ଭାରତରେ ସ୍ୱାଭାବିକ ହେଲା ହ୍ୱାଟ୍ସଆପ୍ : ଦିନ ୧୨ଟାରୁ ଡାଉନ୍ ଥିଲା ସର୍ଭର

ନୂଆଦିଲ୍ଲୀ : ପୁନଃ କାର୍ଯ୍ୟକ୍ଷମ ହେଲା ହ୍ବାଟସଆପ୍ । ସାରା ବିଶ୍ୱରେ ଠପ ହୋଇଥିଲା ହ୍ୱାଟସଅପ ସର୍ଭର । ସର୍ଭର ଜାମ ହେତୁ ହ୍ୱାଟ୍ସଆପ ବ୍ୟବହାରକାରୀମାନେ ପ୍ରଭାବିତ ହୋଇଥିଲେ । ଗତ ଦେଢ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଟେକ୍ସଟ, ଭଏସ୍, ଭିଡ଼ିଓ ମେସେଜ ହୋଇପାରୁନଥିଲା । ଫଳରେ କିଛି ସମୟ ପାଇଁ ହଇରାଣ ହୋଇଥିଲେ ୟୁଜର୍ସ । ତେବେ ଏହି ସମସ୍ୟା ଦୂର ହୋଇଛି ।

ଆଜି ପାଖାପାଖି ଦ୍ୱିପ୍ରହର ୧୨ଟାରୁ ଡ଼ାଉନ ଥିଲା ହ୍ୱାଟସଅପ ସେବା । ଭାରତ ସମେତ ବିଶ୍ୱର ଅନେକ ଦେଶରେ ସର୍ଭର ଡ଼ାଉନ ଥିବା ସୂଚନା ରହିଥିଲା । ମେଟା ତରଫରୁ ବହୁତ ଜଲଦି ଏହି ଅସୁବିଧାର ବ୍ୟବସ୍ଥା କରାଯିବା ପରେ ଏବେ ସ୍ୱାଭାବିକ୍ ହୋଇଛି ହ୍ୱାଟ୍ସଆପ ସେବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.