Below header

ମୋହନା: ଅଧା ରହିଗଲା ମାଟ୍ରିକ ପରୀକ୍ଷା, ସ୍କୁଲକୁ ଯିବା ପୂର୍ବରୁ ପୋଖରୀରେ ବୁଡି ଛାତ୍ର ମୃତ

ଗଜପତି(କେନ୍ୟୁଜ୍):   ମୋହନା ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ସକାଳୁ ସକାଳୁ ଏକ ଦୁଖଃଦ ଘଟଣା ଘଟିଯାଇଛି । ଉକ୍ତ ଗ୍ରାମର ଛାତ୍ର ନାରାୟଣ ମଲ୍ଲିକ ଆଜି ମାଟ୍ରିକ ପରୀକ୍ଷା ର ଦ୍ୱିତୀୟ ଦିନରେ ଇଂରାଜୀ ବିଷୟରେ ପରୀକ୍ଷା ଦେବା ପାଇଁ ଛେଳିଗଡ ହାଇସ୍କୁଲ ଯିବା ପାଇଁ ସକାଳୁ ଉଠି ଗାଁ ନିକଟସ୍ଥ ପୋଖରୀ ଗାଧୋଇବାକୁ ଯାଇଥିଲେ । କିନ୍ତୁ ସେଠାରେ ଫିଡ୍ସ ଉଠାଇବାରୁ ଦୁର୍ଭାଗ୍ୟ ବସତ ପାଣିରେ ବୁଡି ଯାଇଥିଲେ । ଉପସ୍ଥିତ ସ୍ଥାନୀୟ ଲୋକମାନେ ତାଙ୍କୁ ଉଧାର କରି ସଙ୍ଗେ ସଙ୍ଗେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। କିନ୍ତୁ ପୁର୍ବରୁ ନାରାୟଣ ଙ୍କ ପ୍ରାଣବାୟୁ ଚାଲିଯାଇଥିବା ଘୋଷଣା କରିଥିଲେ ମେଡିକାଲ ର ଡାକ୍ତର । ଏ ସଂକ୍ରାନ୍ତ ରେ ମେଡିକାଲରେ ପୋଲିସ ପହଞ୍ଚି ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.