଯିବ ।

୬. ୨୦୨୩ ରୁ ୨୦୩୦ ଯାଏଁ ପ୍ରାକୃତିକ ବିପର୍ଯ୍ୟୟ ବଢ଼ିବ। ସମଗ୍ର ଦୁନିଆ ୭ ଦିନ ଯାଏଁ ଅନ୍ଧକାରମୟ ହୋଇଯିବ।

୭. ପ୍ରକୃତି ଯେତିକି ବିଗିଡି ଚାଲିବ, ଯୁଦ୍ଧ ଭଳି ସ୍ଥିତି ସେତିକି ବଢ଼ିଯିବ। ତୃତୀୟ ବିଶ୍ଵଯୁଦ୍ଧ ୬ ବର୍ଷ ୬ମାସ ଯାଏଁ ଚାଲିବ । ମୁସଲିମ ଦେଶ ଭାରତ ଉପରେ ଆକ୍ରମଣ କରିବେ।

୮. ଭାରତ ବହୁ ପରିଶ୍ରମ ପରେ ବିଜୟ ଲାଭ କରିବ। ଏକ ନୂତନ ଶକ୍ତି ହୋଇ ଉଭା ହେବ ଭାରତ ।

୯. ଏହି ସମୟ କଳ୍କୀ ଅବତାର ଦେଖିବାକୁ ମିଳିବ । ତୃତୀୟ ବିଶ୍ଵଯୁଦ୍ଧ ଏକ ବଡ ଭୂମିକା ନିର୍ବାହ କରିବେ ଏହି ମଣିଷ ରୂପରେ ଜନ୍ମ ନେଇଥିବା କଳ୍କୀ ।

୧୦. ଆମେରିକାର ବହୁତ୍ ବଡ ଭାଗ ଜଳମଗ୍ନ ହୋଇଯିବ। ଚିନ ଖଣ୍ଡ ଖଣ୍ଡ ହୋଇଯିବ, ନିଜ ନିଜ ଭିତରେ ଚିନ ଲୋକ ଶତ୍ରୁ ହେବେ । ପାକିସ୍ତାନ ରେ କେହି ରହିବେ ନାହିଁ, ମାନଚିତ୍ରରୁ ପାକିସ୍ତାନର ଅସ୍ତିତ୍ଵ ହଟିଯିବ।

୧୧. ୟୁରୋପରୁ ଏକ ବଡ ଜନସଂଖ୍ୟା ଶେଷ ହୋଇଯିବ। ରୁଷ ସଫଳ ହୋଇ ଚାଲିବ।

୧୨. ସମୟ ଏମିତି ଆସିବ ଲୋକ କୀଟ ପତଙ୍ଗ ଆକ୍ରମଣରେ ମୃତ୍ୟୁବରଣ କରିବେ । ବିଶ୍ବର ଜନସଂଖ୍ୟା ଖୁବ୍ କମିବ। ରୁଷରେ ହିନ୍ଦୁଙ୍କ ସଂଖ୍ୟା ବଢିବ।

୧୩. ଯେଉଁମାନେ ସତ୍ ମାର୍ଗରେ ଚାଲିବେ ସେମାନେ ବଞ୍ଚିବେ । କୁହାଯାଉଛି ଯେବେ ୨୦୨୪ ଆରମ୍ଭ ରେ ଶନି କୁମ୍ଭରୁ ବାହାରି ମିନରେ ପ୍ରବେଶ କରିବେ ।

