Below header

ଯବାନ ମାନଙ୍କୁ ପିଇବା ପାଇଁ କାହିଁକି ଦିଆଯାଏ ମଦ ? ଜାଣିଛନ୍ତି କି ଏହା ପଛର କାରଣ ..

ମଦ୍ୟପାନ ଶରୀର ପାଇଁ ବହୁତ କ୍ଷତିକାରକ ଏହା ସମସ୍ତେ ଜାଣିଛନ୍ତି । ଜଣେ ଥରେ ଏହି ନିଶା କବଳରେ ଆସିବା ମାତ୍ରେ ସେଠାରୁ ମୁକୁଳିବା ବହୁତ କଷ୍ଟ ହୋଇଥାଏ । କିଛି ଲୋକ ଏହା କବଳରେ ଆସି ନିଜର ସବୁକିଛି ହରାଇ ଦେଇଥିବାର ଦୃଷ୍ଟାନ୍ତ ମଧ୍ୟ ରହିଛି କିନ୍ତୁ କଣ ଆପଣ ଜାଣିଛନ୍ତି କି ଦେଶ ସେବାରେ ନିୟୋଜିତ ଥିବା ଯବାନ ମାନଙ୍କୁ ମଦ ପିଇବା ପାଇଁ ଦିଆଯାଇଥାଏ ତାହା ପୁଣି କମ୍ ଦାମରେ । ଯଦି ମଦ ଶରୀର ପ୍ରତି କ୍ଷତିକାରକ ତେବେ ସେ ଦୃଷ୍ଟିରୁ ଯବାନ ମାନଙ୍କୁ ମଧ୍ୟ ମଦ ଦେବା ଅନୁଚିତ। ତାହେଲେ ଆସନ୍ତୁ ଜାଣିବା ଯବାନ ମାନଙ୍କୁ ମଦ ପିଇବା ପାଇଁ ଅନୁମତି ଦିଆଯାଉଥିବା ପଛର କାରଣ ।

Image result for Why is liquor drinking encouraged in the Indian Armed Forces?

 

ଭାରତୀୟ ସେନାଙ୍କର ଜୀବନ ଅତ୍ଯନ୍ତ କଠିନ । ସେମାନଙ୍କୁ ବହୁ କଠିନ ପରିସ୍ଥିତିରେ ଦେଶର ରକ୍ଷା ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିଥାଏ। ତେଣୁ ତାଙ୍କୁ ସବୁବେଳେ ସୁସ୍ଥ ରହିବାକୁ ପଡ଼ିଥାଏ। ସାଧାରଣତଃ ମଦ୍ଯପାନ ଶରୀର ପ୍ରତି କ୍ଷତିକାରକ କୁହାଯାଉଥିବା ବେଳେ ସେନାବାହିନୀ ପାଇଁ ମଦ ଉପରେ କୌଣସି କଟକଣା ରହିନାହିଁ।

Image result for know-why-you-drink-alcohol-in-the-army

ଭିଷଣ ଥଣ୍ଡା ସ୍ଥାନରେ ମଧ୍ୟ ସେନାବାହିନୀ ସୀମାରେ ଠିଆ ହୋଇ ଦେଶକୁ ସୁରକ୍ଷା ପ୍ରଦାନ କରୁଥାନ୍ତି । ଏହି ସ୍ଥାନରେ ମଦ ସେନାକୁ ଗରମ ରହିବାରେ ସହାୟତା କରିଥାଏ । ଯବାନଙ୍କୁ ଦେଶର ସୁରକ୍ଷା ପାଇଁ ନିଜ ପରିବାରଠୁ ସେମାନେ ଦୂରରେ ରହିଥାନ୍ତି । ଏଣୁ ଯେତେବେଳେ ସେ ବ୍ଯସ୍ତ ନଥାନ୍ତି ସେତେବେଳେ ସେ ନିଜକୁ ଏକ ଅନୁଭବ କରନ୍ତି । ଆଉ ଏହି ସମୟରେ ସେମାନେ ନିଜ ପରିବାରକୁ ମନେ ପକାଇଥାନ୍ତି ତେଣୁ ମଦକୁ ନିଜ ସାଥି ଭାବନ୍ତି ।

Image result for know-why-you-drink-alcohol-in-the-army

ବ୍ରିଟିଶ ଅମଳରେ ଏକ ନିୟମ ଥିଲା କି, ସେମାନେ ତାଙ୍କ ସୁରକ୍ଷାକର୍ମୀ ତଥା ଯବାନଙ୍କୁ ମଦ୍ଯପାନ କରିବାକୁ ଦେଉଥିଲେ। ବ୍ରିଟିଶ୍ ବେଳର ଅନେକ ପରମ୍ପରାକୁ ଅନୁସରଣ କରିବା ଭଳି ଏହି ପରମ୍ପରାକୁ ମଧ୍ୟ ଭାରତୀୟ ସେନା ଅନୁସରଣ କରୁଛନ୍ତି । ମାତ୍ର ସେନାର ଯବାନ ନିଜ ସୀମାରୁ ଅଧିକ ମଦ ପିଅନ୍ତି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.