Below header

ପ୍ରତିବର୍ଷ ୨୧ ଜୁନରେ କାହିଁକି ପାଳନ ହୁଏ ବିଶ୍ବ ଯୋଗ ଦିବସ ? ଜାଣନ୍ତୁ କାରଣ

ଆଉ ଦୁଇ ଦିନ ପରେ ହେବ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ । ୨୧ ଜୁନରେ ସାରା ବିଶ୍ବ ପାଳନ କରିବ ଯୋଗ ଦିବସ । ହେଲେ କେବେ ଭାବିଛନ୍ତି ୨୧ ଜୁନରେ କାହିଁକି ପାଳନ ହୁଏ ଯୋଗ ଦିବସ । ଯଦି ଜାଣି ନାହାଁନ୍ତି ଆସନ୍ତୁ ଜାଣିବା । ତେବେ ତା ପୂର୍ବରୁ ଜାଣନ୍ତୁ ଯୋଗ ସହ ଆମର ସମ୍ପର୍କ ।

ଭାରତର ପ୍ରାଚୀନ ଖୋଜ ମଧ୍ୟରୁ ଗୋଟିଏ ହେଉଛି ଯୋଗ । ଯାହାର ଉତ୍ପତ୍ତି ଭାରତରେ ହିଁ ହୋଇଥିଲା । ଏହି ପରମ୍ପରା ପ୍ରାୟ ୫୦୦୦ ବର୍ଷ ପୁରୁଣା ବୋଲି ବିଶ୍ବାସ ରହିଛି । ହୃଦୟ ଏବଂ ଆତ୍ମା ମଧ୍ୟରେ ସାମଞ୍ଜସ୍ୟ ଏବଂ ସନ୍ତୁଳନ ରଖି ଦିବ୍ୟ ଜ୍ଞାନ ପ୍ରଦାନ କରିଥାଏ ଯୋଗ । ମଧୁମେହ ଏବଂ ଉଚ୍ଚ ରକ୍ତଚାପ ଭଳି ରୋଗରୁ ମୁକ୍ତି ଦେଇଥାଏ ଯୋଗ । ଏବେ ଯୋଗ ପାଶ୍ଚାତ୍ୟ ଦେଶରେ ମଧ୍ୟ ନିଜ ପତିଆରା ବିସ୍ତାର କରିସାରିଲାଣି । ଭାରତ ବାହାରେ ଅନ୍ୟ ଦେଶମାନେ ମଧ୍ୟ ଏହାକୁ ଆପଣାଇସାରିଲେଣି ।

କାହିଁକି ୨୧ ଜୁନ ହେଲା ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ :

yoga day୧୧ ଡିସେମ୍ବର ୨୦୧୪ ରେ ଯୁକ୍ତ ରାଷ୍ଟ୍ର ମହାସଭା ୨୧ ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ଘୋଷଣା କରିଥିଲେ । ଏହା ପରଠୁ ୨୦୧୫ ରୁ ପ୍ରତିବର୍ଷ ୨୧ ଜୁନକୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଏହି ମହାସଭାରେ ସମ୍ବୋଧନ କରି କହିଥିଲେ, ଏହି ତିଥି ହେଉଛି ଉତ୍ତର ଗୋଲାର୍ଦ୍ଧର ସବୁଠାରୁ ଲମ୍ବା ଦିନ । ବିଶ୍ବର ଅନେକ ସ୍ଥାନରେ ଏହାର ଖାସ୍ ମହତ୍ବ ମଧ୍ୟ ରହିଛି ।

୨୧ ଜୁନ ଗ୍ରୀଷ୍ମକାଳୀନ ସଂକ୍ରାନ୍ତିର ଦିନ । ଏହି ଦିନ ଉତ୍ତର ଗୋଲାର୍ଦ୍ଧରେ ଏକ ଗ୍ରହର ଅକ୍ଷ ସେହି ତାରା ଆଡକୁ ସବୁଠାରୁ ଅଧିକ ଢଳି ଯାଇଥାଏ ଯାହାର ପରିକ୍ରମା ସେ କରିଥାଏ । ଆମ ମାମଲାରେ ଏହା ପୃଥିବୀ ଏବଂ ସୂର‌୍ୟ୍ୟଙ୍କ ମଧ୍ୟରେ ଲାଗୁ ହୋଇଥାଏ ।

ପୌରାଣିକ କଥା :

yogaଏହା ବ୍ୟତୀତ ୨୧ ଜୁନ ବର୍ଷର ସବୁଠାରୁ ଲମ୍ବା ଦିନ ହୋଇଥାଏ । ଏହି ଦିନ ଶୀଘ୍ର ସୂର‌୍ୟୋଦୟ ହୋଇ ବିଳମ୍ବରେ ଅସ୍ତ ହୋଇଥାଏ । ପୁରଣାରେ ମଧ୍ୟ ଏହି ଦିନର ଖାସ୍ ମହତ୍ବ ରହିଛି । ଏକ ପୌରାଣିକ କଥାନୁଯାୟୀ ସାତ ଜଣ ଲୋକ ଆଦି ଯୋଗୀଙ୍କ ନିକଟକୁ ଆତ୍ମଜ୍ଞାନ ପାଇଁ ଯାଇଥିଲେ । କିନ୍ତୁ ସେମାନେ ନିଜ ଶରୀରରେ ଉପସ୍ଥିତ ନଥିଲେ । ସେଥିପାଇଁ ଆଦି ଯୋଗୀ ଚାଲିଗଲେ । ଏହା ପରେ ସମସ୍ତେ ଶିବଙ୍କ ନିକଟକୁ ଯାଇ ଆଦି ଯୋଗୀଙ୍କଠୁ ଶିକ୍ଷା ପାଇଁ ଅଡି ବସିଲେ । କିନ୍ତୁ ଏଥିପାଇଁ ଲମ୍ବା ପ୍ରସ୍ତୁତି ଆବଶ୍ୟକ କହି ଶିବ ମନା କରିଦେଇଥିଲେ । ସେଠାରୁ ଆସି ଏହି ସାତ ଜଣ ୮୪ ବର୍ଷ ସାଧନା କରିଥିଲେ । ଏହା ପରେ ଆଦି ଗୁରୁ ସେମାନଙ୍କୁ ଶିକ୍ଷା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.