କ’ଣ ପାଇଁ ଶ୍ରୀକୃଷ୍ଣ ଭାଙ୍ଗିଥିଲେ ବଂଶୀ ? ଜାଣନ୍ତୁ ରାଧାଙ୍କ ଶେଷ ଇଚ୍ଛା କ’ଣ ଥିଲା

ରାଧା ବିନା କୃଷ୍ଣ ଅଧା। ଶ୍ରୀକୃଷ୍ଣଙ୍କ ନାମ ନେବା ମାତ୍ରେ ରାଧା ନାମ ମଧ୍ୟ ଆସିଥାଏ। ଶ୍ରୀକୃଷ୍ଣଙ୍କୁ ମଧ୍ୟ ଶ୍ରୀ ରାଧା ନାମରେ ସମ୍ବୋଧିତ କରାଯାଏ। ରାଧା ନାମ ଉଚ୍ଚାରଣ କଲେ ଶ୍ରୀକୃଷ୍ଣଙ୍କ କୃପା ଶ୍ରୀଘ୍ର ମିଳିଥାଏ ବୋଲି ଅନେକ ମାନ୍ୟତା ରହିଛି। ମଥୁରା, ବୃନ୍ଦାବନ ଭଳି ଯେକୌଣସି ସ୍ଥାନକୁ ଯାନ୍ତୁ ଶ୍ରୀକୃଷ୍ଣଙ୍କ ସହିତ ରାଧାଙ୍କ ପ୍ରତିମୂର୍ତ୍ତି ନିଶ୍ଚିତ ଭାବେ ରହିଥାଏ। କିନ୍ତୁ ବେଳେ ବେଳେ ମନରେ ପ୍ରଶ୍ନ ଆସିଥାଏ, କୃଷ୍ଣ ମଥୁରା ଗଲାପରେ ରାଧାଙ୍କ ସହିତ କ’ଣ ଘଟିଥିଲା ? ରାଧା ସେ ସମୟରେ କ’ଣ କରୁଥିଲେ ? ଏପରି ଅନେକ କିଛି…

ଅନେକ ବିଦ୍ୱାନଙ୍କ ମତରେ କୃଷ୍ଣଙ୍କ ଠାରୁ ରାଧା ଏବଂ ରାଧାଙ୍କ ଠାରୁ କୃଷ୍ଣଙ୍କୁ କେହି ବି ଅଲଗା କରିପାରିବେ ନାହିଁ। ଏମାନଙ୍କ ମଧ୍ୟରେ ଗଭୀର ସମ୍ପର୍କ ରହିଛି। କିଛି କିମ୍ବଦନ୍ତୀରେ କୁହାଯାଇଛି ଯେ, କୃଷ୍ଣ ନିଜର ବଂଶୀ ସ୍ୱରରେ ଗୋପୀମାନଙ୍କର ହୃଦୟ ଜିତୁଥିଲେ, କିନ୍ତୁ ଗୋପୀଙ୍କ ତୁଳନାରେ ବଂଶୀ ସ୍ୱରରେ ରାଧା ଅଧିକ ବିମୋହିତ ହେଉଥିଲେ। କିନ୍ତୁ ରାଧାଙ୍କ ଠାରୁ ଅଧିକ କୃଷ୍ଣ ରାଧା ପ୍ରେମରେ ପାଗଳ ଥିଲେ।

krishna

ରାଧା କୃଷ୍ଣଙ୍କ ଠାରୁ ପାଞ୍ଚ ବର୍ଷ ବଡ ଥିଲେ। ସେ ବୃନ୍ଦାବନ ଠାରୁ କିଛି ଦୂରରେ ରେପଲ୍ଲୀ ନାମକ ଗାଁରେ ରହୁଥିଲେ। କୃଷ୍ଣଙ୍କ ବଂଶୀ ସ୍ୱର ହିଁ ରାଧାକୁ ବୃନ୍ଦାବନକୁ ଟାଣି ନେଉଥିଲା। କୃଷ୍ଣଙ୍କ ମାମୁଁ କଂସ ତାଙ୍କୁ ମଥୁରା ନେଇଯାଇଥିଲେ, ଯେଉଁଥିପାଇଁ ଯଶୋଦା, ରାଧାଙ୍କ ଠାରୁ ଆରମ୍ଭ କରି ଷୋହଳ ଶହ ଗୋପୀ ମଧ୍ୟ ଦୁଃଖିତ ରହିଥିଲେ। କିନ୍ତୁ କୃଷ୍ଣ କିପରି ରାଧା ସହିତ ଦେଖା କରିବେ, କଥା ହେବେ ଏକଥା ଚିନ୍ତାରେ କରି ମଥୁରା ଯିବା ପୂର୍ବରୁ ରାଧାଙ୍କୁ ଦେଖା କରିବା ପାଇଁ ଯାଇଥିଲେ।

