ହିଂସା ପ୍ରଚାର କରୁଥିବା ୯୦ ଲକ୍ଷ ଭିଡିଓକୁ ହଟାଇଲା YouTube

ୱାସିଂଟନ୍ : ଗୁଗଲ୍ ର ଭାରତୀୟ ବଂଶୋଭବ ଆମେରିକା ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୁନ୍ଦର ପିଚାଇ କହିଛନ୍ତି କି, ଅନଲାଇନ୍ ଭିଡିଓ ଷ୍ଟ୍ରିମିଙ୍ଗ ସାଇଟ୍ ୟୁଟ୍ୟୁବ୍ ନିଜର ନୀତି ନିୟମ ଅନୁଯାୟୀ ହିଂସା ଏବଂ ଘୃଣାର ପ୍ରଚାର କରୁଥିବା ତଥା କ୍ଷତି ପହଁଚାଉଥିବା ଭିଡିଓକୁ ହଟାଇବା କାମ ଆରମ୍ଭ କରିଦେଇଛି। ପିଚାଇ କହିଛନ୍ତି ଯେ ଆମେ ଏହାକୁ ମଜବୁତ୍ କରିବା ପାଇଁ ବହୁତ ପରିଶ୍ରମ କରୁଛୁ । ଏହା ବ୍ୟତୀତ କିଛି ବର୍ଷ ଭିତରେ ଜଣାପଡୁଛି କି ଏହାକୁ ଆହୁରି ଉନ୍ନତ କରିବାର ଆବଶ୍ଯକତା ରହିଛି । କାରଣ ଏହି ପ୍ଳାଟଫର୍ମର ବ୍ୟବହାର କରିବାର ପ୍ରକ୍ରିୟା ବଦଳି ଗଲାଣି ।
ସେ ଆହୁରି କହିଛନ୍ତି କି, ଗତ ୩ ମାସରେ ଆମେ ୯୦ ଲକ୍ଷ ଭିଡିଓ ହଟାଇ ଦେଇଛୁ । ଏହି ପ୍ରକ୍ରିୟା ଏବେ ବି ଜାରି ରହିଛି । କିନ୍ତୁ ଆମେ ସ୍ୱୀକାର କରୁଛୁ କି ଏବେ ମଧ୍ୟ ବହୁତ ଭିଡିଓ ଅଛି ଯାହାକୁ ହଟାଇବା ଜରୁରୀ ଅଟେ । ଗୁଗଲ୍ ଅଧୀନରେ ଥିବା ୟୁଟ୍ୟୁବ୍ ବିବାଦ।ସ୍ପଦ ଏବଂ ଲୋକଙ୍କୁ ପ୍ରଭାବିତ କରୁଥିବା ଭିଡିଓକୁ ନେଇ ଗତ କିଛି ବର୍ଷ ହେବ ବହୁତ ଚର୍ଚ୍ଚାରେ ରହିଛି । କିନ୍ତୁ କମ୍ପାନୀ ଏହି ଭିଡିଓକୁ ହଟାଇବା ପାଇଁ ଜୋରଦାର ପ୍ରୟାସ ଚଲାଇଛି ।