Below header

ଘର କିଣି ଠକାମୀରେ ପଡିଗଲେ ଆଲିୟା, ପ୍ରକୃତ ମୂଲ୍ୟର ଦେଇଛନ୍ତି ଦୁଇ ଗୁଣା ଟଙ୍କା

ବଲିଉଡର ଚୁଲବୁଲି ନାୟିକା ଆଲିୟା ଭଟ୍ଟ । ଦର୍ଶକଙ୍କୁ ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ମାତ୍ର ୬ ବର୍ଷର କ୍ୟାରିୟର ମଧ୍ୟରେ ଏତେ ସଫଳତା ହାସଲ କରିସାରିଛନ୍ତି ଯେ ଆୟ ମାମଲାରେ ଅନେକ ସିନିୟର୍ ଅଭିନେତ୍ରୀଙ୍କୁ ଟକ୍କର ଦେଉଛନ୍ତି ।

ଏହା ସହ ପଢନ୍ତୁ ଅମିତାଭଙ୍କ ଫଟୋ ଦେଖି ଦୌଡ଼ି ପଳାଇଲେ ରେଖା, କାହିଁକି?

ଆଲିୟାଙ୍କ ଶେଷ ହିଟ୍ ସିନେମା ଥିଲା ରାଜି । ଆଗକୁ ଆସୁଛି ଗଲି ବୟ, ଯାହା ୧୪ ଫେବ୍ରୁଆରୀରେ ରିଲିଜ୍ ହେବ । ତେବେ ନୂଆ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି ଆଲିୟା । ହେଲେ ପଡିଯାଇଛନ୍ତି ଠକାମୀରେ । ଘର କିଣିବା ପରେ ଯେଉଁ ଖବର ସାମ୍ନାକୁ ଆସିଛି ତାହା ଶୁଣିଲେ ନିଶ୍ଚୟ ଅନୁତାପ କରିବେ ଆଲିୟା ।

ପ୍ରକୃତରେ ଅସଲ ମୂଲ୍ୟର ଦୁଇଗଣା ଟଙ୍କା ଦେଇଛନ୍ତି ଆଲିୟା । ଘରର ମୂଲ୍ୟ ୭.୮୬ କୋଟି ଥିବା ବେଳେ ଆଲିୟା ଦେଇଛନ୍ତି ୧୩ କୋଟି । ପ୍ରାୟ ୬ କୋଟି ଅଦିକ ଦେଇଛନ୍ତି ଆଲିୟା ଭଟ୍ଟ । ଏହି ଖବର ଜାଣିବା ପରେ ନିଶ୍ଚୟ ଭାବରେ ମୁଣ୍ଡରେ ହାତ ଦେଇଥିବେ ଆଲିୟା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.