୧୪ . ଏହି ସମୟରେ ଜଣେ ସାଧୁଙ୍କ ହାତରେ ରହିବ ଭାରତର ଭାଗ୍ୟ ଡୋର ।

୧୫. ଦେଶକୁ ଶାସନ କରିବେ ଜଣେ ଅବିବାହିତ ସାଧୁ ।

୧୬. ଜଗନ୍ନାଥଙ୍କ ଶ୍ରୀମନ୍ଦିରରୁ ପଥର ଖସିବ। ମନ୍ଦୀର ଧ୍ଵଜା ବାରମ୍ଵାର ଖସି ପଡ଼ିବ।

story
Photo credit: Moneycontrol

୧୭. ପ୍ରାକୃତିକ ବିପର୍ଯ୍ୟୟ ବଢିବ ମନ୍ଦିରରେ ବହୁ ସମୟ ଧରି ସମୁଦ୍ର ପାଣି ପଶିବ।

୧୮. ଲୋକଙ୍କ ମନରୁ ଧର୍ମ ଭାବ ଦୂରେଇ ଯିବ। ସମସ୍ତେ ହିଂସ୍ର ବ୍ୟବହାର କରିବେ ।

୧୯. ପ୍ରେମ ସଂସ୍କାର ରହିବ ନାହିଁ । ଭକ୍ତ ବୋଲି ଯିଏ କହିବ ତାକୁ ଲୋକ ଘୃଣା କରିବେ।

୨୦. ପୁରୁଷ ପୁରୁଷଙ୍କ ସହ ଶାରୀରିକ ସଂପର୍କ ରଖିବେ, ମହିଳା ମହିଳାଙ୍କ ସହ । ଅପ୍ରାକୃତିକ ସମ୍ବନ୍ଧ ବଢ଼ିବ । ମଣିଷ ଏବଂ ପଶୁ ଭିତରେ ଫରକ ରହିବନି।

୨୧. ସହରରେ ଜଙ୍ଗଲ ଜନ୍ତୁଙ୍କ ସଂଖ୍ୟା ବଢିବ । ଲୋକଙ୍କ ଘରୁ ବାହାରିବା ମୁସ୍କିଲ ହେବ । ପୁଣି ମାହାମରି ମୁଣ୍ଡ ଟେକିବ। ଦରଦାମ୍ ଆକାଶ ଛୁଆଁ ହେବ।

୨୨. ସୂର୍ଯ୍ୟଙ୍କ କିରଣ ଏତେ ଟାଣ ହେବ ଯେ, ସକାଳୁ ସକାଳୁ ଦେହ ଜଳିଯିବା ଭଳି ଲାଗିବ। ଭଗବାନ୍ ନିଜେ ରାକ୍ଷସରୂପୀ ମଣିଷ ଙ୍ ସଂହାର କରିବେ।

୨୩. ପ୍ରତ୍ୟେକ ମଣିଷ ଲଢ଼ିବେ। ତାପରେ ଏକ ହଜାର ବର୍ଷ ଯାଏଁ ଶାନ୍ତି ରହିବ ।

ତାଳପତ୍ରରେ ଲେଖା ଯାଇଥିବା ଭବିଷ୍ୟବାଣୀରେ ମସିହା ଯଦିଓ ଉଲ୍ଲେଖ ନାହିଁ, ହେଲେ ଅନୁମାନ କରାଯାଉଛି ୨୦୨୩ ରୁ ୨୦୩୦ ଭିତରେ ଏହିସବୁ ଘଟଣା ଘଟିବ। ଯାହା ଏଥିରେ ଉଲ୍ଲେଖ ହୋଇଛି ସେ ସବୁର ପୂର୍ବାଭାସ ହୋଇ ସାରିଛି । ଅଳ୍ପ୍ ବହୁତ୍ ଲୋକ ଏସବୁପରି ସ୍ଥିତିକୁ ଅଙ୍ଗେ ନିଭାଇ ସାରିଛନ୍ତି ।

ସବୁକିଛି ଜଗନ୍ନାଥଙ୍କ ଈଶାରାରେ ହିଁ ହେଉଛି ଏବଂ ହେବ ମଧ୍ୟ । ଆମର କାମ ନୁହେଁ କୌଣସି କଥା କହି ଆପଣଙ୍କୁ ଦରାଇବା, ଆମେ କେବଳ ସେତିକି ସରଳ ଭାଷାରେ କହିଛୁ ଯାହା ମାଳିକା କହୁଛି। ଏବେ ଆପଣ କୁହନ୍ତୁ ଆପଣ ଙ୍କ ବିଶ୍ବାସ କଣ କହୁଛି।