ଫିଲ୍ମ ପରେ ଏବେ ରେଡିଓ ଷ୍ଟେସନ୍‌ରେ ଗୀତ ଗାଉଛନ୍ତି ରାନୁ ମଣ୍ଡଳ, ଦେଖନ୍ତୁ ଭାଇରାଲ ଭିଡିଓ

ଷ୍ଟେସନ୍‌ରେ ଗୀତ ଗାଇ ଲୋକଲୋଚନକୁ ଆସିଥିବା ରାନୁ ମଣ୍ଡଳ ଏବେ ରେଡିଓରେ ଗୀତ ଗାଉଥିବା ଦେଖିବାକୁ ମିଳିଛି। ନିକଟରେ ରାନୁ ମଣ୍ଡଳଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ହୋଇଛି। ଭିଡିଓରେ ରାନୁ ରେଡିଓ ଷ୍ଟେସନ୍‌ରେ ତେରି ମେରି ଗୀତ ଗାଉଥିବା ନଜର ଆସିଛି। ଏହି ଭିଡିଓ କାନ୍‌ପୁରର ଏକ ଏଫ୍‌ଏମ୍‌ ଷ୍ଟୁଡ଼ିଓରେ ସୁଟିଂ କରାଯାଇଛି।

ଆର୍‌ ଜେ ସୁଗନ୍ଧା ରାନୁଙ୍କର ଏହି ଭିଡିଓକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳିଛି ଯେ ରାନୁ ନିଜ ପ୍ରଥମ ଗୀତ ତେରି ମେରି କାହାନୀ ଗାଇଛନ୍ତି। ଦର୍ଶକେ ମଧ୍ୟ ରାନୁଙ୍କ ଭିଡିଓକୁ ଖୁବ୍‌ ପସନ୍ଦ କରିଛନ୍ତି।

ଏହାସହ ପଢ଼ନ୍ତୁ:  ଓଭର ମେକ୍‌ଅପ୍‌ ସହ ଗହଣା ଯୋଗୁ ଟ୍ରୋଲ୍‌ ହେଲେ ରାନୁ ମଣ୍ଡଳ, ଲୋକେ କହିଲେ ଏମିତି…

ନିକଟରେ ରାନୁ ମଣ୍ଡଳ ଓଭର ମେକ୍‌ଅପ୍‌ ଯୋଗୁ ଟ୍ରୋଲ୍‌ ହୋଇଥିଲେ। ପୂର୍ବରୁ ମଧ୍ୟ ରାନୁ ଫ୍ୟାନ୍‌ଙ୍କୁ ସେଲ୍‌ଫି ଉଠାଇବାକୁ ନେଇ ଦୁର୍ବ୍ୟବହାର କରିଥିଲେ। ଯେଉଁଥି ପାଇଁ ତାଙ୍କୁ ଲୋକମାନେ ପ୍ରବଳ ବିରୋଧ କରିଥିଲେ। ଲୋକମାନେ ରାନୁଙ୍କ ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ପ୍ରକାଶ ମଧ୍ୟ କରିଥିଲେ।

ଏହାସହ ପଢ଼ନ୍ତୁ: ମହିଳାଙ୍କୁ ଦୁର୍ବ୍ୟବହାର କରିବା ପରେ ଏବେ ସୋସିଆଲ ମିଡିଆରେ ଏମିତି ଟ୍ରୋଲ୍‌ ହେଉଛନ୍ତି ରାନୁ ମଣ୍ଡଳ

ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ରାଣାଘାଟ ରେଳ ଷ୍ଟେସନ୍‌ରେ ରାନୁ ମଣ୍ଡଳ ଗୀତ ଗାଇ ଗୁଜୁରାଣ ମେଣ୍ଟାଉଥିଲେ। ଥରେ ଜଣେ ସୋସିଆଲ ମିଡିଆ ୟୁଜର ରାନୁ ମଣ୍ଡଳ ଲତା ମଙ୍ଗେସକରଙ୍କ ‘ଏକ ପ୍ୟାର କା ନଗମା ହୈ’ ଗୀତ ଗାଉଥିବା ଭିଡିଓ ସେୟାର କରିଥିଲେ। ତା’ପରେ ରାନୁଙ୍କ ଭାଗ୍ୟ ବଦଳିଯାଇଥିଲା ଓ ରାତାରାତି ରାନୁ ପାଲଟିଯାଇଥିଲେ ଷ୍ଟାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.