Below header

ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମର ଅସ୍ଥି କାହିଁକି ଆଜି ଯାଏଁ କରାଯାଇନାହିଁ ବିସର୍ଜନ ??

ଆଜି ଜାତିର ପିତା ମହାତ୍ମା ଗାନ୍ଧିଙ୍କ ଶ୍ରାଦ୍ଧ ଦିବସ । ୧୯୪୮ ମସିହା ଜାନୁଆରି ୩୦ ତାରିଖରେ ବିରଳା ଭବନଠାରେ ଆତତାୟୀ ନାଥୁରାମ ଗଡସେ ଗୁଳି କରି ଗାନ୍ଧିଜୀଙ୍କୁ ହତ୍ୟା କରିଥିଲା । ଦେଶକୁ ସ୍ବାଧୀନତାର ସ୍ବାଦ ଚଖାଇଥିବା ମହାନାୟକ ତଥା ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରିଥିବା ନାଥୁରାମ ଗଡସେକୁ ୧୫ ନଭେମ୍ବର ୧୯୪୯ରେ ଅମ୍ବାଲାର ଜେଲରେ ନାଥୁରାମଙ୍କୁ ଫାଶୀ ଦିଆଯାଇଥିଲା ।

ଗାନ୍ଧୀଙ୍କୁ ହତ୍ୟା କରିଥିବା ଅଦାଲତରେ ସ୍ୱୀକାର କରିଥିଲେ ନାଥୁରାମ୍‌ । କହିଥିଲେ ମହତ୍ମା ଗାନ୍ଧୀ ଦେଶର ସେବା କରିଛନ୍ତି । ମୁଁ ତାଙ୍କର ଆଦର କରେ । ସେଥିପାଇଁ ଗୁଳି କରିବା ପୂର୍ବରୁ ମୁଁ ତାଙ୍କ ସମ୍ମାନରେ ମୁଣ୍ଡ ତଳକୁ କରିଥିଲି । କିନ୍ତୁ ସେ ଅଖଣ୍ଡ ଭାରତର ଦୁଇ ଖଣ୍ଡ କରିଥିବାରୁ ତାଙ୍କୁ ଗୁଳି କରିଥିଲି ।

ଫାଶୀ ପୂର୍ବରୁ ନାଥୁରାମଙ୍କ ଗୋଟିଏ ହାତରେ ପବିତ୍ର ଗୀତା ଏବଂ ଅଖଣ୍ଡ ଭାରତର ନକ୍ସା ଥିବା ବେଳେ ଅନ୍ୟ ହାତରେ ଥିଲା ଭଗୱା ପତାକା । କୁହାଯାଏ ଫାଶୀରେ ଚଢିବା ପୂର୍ବରୁ ନମସ୍ତେ ସଦା ବତ୍ସଲେ କହିଥିଲା ନାଥୁରାମ ।

ତେବେ ଜାଣି ଆଶ୍ଚର‌୍ୟ୍ୟ ହେବେ ଆଜି ଯାଏ ବିସର୍ଜନ ହୋଇନାହିଁ ବରଂ ସୁରକ୍ଷିତ ଅଛି ନାଥୁରାମଙ୍କ ଅସ୍ଥି । ପୁଣେର ଶିବାଜୀ ନଗରରେ ନାଥୁରାମଙ୍କ ଅସ୍ଥି ସହ ରହିଛି ତାଙ୍କର କିଛି କପଡା ଏବଂ ହାତରେ ଲେଖା ହୋଇଥିବା କିଛି ନୋଟ୍ସ ।

କୁହାଯାଏ ନାଥୁରାମଙ୍କ ଶବ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇନଥିଲା । ନିକଟରେ ଥିବା ଘଘର ନଦୀ ନିକଟରେ ଅତ୍ୟନ୍ତ ଗୁପ୍ତ ଭାବରେ ଅନ୍ତିମ ସଂସ୍କାର କରିଦିଆଯାଇଥିଲା । ତେବେ ନାଥୁରାମଙ୍କ ହିନ୍ଦୁ ମହାସଭାର ଜଣେ ସଦସ୍ୟ ପଛେ ପଛେ ଯାଇ ଅନ୍ତିମ ସଂସ୍କାର ପରେ କିଛି ଅସ୍ଥି ଏକ ଡବାରେ ନେଇ ଆସିଥିଲେ ।

ନାଥୁରାମଙ୍କ ଅନ୍ତିମ ଇଛା ଥିଲା ଅସ୍ଥିର କିଛି ଅଂଶ ସମ୍ଭାଳିକି ରଖାଯାଉ । ଯେତେବେଳେ ସିନ୍ଧୁ ନଦୀ ସ୍ବତନ୍ତ୍ର ଭାରତରେ ପୁଣି ଥରେ ସମାହିତ ହୋଇଯିବ ଏବଂ ପୁଣି ଥରେ ଅଖଣ୍ଡ ଭାରତର ନିର୍ମାଣ ହୋଇଯିବ ସେତେବେଳେ ତାର ଅସ୍ଥି ସେଥିରେ ବିସର୍ଜନ କରାଯିବ । ସେଥିପାଇଁ ଯେତେ ବର୍ଷ ଯେତେ ପିଢି ସମୟ ଲାଗୁ ନା କାହିଁକି ।

ଆଜି ବି ନାଥୁରାମଙ୍କ ଅନ୍ତିମ ଇଛାକୁ ସମ୍ମାନ ଦେଇ ଅସ୍ଥିକୁ ଚାନ୍ଦିର ଏକ କଳଶରେ ସୁରକ୍ଷିତ ରଖିଛନ୍ତି ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.