Below header

ଯାଜପୁର: କୃଷି ସମବାୟ ସମିତି ଅଫିସରେ ଶହ ଶହ ମଦ ବୋତଲ, କେଉଁଠୁ ଆସିଲା ମଦ ବୋତଲ ଚାଷୀ ଉଠାଇଲେ ପ୍ରଶ୍ନ

ଯାଜପୁର ଟାଉନ(କେନ୍ୟୁଜ୍):  କୃଷି ସମବାୟ ସମିତି କାର୍ଯ୍ୟାଳୟ ପରିସରରୁ ଶତାଧିକ ମଦ ବୋତଲ ଜବତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ବରୁହାଁ ସେବା ସମବାୟ ସମିତି କାର୍ଯ୍ୟାଳୟରେ । ସେବା ସମବାୟ ସମିତିରେ ପ୍ରକୃତ ଚାଷୀଙ୍କଠାରୁ ଧାନ ସଂଗ୍ରହ ହେଉନଥିବା ଅଭିଯୋଗ ହୋଇ ଆସୁଥିଲା । ଏହାର ପ୍ରତିବାଦରେ ଆଜି ଚାଷୀମାନେ ସମବାୟ ସମିତି କାର୍ଯ୍ୟାଳୟକୁ ଗୁହାରି କରିବାକୁ ଯାଇଥିଲେ । ମାତ୍ର ସେଠାରେ ଚାଷୀମାନେ ଅଫିସ ଛାତ ଓ ଅନ୍ୟ ସ୍ଥାନରୁ ଶହ ଶହ ଦେଶୀ ଓ ବିଦେଶୀ ମଦ ବୋତଲ ଦେଖିବାକୁ ପାଇଥିଲେ । ଏଠାରେ ଏତେ ପରିମାଣର ମଦବୋତଲ କିପରି ଆସିଲା ତାକୁ ନେଇ ପ୍ରଶ୍ନ ଉଠିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାର ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହୋଇଛି । ସେପଟେ ଏଭଳି ଅଭିଯୋଗ ଉଦ୍ଦେଶ୍ୟପ୍ରଣୋଦିତ ବୋଲି ସମବାୟ କର୍ତ୍ତୁପକ୍ଷ ସଫେଇ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.