କେବେ ନୋଟିସ୍‌ କରିଛନ୍ତି, ମହିଳାଙ୍କ ସାର୍ଟ ବଟନ ବାମ ପଟେ ଥାଏ କାହିଁକି ?

ପୁରୁଷ ଏବଂ ମହିଳାକ ସାର୍ଟରେ ସବୁଠୁ ବଡ ଅନ୍ତର ହେଉଛି ବଟନ୍‌। କାରଣ ପୁରୁଷଙ୍କର ସାର୍ଟରେ ଏହି ବଟନ୍‌ ଡାହାଣ ପାର୍ଶ୍ୱରେ ଥିବାବେଳେ ମହିଳାଙ୍କର ଥାଏ ବାମ ପଟେ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ଏମିତି କାହିଁକି ହୋଇଥାଏ। ଚାଲନ୍ତୁ ଆଜି ଆମେ ଏହି ବିଷୟରେ ଜାଣିବା।
ବଟନରେ ଏହିଭଳି ଅନ୍ତରକୁ ଦେଖି ବିଭିନ୍ନ ପ୍ରକାର ତର୍କ ଦେଖାଦେଇଛି। ଏହାକୁ ନେଇ ଅନେକ ଲୋକ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଇଛନ୍ତି। ଅନେକେ ତ ଏହା ପଛରେ ଐତିହାସିକ କାରଣ ଅଛି ବୋଲି କହୁଛନ୍ତି। ତେବେ ଆସନ୍ତୁ ଜାଣିବା କଣ? ଏହାର ପ୍ରକ୍ରୁତ କାରଣ।

ପ୍ରଥମ କାରଣ

କୁହାଯାଏ ଯେ ପୂର୍ବରୁ ପୁରୁଷମାନେ ନିଜ ପୋଷାକ ନିଜେ ପିନ୍ଧୁଥିଲେ, ସେହିପରି ମହିଳାମାନେ ନିଜ ପୋଷାକ ନିଜେ ପିନ୍ଧୁନଥିଲେ। ସେହି ସମୟରେ ଅଧିକାଂଶ ଲୋକ ଡାହାଣ ହାତରେ କାମ କରୁଥିଲେ। ମହିଳାମାନଙ୍କୁ ପୋଷାକ ପିନ୍ଧାଇବାରେ ଯେମିତି କୌଣସି ସମସ୍ୟା ନହେଉ ତେଣୁ ସାର୍ଟର ବଟନ୍‌ ବାମ ପଟେ ଲଗାଯାଉଥିଲା।

ଦ୍ୱିତୀୟ କାରଣ

ପୁରୁଷଙ୍କୁ ବଟନ୍‌ ବନ୍ଦ କରିବା ଏବଂ ଖୋଲିବା ପାଇଁ ବାମ ହାତର ସାହାରା ନେବାକୁ ପଡିଥାଏ। ଏଥିପାଇଁ ସେମାନଙ୍କ ସାର୍ଟରେ ଡାହାଣ ବାମ ପଟେ ବଟନ୍‌ ଥାଏ। କିନ୍ତୁ ମହିଳାମାନଙ୍କ କ୍ଷେତ୍ରରେ ଏହାର ଓଲଟା ହୋଇଥାଏ। ଏଥିପାଇଁ ମହିଳାଙ୍କ ସାର୍ଟ ବଟନ୍‌ ବାମ ପଟେ ଥାଏ।

women-shirt-buttonତୃତୀୟ କାରଣ

ପୂର୍ବରୁ ମହିଳା ଏବଂ ପୁରୁଷଙ୍କ ପୋଷାକରେ ଅନ୍ୟକ ପାର୍ଥକ୍ୟ ରହୁଥିଲା କିନ୍ତୁ ଏବେ ବହୁତ ସାମଞ୍ଜସ୍ୟ ହୋଇଗଲାଣି। ଏଥିପାଇଁ ମହିଳା ଏବଂ ପୁରୁଷଙ୍କ ପୋଷାକଙ୍କ କପଡାରେ ସାମାନ୍ୟ ଅନ୍ତର ରଖିବା ପାଇଁ ଏମିତି କରାଯାଇଛି।

ଏହାସହ ପଢନ୍ତୁ : ଯୌତୁକରେ ମିଳିଥିବା ୧୧ ଲକ୍ଷ ଟଙ୍କାକୁ ଫେରାଇଦେଲେ ଏହି CISF ଯବାନ, ରାତାରାତି ବନିଲେ ସୋସିଆଲ ମିଡ଼ିଆ ଷ୍ଟାର

ଚତୁର୍ଥ କାରଣ

ଇତିହାସ ଜଡିତ ତଥ୍ୟ ମୁତାବକ ମହିଳାଙ୍କ ପୋଷାକର ବଟନ ବାମ ପଟେ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ ନିପୋଲିୟନ ବୋନାପାର୍ଟ। ଏହା ପଛର କାରଣ ହେଉଛି ନିପୋଲିୟାନ ଗୋଟିଏ ଖାସ୍‌ ଷ୍ଟାଇଲରେ ଗୋଟିଏ ହାତକୁ ସାର୍ଟରେ ପୂରାଇ ଛିଡା ହୁଅନ୍ତି, ଏହା ଦେଖି ମହିଳାମାନେ ତାଙ୍କୁ ଦେଖି ଉପହାସ କରୁଥିଲେ। ଯେତେବେଳେ ଏହା ନିପୋଲିୟନଙ୍କୁ ଜଣାପଡିଲା ସେତେବେଳେ ସେ ମହିଳାଙ୍କୁ ରୋକିବା ପାଇଁ ପୋଷାକରେ ବଟନ୍‌ ବାମ ପଟେ ଲଗାଇବାକୁ ନିର୍ଦ୍ଦେଶ ଦେଇଦେଲେ।

Leave A Reply

Your email address will not be published.