ଶ୍ମଶାନ ଘାଟ ବାହାରେ ଲାଗିଲା ‘ଫଟୋ କିମ୍ବା ଭିଡିଓ ନେବା ଦଣ୍ଡନୀୟ ଅପରାଧ’ ବ୍ଯାନର, ସୋସିଆଲ ମିଡିଆରେ ବିବାଦ ହେବା ପରେ ରାତାରାତି ହଟାଗଲା

ଉତ୍ତର ପ୍ରଦେଶରେ କରୋନା ସଂକ୍ରମଣ ଅଣାୟତ ହେବାରେ ଲାଗିଛି। ରୋଗୀଙ୍କୁ ହସ୍ପିଟାଲ ବେଡ ଓ ଅକ୍ସିଜେନର ଅଭାବ ଦେଇ ଗତି କରିବାକୁ ପଡୁଛି। ପ୍ରତିଦିନ କରୋନା ସଂକ୍ରମଣରେ ଜୀବନ ହରାଉଥିବା ଳୋକଙ୍କ ସଂଖ୍ୟା ମଧ୍ୟ ବଢୁଛି।

ଉତ୍ତର ପ୍ରଦେଶର ଅନେକ ଶ୍ମଶାନରେ ଦିନ ରାତିରେ ମୃତଲୋକଙ୍କର ଜୁଇ ଜଳୁଛି। ଯାହାର ଫଟୋ ଏବଂ ଭିଡିଓ ଭାଇରଲ ହେଉଛି। ପ୍ରଶାସନ ମଧ୍ୟ ମୃତ୍ୟୁ ସଂଖ୍ୟାକୁ ଲୁଚାଇବାରେ ଲାଗିଛି। ସେଥିପାଇଁ ଶ୍ମଶାନ ଘାଟ ବାହାରେ ବଡ ବ୍ୟାନର ଲଗାଇ ଚେତାବନୀ ଦିଆଯାଇଛି। ଯେଉଁଥିରେ ଲେଖାଯାଇଛି ‘ଏଠାରେ ଫଟୋ ଭିଡିଓ ନେବା ଦଣ୍ଡନୀୟ ଅପରାଧ’।

ଏଭଳି ମାମଲା ଗୋରଖପୁରରେ ଦେଖିବାକୁ ମିଳିଛି। ସେଠାରେ ଶ୍ମଶାନ ବାହାରେ ନଗର ନିଗମ ପକ୍ଷରୁ ବ୍ୟାନର ଲଗାଯାଇଛି। ଏହି ବ୍ୟାନରରେ ଲେଖା ଯାଇଛି, ଶବଦାହ ଗୃହରେ ପାର୍ଥିବ ଶରୀରର ଦାହ ସଂସ୍କାର ହିନ୍ଦୁ ରୀତିନୀତି ଅନୁସାରେ କରାଯାଉଛି। ଦୟାକରି ଫଟୋ କିମ୍ବା ଭିଡିଓ ନିଅନ୍ତୁ ନାହିଁ। ଏଭଳି କରିବା ଦଣ୍ଡନୀୟ ଅପରାଧ।

ନଗର ନିଗମ ଏଭଳି ଗୋଟିଏ କିମ୍ବା ଦୁଇଟି ବ୍ୟାନର ନୁହେଁ, ବଂର ଅନେକ ଗୁଡିଏ ବ୍ୟାନର ଲଗାଇଛି। ଏହି ବ୍ୟାନର ଗୁଡିକର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ତେଣୁ ଏହାକୁ ରାତାରାତି ହଟାଇ ଦିଆଯାଇଥିଲା।

You might also like