କରୋନାର ଏଇ ଦ୍ୱିତୀୟ ଲହର କେବଳ ଭାରତରେ କାହିଁକି, କିଛି ଷଡ଼ଯନ୍ତ୍ର କି ?

ଏବେ ସାରା ଭାରତ ଲଢ଼େଇ କରୁଛି କରୋନାର ଦ୍ୱିତୀୟ ଲହର ସହ । କେଉଁଠି ଅକ୍ସିଜେନ୍‌ ମିଳୁନଥିବାରୁ ମୃତ୍ୟୁ ତ ଆଉ କେଉଁଠି କୋଭିଡ୍‌ ସପିଟାଲରେ ନିଆଁ ଲାଗି ମୃତ୍ୟୁ ଘଟୁଛି ରୋଗୀଙ୍କର । ତା ସହିତ ପ୍ରତିଦିନ ସଂକ୍ରମଣ ଜନିତ ମୃତ୍ୟୁର ବୀଭିଷିକା ଆମେ ଆଖଇ ଆଗରେ ଦେଖୁଛେ । ତେବେ ଏଇ ଜୀବନ ସଂଗ୍ରାମ ଭିତରେ ଗୋଟିଏ କଥା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । କାରଣ ଭାରତୀୟ ଉପମହାଦେଶର ଅନ୍ୟ ପଡ଼ୋଶୀ ରାଷ୍ଟ୍ରରେ କରୋନାର ଭୟାବହତା ଦେଖା ଯାଉନଥିବା ବେଳେ କେବଳ ଆମ ଦେଶରେ କାହିଁକି ବଢ଼ି ଚାଲିଛି ସଂକ୍ରମଣ ?

ପାକିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ୍‌ ଆଦି ଦେଶରେ ଏଇ ତଥାକଥିତ ଦ୍ୱିତୀୟ ଲହରର ପ୍ରଭାବ ନାହିଁ । ତେଣୁ ପ୍ରଶ୍ନ ଉଠୁଛି ଏମାନେ ପ୍ରଥମ ଲହର ପରେ କଣ ଏତେ ସତର୍କ ଓ ଶୃଙ୍ଖଳିତ ହୋଇ ଯାଇଥିଲେ ଯେ ସେଠାରେ କାହାକୁ ବି କୋଭିଡ୍‌ ହେଉନାହିଁ ? ସେଠାକାର ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି କଣ ଏତେ ବଢ଼ିଗଲା ଯେ କାହାକୁ ବି କରୋନା ଆକ୍ରମଣ କରୁ ନାହିଁ: ? ଏହି ସବୁ ଦେଶର ଭୌଗୋଳିକ ସ୍ଥିତି ଓ ପରିବେଶ ଭାରତ ଠାରୁ ଅଲଗା ନୁହେଁ । ତଥାପି କାହିଁକି ସେମାନେ ଆମ ତୁଳନାରେ ଭଲରେ ଅଛନ୍ତି ?

କରୋନାର ଏଇ ନୂଆ ଷ୍ଟ୍ରେନ୍‌କୁ ନେଇ ଚାଲିଛି ଗବେଷଣା । ହେଲେ ତା ଭିତରେ ଅନେକ କିଛି ଅଘଟଣ ଘଟି ସାରିଥିବ । କେବଳ ଲୋକେ ଅମାନିଆ ହେଲେ ବୋଲି କଣ ଏଭଳି ଘଟିଲା ନା ଏହା ପଛରେ ଆଉ କିଛି କାାରଣ ରହିଛି ? ଏବେ ଏସବୁ ପ୍ରଶ୍ନକୁ ନେଇ ଘରେ ଘରେ ଚାଲିଛି ଚର୍ଚ୍ଚା । ସୋସିଆଲ ମିଡିଆରେ ଘୂରି ବୁଲୁଛି ପ୍ରଶ୍ପ ପରେ ପ୍ରଶ୍ନ । ହେଲେ ଏହାର ସଠିକ୍‌ ଉତ୍ତର କାହା ପାଖରେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.