ପାଣି ଛାଡି ସ୍ଥଳ ଭାଗରେ ରୁହନ୍ତି ଏହି ପ୍ରଜାତିର ମାଛ, ତେବେ କାହିଁକି ?

‘ମଛଲି ଜଲ୍‌ କି ରାନୀ ହୈ, ଜୀବନ ଇସ୍‌କା ପାନୀ ହୈ’। ଅର୍ଥାତ୍‌ ପାଣିବିନା ମାଛ ବଞ୍ଚିବା ଅସମ୍ଭବ। ପାଣିରୁ ମାଛକୁ କାଢି ଆଣିବା ପରେ ତାହା ଅତି କମ୍‌ରେ ଅଧଘଣ୍ଟା ପର୍ଯ୍ୟନ୍ତ ବଞ୍ଚିପାରେ। କିନ୍ତୁ ଏପରି ମାଛ ରହିଛି ଯାହା ବିନା ପାଣିରେ ମଧ୍ୟ ବଞ୍ଚି ରହିପାରେ। ଆପଣମାନେ ସାଧାରଣତଃ ମାଛକୁ ପୋଖରୀ କିମ୍ବା ସମୁଦ୍ରରେ ପହଁରୁଥିବାର ଦେଖିଥିବେ । ଅନେକ ଲୋକ ମାଛକୁ ପାଣିରେ ପହଁରୁଥିବାର ଦୃଶ୍ୟ ଦେଖି ବହୁତ ଖୁସି ହୋଇଥାନ୍ତି , ତାଙ୍କୁ ଏହା ଦେଖି ଖୁବ ଆନନ୍ଦ ମିଳିଥାଏ। କିନ୍ତୁ ଆପଣ କେବେ କେଉଁ ମାଛକୁ ପାଣି ଛାଡି ସ୍ଥଳ ଭାଗରେ ରହୁଥିବାର ଦେଖିଛନ୍ତି କି ? ନିକଟରେ ଏଭଳି ଏକ ପ୍ରଜାତିର ମାଛ ସାମନାକୁ ଆସିଛି ଯିଏ ପାଣି ଭିତରେ ନ ରହି ପାଣି ବାହାରେ ରହୁଛନ୍ତି ।

ଏହି ପ୍ରଜାତିର ମାଛର ନାମ ବ୍ଲେନିଜ । ଏହି ପ୍ରଜାତିର ମାଛ ଧିରେ ଧିରେ ସମୁଦ୍ରରୁ ବାହାରି ଆସି ସ୍ଥଳ ଭାଗରେ ରହିବା ଆରମ୍ଭ କରିଥିଲେ। ଏହିଭଳି ଭାବରେ ସ୍ଥଳ ଭାଗରେ ରହିବା ଆରମ୍ଭ କରି ସେମାନଙ୍କର ଅଭ୍ୟାସରେ ପରିଣତ ହୋଇଗଲା। ଫକ୍ସନାଲ ଇକୋଲୋଜି ର ଏକ ଅନୁସନ୍ଧାନରେ ଏହି ଖବର ସାମନାକୁ ଆସିଥିଲା । ତେବେ ଏହି ଅନୁସନ୍ଧାନ ପାଇଁ ବ୍ଲେନିଜ ପ୍ରଜାତି ମାଛ ଠାରୁ ହଜାର ହଜାର ତଥ୍ୟ ସଂଗ୍ରହ କରାଯାଇଥିଲା ।

fish

ଏହି ଅନୁସନ୍ଧାନର ପ୍ରମୁଖ ଲେଖକ ଡକ୍ତର ଟେରି ଅର୍ଡ କହିଛନ୍ତି ଯେ, ଯଦି କୌଣସି ଜୀବ ନିଜ ଆବାସ ସ୍ଥଳି ପରିବର୍ତ୍ତନ କରିଥାଏ ସେତେବେଳେ ତାର ଖାଦ୍ୟ ବିବିଧତା ଓ ଆଚରଣରେ ନମନୀୟତା ଦେଖାଯାଇଥାଏ । କିନ୍ତୁ ପ୍ରାକୃତିକ ପରିବର୍ତ୍ତନ ହେତୁ ସେମାନଙ୍କର ଏହି ନମନୀୟତା କମିବାକୁ ଲାଗିଥାଏ ।

fish 4

ତେବେ ଏହି ପ୍ରଜାତିର ମାଛ ପ୍ରଥମେ ସମୁଦ୍ରର ଢେଉ ସାହାଯ୍ୟରେ ବାହାରକୁ ଆସିଥାନ୍ତି ଓ ସାଙ୍ଗରେ ଆଣିଥିବା ପାଣି ସହିତ ନିଜ ଶରୀରକୁ କିଛି ସମୟ ଓଦା କରି ରଖିଥାନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଏମାନେ ବଦଳୁଥିବା ତାପମାତ୍ରା ଓ ଅକ୍ସିଜେନ ସହିତ ନିଜକୁ ଖାପ ଖୁଆଇ ସ୍ଥଳ ଭାଗରେ ରହିବା ଆରମ୍ଭ କରିଛନ୍ତି । ମାଛ ମାନଙ୍କ ମଧ୍ୟରେ ଦେଖାଯାଉଥିବା ଏହି ପରିବର୍ତ୍ତନ ସତରେ ଖୁବ ବିଚକ୍ଷଣ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.