Below header

ଦୁନିଆର ସବୁଠାରୁ ପାଞ୍ଚଟି ମହଙ୍ଗା ମଦ, ଯାହାର ଦାମ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ମଦ ପିଇବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ ଏକଥା ତ ସମସ୍ତେ ଜାଣିଛନ୍ତି ଏହାପରେ ମଧ୍ୟ ବିଶ୍ଵରେ ଅନେକ ସଂଖ୍ୟକ ଲୋକ ମଦ୍ୟପାନ କରିଥାନ୍ତି । ପ୍ରତିବନ୍ଧତା ବା ନିଜର ସମ୍ମାନକୁ ଡରି କିଛି ଲୋକ ଲୁଚିକି ମଦ ପିଉଥିବା ବେଳେ ଆଉକିଛି ଲୋକ ସାଧାରଣରେ ଖୁଲମଖୁଲା ମଦ୍ୟପାନ କରିଥାନ୍ତି । ମଦ ପିଉଥିବା ଲୋକକୁ ହିଁ ମଦର ଦାମ ଜଣାଥାଏ ଓ ବଡ଼ବଡ଼ ଲୋକମାନେ ନିଜଘରେ ଅତିଥିଙ୍କୁ ମହଙ୍ଗା ମଦ ପିଇବାକୁ ଦେଇଥାନ୍ତି ଯାହାଦ୍ୱାର ସେମାନଙ୍କର ସମ୍ମାନ ବୃଦ୍ଧି ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ସେହିପରି କିଛି ମହଙ୍ଗା ମଦ ବିଷୟରେ ଯାହା ପାର୍ଟି ଗୁଡିକରେ ଚର୍ଚ୍ଚାର ବିଷୟ ହୋଇ ରହିଥାଏ ।

tequiLa ley 925

ଏହି ମଦର ନାମ ହେଉଛି Tequila Le .925 । ଯେଉଁ ବୋତଲରେ ଏହାର ପ୍ୟାକେଜିଙ୍ଗ ହୋଇଥାଏ ସେଥିରେ ୬୪୦୦ ହୀରା ଖଞ୍ଜା ଯାଇଥାଏ । ଏହାକୁ ସର୍ବପ୍ରଥମେ ମେକ୍ସିକୋରେ ଲଞ୍ଚ କରାଯାଇଥିଲା କିନ୍ତୁ ଆଜିପର‌୍ୟ୍ୟନ୍ତ ଏହାକୁ କେହି କିଣି ପାରିନାହାନ୍ତି । ଯେଉଁ କାରଣରୁ ଆଜି ପର‌୍ୟ୍ୟନ୍ତ ଏହାର ପ୍ରକୃତ ଦାମ ଜଣାପଡିନାହିଁ ।

Amanda De Brignac Midas

Ammand de Brignac Meadas । ଏହାକୁ ଦୁନିଆର ସବୁଠାରୁ ମହଙ୍ଗା ସ୍ୟାମ୍ପେନ କୁହାଯାଇଥାଏ । ଏହି ବୋଟଲର ବଡ ଆକୃତି ଅଧିକ ଦରର ଏକ ମୁଖ୍ୟ କାରଣ ଅଟେ । ଏହାର ଦାମ ୧ କୋଟି ୪୦ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ।

diva vodka

ଏହା ହେଉଛି diva vodka । କୁହାଯାଏ ଏହାର ଟେଷ୍ଟ ନେଲପଲିସ ଭଳି ହୋଇଥାଏ । ଏହି ବୋତଲର ମଝି ଅଂଶରେ ସ୍ୱରାଵସ୍କିର crystal ରହିଥାଏ । ଏହି crystal ଗୁଡିକୁ ଡ୍ରିଙ୍କରେ ମିଶାଇ ପିଆଯାଇଥାଏ ।

ଏହାସହ ପଢନ୍ତୁ କୁତୁକୁତୁ କରିବା ଦ୍ୱାରା କାହିଁକି ଲାଗିଥାଏ ହସ, କଣ ଜାଣିଛନ୍ତି କି ଆପଣ ଏହା ପଛର ରହସ୍ୟ

dalmore 62 whisky

ଏହାର ନାମ ହେଉଛି Dalmore 62 । ଏହାକୁ ଦୁନିଆର ସବୁଠାରୁ ମାହାଙ୍ଗା ହ୍ୱିସ୍କି ବୋଲି କୁହାଯାଇଥାଏ । ଏହା ଏତେ ମହଙ୍ଗା ହୋଇଥାଏ ଯେ ଆଜିପର‌୍ୟ୍ୟନ୍ତ ଏହାର ମାତ୍ର ୧୨ଟି ବୋତଲ ପ୍ରସ୍ତୁତ କରାଯାଇଛି । ଏହାର ଦାମ ୧ କୋଟି ୪୦ ଲକ୍ଷରୁ ମଧ୍ୟ ଅଧିକ ।

penfolds ampoule

Penfolds ampule ଏହା ହେଉଛି ଦୁନିଆର ସବୁଠାରୁ ମାହାଙ୍ଗା ରେଡ ୱାଇନ । ପ୍ୟାନ ସେପ ଭଳି ବୋତଲରେ ଆସୁଥିବା ଏହି ୱାଇନର ଦାମ ୧ କୋଟି ୧୧ ଲକ୍ଷ ଟଙ୍କାରୁ ମଧ୍ୟ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.