ଦିଲ୍ଲୀର ଏହି ବିଳାସମୟ ହୋଟେଲରେ ରାତ୍ରିଯାପନ କରିବେ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ ଏଠାରେ ରହିଛି କି କି ଅତ୍ୟାଧୁନିକ ସୁବିଧା

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି। ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଟ୍ରମ୍ପ ପରିବାର ସହ ଦୁଇଦିନ ପାଇଁ ଭାରତ ବୁଲିବାକୁ ଆସୁଛନ୍ତି। ଏଣୁ ତାଙ୍କୁ ସ୍ୱାଗତ କରିବା ପାଇଁ ସରକାରଙ୍କ ତରଫରୁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଗୁଜରାଟର ଅହମ୍ମଦାବାଦରୁ ଆରମ୍ଭ କରି ଉତ୍ତର ପ୍ରଦେଶର ଆଗ୍ରା ପର୍ଯ୍ୟନ୍ତ ଟ୍ରମ୍ପଙ୍କ ଭ୍ରମଣକୁ ଖାସ୍‌ କରିବା ପାଇଁ ପ୍ରସ୍ତୁତି ଚାଲିଛି। ଆମେରିକା ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ସ୍ମରଣୀୟ କରିବା ପାଇଁ ଦିଲ୍ଲୀର ଆଇଟିସି ମୌର୍ଯ୍ୟ ହୋଟେଲ୍‌ (ITC Maurya Hotel) ପ୍ରସ୍ତୁତି ଚଳାଇଛି। ସାଢ଼େ ଚାରି ହଜାର ସ୍କୋୟାର ଫୁଟର ଏହି ଗ୍ରାଣ୍ଡ ପ୍ରେସିଡେନ୍ସିଆଲ୍‌ ସୁଇଟ୍‌କୁ ସଜା ଯାଉଛି। ଅନ୍ୟପଟେ ଲୋକପ୍ରିୟ ବୁଖାରା ରେସ୍ତୋରାଁରେ ମଧ୍ୟ ସ୍ୱତନ୍ତ୍ର ‘ଟ୍ରମ୍ପ ପ୍ଲେଟ୍‌’ ପରଷାଯିବ ବୋଲି ସୂଚନା ମିଳିଛି।

ITC Maurya Hotel

ଏମିତି କରାଯିବ ସ୍ୱାଗତ:

ଆଇଟିସି ମୌର୍ଯ୍ୟର କର୍ମଚାରୀ ଅତିଥି ସତ୍କାର ଲାଗି ପ୍ରସ୍ତୁତି କରିବାରେ ଲାଗିପଡ଼ିଛନ୍ତି। ହୋଟେଲରେ ପ୍ରବେଶ କରୁ କରୁ ଖୁବ୍‌ ସୁନ୍ଦର ରଙ୍ଗୋଲି ସହ ଭାରତୀୟ ପରିପାଟୀରେ ସଜେଇ ହୋଇ ଯୁବତୀମାନେ ଆମେରିକା ରାଷ୍ଟ୍ରପତିଙ୍କ ସ୍ୱାଗତ କରିବେ। ଏଥିରେ ହାତୀମାନେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବେ। ସୂଚନାଯୋଗ୍ୟ ଯେ ହାତୀ ହେଉଛି ରିପବ୍ଲିକ୍‌ ପାର୍ଟିର ପାରମ୍ପରିକ ମାସ୍‌କର୍ଟ।

ITC Maurya Hotel

ଏଠାରୁ ଟ୍ରମ୍ପ ସିଧାସଳଖ ୧୪ ତମ ତାଲାରେ ଥିବା ଗ୍ରାଣ୍ଡ ପ୍ରେସିଡେନ୍ସି ଫ୍ଲୋରକୁ ଯିବେ। ସେଠାରେ ଚାଣକ୍ୟ ସୁଇଟ୍‌ରେ ତାଙ୍କ ରହଣି ପାଇଁ ସ୍ୱତନ୍ତ୍ର ରାଜକୀୟ ବ୍ୟବସ୍ଥା କରାଯାଇଛି। ଏହି ସୁଇଟ୍‌ର ନିଜସ୍ୱ ପ୍ରବେଶପଥ ଓ ପ୍ରାଇଭେଟ୍‌ ହାଇ ସ୍ପିଡ ଏଲିଭେଟର ରହିଛି।

ITC Maurya Hotel

ଗୋଟିଏ ରାତିର ଭଡ଼ା ହେଉଛି ୮ ଲକ୍ଷ:

