ସୂର୍ଯ୍ୟୋପରାଗ ସମାପ୍ତ ହେବାର ତୁରନ୍ତ ପରେ ନିଶ୍ଚୟ କରନ୍ତୁ ଏହି କାମ…ଘର ଏବଂ ପରିବାର ଉପରେ ପଡ଼ିବ ନାହିଁ କୌଣସି ବି ନକାରାତ୍ମକ ପ୍ରଭାବ

ସୂର୍ଯ୍ୟୋପରାଗକୁ ଏକ ଅଶୁଭ ଘଟଣା ବୋଲି ବିଶ୍ୱାସ କରାଯାଏ। ଏହି ଦିନ ପୂଜାପାଠ ଏବଂ କୌଣସି ବି ପ୍ରକାରର ଶୁଭ କାର୍ଯ୍ୟ କରିବାକୁ ମନା କରାଯାଇଥାଏ। କୁହାଯାଏ, ସୂର୍ଯ୍ୟୋପରାଗ ସମୟରେ ବ୍ୟକ୍ତି କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ୍‌। କହି ରଖୁଛୁ, ଚଳିତ ବର୍ଷର ଏହା ହେଉଛି ଶେଷ ତଥା ଦ୍ୱିତୀୟ ସୂର୍ଯ୍ୟୋପରାଗ। ୨୫ ଅକ୍ଟୋବର ଅର୍ଥାତ୍‌ ଆଜି ଅପରାହ୍ନ ୪ଟା ୨୨ ମିନିଟ୍‌ରୁ ପରାଗ ଆରମ୍ଭ ହେଉଛି।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେଉଁଭଳି ଭାବେ ସୂର୍ଯ୍ୟୋପରାଗ ସମୟରେ କିଛି କାର୍ଯ୍ୟ କରିବାକୁ ମନା କରାଯାଇଥାଏ, ଠିକ୍‌ ସେହିପରି ସୂର୍ଯ୍ୟୋପରାଗର ତୁରନ୍ତ ପରେ କିଛି କାମ କରିବା ମଧ୍ୟ ବହୁତ ଜରୁରୀ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ, ସୂର୍ଯ୍ୟୋପରାଗ ପରେ ଏହାର ପ୍ରଭାବରୁ ବଞ୍ଚିବା ପାଇଁ କେଉଁ ସବୁ କାର୍ଯ୍ୟ କରିବା ଉଚିତ୍‌।

ସୂର୍ଯ୍ୟୋପରାଗ ପରେ ନିଶ୍ଚୟ କରନ୍ତୁ ଏହି କାମ

-ସୂର୍ଯ୍ୟୋପରାଗ ସମାପ୍ତ ପରେ ତୁଳସୀ ଗଛ ଉପରେ ଗଙ୍ଗାଜଳ ଛିଞ୍ଚି ଏହାକୁ ଶୁଦ୍ଧ କରନ୍ତୁ।

-ପରାଗ ସମାପ୍ତ ହେବା ପରେ ଘରର ପୂଜା ଘର କିମ୍ବା ପୂଜା ସ୍ଥଳକୁ ଗଙ୍ଗାଜଳରେ ଶୁଦ୍ଧ କରନ୍ତୁ। ଏମିତି କରିବା ଦ୍ୱାରା ନକାରାତ୍ମକ ଶକ୍ତିର ନାଶ ହୋଇଥାଏ।

-ଏହି ସମୟରେ ଗର୍ଭବତୀ ମହିଳାମାନେ ନିଜର ଖାସ୍‌ ଧ୍ୟାନ ଦିଅନ୍ତୁ। କୁହାଯାଏ କି, ପରାଗ ସମୟରେ ବାହାରୁଥିବା ନକାରାତ୍ମକ ଶକ୍ତିର ପ୍ରଭାବ ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁ ଉପରେ ପଡ଼ିଥାଏ। ତେଣୁ ସୂର୍ଯ୍ୟୋପରାଗ ପରେ ସ୍ନାନ ଅବଶ୍ୟ କରନ୍ତୁ।

-ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ପରାଗ ପରେ ରାଶି ଓ ଚଣା ଡାଲି ଦାନ କରାଯାଇଥାଏ। ଏମିତି କରିବା ଦ୍ୱାରା ଜୀବନରେ ଆସୁଥିବା ସମସ୍ତ ସମସ୍ୟାରୁ ଛୁଟକାରା ମିଳିଥାଏ।

-ପରାଗ ପରେ ଘରେ ଝାଡ଼ୁ ସହିତ ପୋଛା ନିଶ୍ଚୟ ଲଗାନ୍ତୁ। ଏହା କରିବା ଦ୍ୱାରା ନକାରାତ୍ମକ ଶକ୍ତି ନଷ୍ଟ ହୋଇଯାଇଥାଏ।

-ସ୍ନାନ କରିବା ସମୟରେ ପାଣିରେ ଗଙ୍ଗାଜଳ ମିଶାନ୍ତୁ।

-ମାନ୍ୟତା ରହିଛି, ଏହି ଦିନ ଦେବଦେବୀଙ୍କ ଦର୍ଶନ କରିବା ଅଶୁଭ ହୋଇଥାଏ। ଏଥିପାଇଁ ପରାଗ ସରିଲେ ସ୍ନାନ କରନ୍ତୁ ଏବଂ ଦେବଦେବୀଙ୍କ ଦର୍ଶନ କରନ୍ତୁ।