Below header

ଜିଓର ସବୁଠାରୁ ଶସ୍ତା ୮୪ ଦିନର ପ୍ଲାନ ଯାହାକୁ ବହୁତ କମ ଲୋକ ଜାଣିଛନ୍ତି, ରହିଛି ଅନଲିମିଟେଡ଼ କଲର ସୁବିଧା

ରିଲାଏନ୍ସ ଜିଓ ନିକଟରେ ନିଜର ୩୬୫ ଦିନର ୨୦୨୦ ଟଙ୍କା ପ୍ଲାନକୁ ବନ୍ଦ କରିଦେଇଛି । ଏହା ସ୍ଥାନରେ ଜିଓ ୨୧୨୧ଟଙ୍କା ପାଇଁ ୩୩୬ ଦିନର ନୂଆ ପ୍ରିପେଡ଼ ପ୍ଲାନ ଲଞ୍ଚ କରିଛି ଯେଉଁଥିରେ ପ୍ରତିଦିନ ୧.୫ ଜିବି ଡାଟା ମିଳିବ । ଜିଓ ପାଖରେ କେବଳ ଗୋଟିଏ ନାହିଁ ଏମିତି ଅନେକ ପ୍ଲାନ ରହିଛି ଯାହା ବିଷୟରେ ବହୁତ କମ ଲୋକ ଜାଣିଥିବେ । ଜିଓର ଏହି ସବୁ ପ୍ଲାନକୁ ଆପଣ ଜିଓ ୱେବସାଇଟ ଏବଂ ମାଇ ଜିଓର other  ସେକ୍ସନରେ ଦେଖିପାରିବେ । ତେବେ ଜିଓର ଏହି ପ୍ଲାନରେ ଭଲ ଭଲ ଫାଇଦା ମଧ୍ୟ ମିଳୁଛି । ତାହେଲେ ଆସନ୍ତୁ ଜାଣିବା ଏ ବିଷୟରେ ।

reliance jio

ଜିଓ ନିକଟରେ ଏକ ୩୨୯ ଦିନର ପ୍ଲାନ ରହିଛି ଯାହାକି other ସେକ୍ସନରେ ଦେଖିବାକୁ ମିଳିବ । ଏହି ପ୍ଲାନରେ ୮୪ ଦିନର ବୈଧତା ମିଳିବା ସହିତ ଅନ୍ୟ ନେଟୱାର୍କକୁ କଲ କରିବା ପାଇଁ ୧୦୦୦ ମିନିଟ ମିଳିଥାଏ ଏବଂ ଜିଓ ନେଟୱାର୍କକୁ ଫ୍ରି କଲିଙ୍ଗ ରହିଥାଏ । ଏହି ପ୍ଲାନରେ ସମୁଦାୟ ୬ ଜିବି ଡାଟା ମିଳିଥାଏ । ଏହି ପ୍ଲାନ ସେହି ଲୋକମାନଙ୍କ ପାଇଁ ବେଷ୍ଟ ଅଟେ ଯେଉଁମାନଙ୍କୁ ଲମ୍ବା ବୈଧତା ପ୍ଲାନ ଆବଶ୍ୟକ । ଏହି ପ୍ଲାନରେ ଜିଓର ସମସ୍ତ ଆପକୁ ଆକ୍ସେସ ମିଳିବ ।

Jio 297 pack

ଜିଓ ନିକଟରେ ଥିବା ଅନ୍ୟ ଏକ ପ୍ଲାନ ହେଉଛି ୨୯୭ ଟଙ୍କା ଯେଉଁଥିରେ ୮୪ ଦିନର ବୈଧତା ମିଳିଥାଏ । ଯଦିଓ ଜିଓର ଏହି ପ୍ଲାନ କେବଳ ଜିଓ ଫୋନ ପାଇଁ ଅଟେ । ତେବେ ଏହା ମଧ୍ୟ ମାଇ ଜିଓର ଅଦର ସେକ୍ସନରେ ହିଁ ମିଳିବ । ଏହି ପ୍ଲାନରେ ପ୍ରତିଦିନ ୫୦୦ MB ଡାଟା ମିଳିବ । ସବୁଠାରୁ ଖାସ କଥା ହେଉଛି ଏଥିରେ ଅନଲିମିଟେଡ଼ ପ୍ଲାନ ରହିଛି ଅର୍ଥାତ ଏଥିରେ ଅନ୍ୟ ନେଟୱାର୍କକୁ ମଧ୍ୟ ଆପଣ ମାଗଣାରେ କଥା ହୋଇପାରିବେ ।

Jio Phone

ଏହି ପ୍ଲାନରେ ପ୍ରତିଦିନ ୧୦୦ ଏସଏମଏସର ସୁବିଧା ମିଳିଥାଏ । ତେବେ ଯଦି ଆପଣଙ୍କୁ ଅଧିକ ଡାଟାର ଆବଶ୍ୟକତା ନାହିଁ ଏବଂ କଲିଙ୍ଗ ପାଇଁ ଲମ୍ବା ବୈଧତାର କୌଣସି ପ୍ଲାନ ଚାଁହୁଛନ୍ତି ତାହେଲେ ଏହି ପ୍ଲାନ ଆପଣଙ୍କ ପାଇଁ ବେଷ୍ଟ ଅଟେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.