କୃଷ୍ଣ ମଥୁରା ଚାଲିଯିବା ପରେ ରାଧା ମାତାପିତାଙ୍କ ଚାପରେ ଆସି ବିବାହ କରିଥିଲେ। ବିବାହ ପରେ ନିଜର ଜୀବନ ଘର-ଗୃହସ୍ଥୀରେ ଲଗାଇଥିଲେ ରାଧା। କିନ୍ତୁ ହୃଦୟର କୌଣସି କୋଣରେ କୃଷ୍ଣ ହିଁ ବାସ କରୁଥିଲେ। ରାଧାଙ୍କୁ ବୟସ ହୋଇଗଲା ପରେ ଚାରିଆଡେ ବୁଲିବୁଲି କୃଷ୍ଣଙ୍କ ପ୍ରେମରେ ପାଗଳ ହୋଇ ଦ୍ୱାରିକା ନଗରୀରେ ପହଞ୍ଚିଥିଲେ। କୃଷ୍ଣ ସେଠାରେ ରାଧାଙ୍କୁ ଏକ ମହଲର ଦେବିକା ଭାବେ ନିଯୁକ୍ତି କରିଥିଲେ। ରାଧା ସେଠାରେ ରହି ମହଲ ସମ୍ବନ୍ଧୀତ କାର୍ଯ୍ୟକୁ ଦେଖାଶୁଶା କରିବା ସହ ସୁଯୋଗ ମିଳିଲେ କୃଷ୍ଣଙ୍କୁ ମଧ୍ୟ ସାକ୍ଷାତ କରିନେଉଥିଲେ। ଶେଷ ସମୟରେ ରାଧାଙ୍କୁ କୃଷ୍ଣଙ୍କ ଆବଶ୍ୟକତା ପଡିଥିଲା, ତେଣୁ ରାଧା କୃଷ୍ଣଙ୍କୁ ଦେଖିବାକୁ ଚାହୁଥିଲେ, କୃଷ୍ଣ ରାଧାଙ୍କ ସାମ୍ନାକୁ ଆସିବା ଦେଖି ବହୁତ ଖୁସି ହୋଇ ଯାଇଥିଲେ। ଏହି ସମୟରେ ରାଧାଙ୍କ ମନରେ କୃଷ୍ଣ ଦୂରେଇ ଯିବାର ଡର ଲାଗିରହୁଥିଲା, ଏଥିପାଇଁ ଦିନେ ସନ୍ଧ୍ୟାରେ ସେ ମହଲରେ ବାହାରକୁ ପଳାଇଥିଲେ।

krishna-plays-flute

ରାଧାଙ୍କ ଜୀବନର ଶେଷ ସମୟରେ କୃଷ୍ଣ ରାଧାଙ୍କୁ କିଛି ମାଗିଥିଲେ, ଯାହା ରାଧା ଦେବା ପାଇଁ ମନା କରିଥିଲେ। ପୁଣି ରାଧାଙ୍କର ଶେଷ ଇଚ୍ଛା ରହିଥିଲା ଯେ, କୃଷ୍ଣ ତାଙ୍କ ପାଇଁ ଶେଷ ଥର ବଂଶୀ ବଜାନ୍ତୁ ବୋଲି। ରାଧାଙ୍କ ଇଚ୍ଛା ପୂରଣ କରିବା ପାଇଁ କୃଷ୍ଣ ବଂଶୀ ବଜାଇଥିଲେ, ଏହାକୁ ଶୁଣି ରାଧା ନିଜ ଶରୀର ତ୍ୟାଗ କରିଥିଲେ। ଏହାକୁ ଜାଣିବା ପରେ କୃଷ୍ଣ ନିଜର ବଂଶୀଙ୍କୁ ଭାଙ୍ଗିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.