୪୮୦୦ ଫୁଟ୍‌ ବିଶିଷ୍ଟ ଚାଣକ୍ୟ ସୁଇଟ୍‌ର ରାତିକର ଭଡ଼ା ହେଉଛି ୮ ଲକ୍ଷ ଟଙ୍କା। ଏହି ରୁମ୍‌ର ନିଜସ୍ୱ ରିସେପସନ୍‌ ଏରିଆ ରହିଛି। ଏହାର ଖୁବ୍‌ ସୁନ୍ଦର ଲିଭିଂ ରୁମ୍‌ ଓ ସିଲ୍କ ପ୍ୟାନେଲଯୁକ୍ତ ପାଚେରି ରହିଛି। ଟ୍ରମ୍ପ ଦମ୍ପତିଙ୍କ ଭିନ୍ନ ଭିନ୍ନ ଫଟୋକୁ କୋଲାଜ କରି ଏହି ସୁଇଟ୍‌ରେ ଟଙ୍ଗାଯାଇଛି। ଏହି ସୁଇଟ୍‌ରେ ପିକକ ଥିମ୍‌ରେ ଡାଇନିଂ ରହିଛି। ପ୍ରଦୂଷଣ ରୋକିବା ପାଇଁ ଏହି ରୁମ୍‌ରେ ଖାସ୍‌ ଡାଇନାମିକ ପ୍ଲାକ୍‌ ଲଗାଯାଇଛି। ଏହା ରିୟଲ ଟାଇମ୍‌ ପଲ୍ୟୁସନ୍‌ ବିଷୟରେ ସୂଚନା ଦେବ। ଏଥିସହ ସମ୍ପୂର୍ଣ୍ଣ ହୋଟେଲ ହାଇ ସିକ୍ୟୁରିଟି ମଧ୍ୟରେ ରହିଥିବା ଜଣାଯାଇଛି।

ITC Maurya Hotel

ଟ୍ରମ୍ପଙ୍କ ନାଁରେ ପ୍ରସ୍ତୁତ ହେବ ସ୍ୱତନ୍ତ୍ର ପ୍ଲେଟ୍‌ର:

କେବଳ ରହିବା ପାଇଁ ନୁହେଁ ଏହି ହୋଟେଲରେ ଟ୍ରମ୍ପ ଦମ୍ପତିଙ୍କ ଭୋଜନର ମଧ୍ୟ ବିଶେଷ ବନ୍ଦୋବସ୍ତ କରାଯାଇଛି। ଏଥିପାଇଁ ITC ମୌର୍ଯ୍ୟର ଲୋକପ୍ରିୟ ବୁଖାରା ରେସ୍ତୋରାଁର ଏକଜିକ୍ୟୁଟିଭ୍‌ ସେଫ୍‌ଙ୍କ ଟିମ୍‌ ମେନ୍ୟୁ ପ୍ରସ୍ତୁତ କରୁଛନ୍ତି। ଏଥିରେ ସ୍ୱତନ୍ତ୍ର ଭାବେ ଟ୍ରମ୍ପ ପ୍ଳେଟର ସାମିଲ ହେବ।

ITC Maurya Hotel

ଟ୍ରମ୍ପଙ୍କ ଭୋଜନରେ ଭାରତୀୟ ସ୍ୱାଦିଷ୍ଟ ଭୋଜନ ସହ ମିଠା ମଧ୍ୟ ପରଷାଯିବ। ଏହା ବ୍ୟତୀତ ବେକନ ଓ ଅଣ୍ଡାକୁ ମଧ୍ୟ ମେନ୍ୟୁରେ ସାମିଲ କରାଯାଇଛି, ଯାହା ଟ୍ରମ୍ପଙ୍କ ମନପସନ୍ଦର ଖାଦ୍ୟ ମଧ୍ୟରେ ଅନ୍ୟତମ। Diet Coke ଓ cherry vanilla ice-cream ର ମଧ୍ୟ ବ୍ୟବସ୍ଥା କରାଯାଇଛି। ଖାଇବା ପରେ ଏମ୍‌ଏଫ୍‌ ହୁସେନ୍‌ଙ୍କ ପେଣ୍ଟିଂଯୁକ୍ତ ଆପ୍ରନ୍‌ ମଧ୍ୟ ଟ୍ରମ୍ପଙ୍କୁ ଭେଟି ଦିଆଯିବ ବୋଲି ଜଣାଯାଇଛି।

Picture Courtesy: gqindia
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.