ଲୋକସଭାର ନୂଆ ବାଚସ୍ପତି ହେଲେ ଓମ୍‌ ବିର୍ଲା

ନୂଆଦିଲ୍ଲୀ (କେନ୍ୟୁଜ୍) : ଲୋକସଭାର ନୂଆ ବାଚସ୍ପତି ହେଲେ ଓମ୍‌ ବିର୍ଲା । ସର୍ବସମ୍ମତି କ୍ରମେ ଓମ୍‌ ବିର୍ଲା ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓମ୍‌ ବିର୍ଲାଙ୍କ ନାଁରେ ପ୍ରସ୍ତାବ ରଖିଥିଲେ । ମୋଦିଙ୍କ ପ୍ରସ୍ତାବକୁ ରାଜନାଥ ସିଂହ, ଅମିତ ଶାହ ଓ ନୀତିନ ଗଡ଼କରୀ ସମର୍ଥନ ଜଣାଇଥିଲେ । ସେହିପରି ବିଜେଡି ପକ୍ଷରୁ ମଧ୍ୟ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଓମ୍‌ ବିର୍ଲାଙ୍କ ନାଁରେ ପ୍ରସ୍ତାବ ରଖିଥିଲେ । କଂଗ୍ରେସ ଓ ଟିଏମ୍‌ସି ସମେତ ସବୁ ଦଳ ଓମ୍‌ ବିର୍ଲାଙ୍କ ନାଁକୁ ସମର୍ଥନ କରିଥିଲେ । ବାଚସ୍ପତି ନିର୍ବାଚିତ ହେବା ପରେ ଓମ୍‌ ବିର୍ଲାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ସାଂସଦମାନେ ଶୁଭେଚ୍ଛା ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି, ବିର୍ଲା ବାଚସ୍ପତି ହେବା ଗର୍ବର ବିଷୟ । ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ଓମ ବିର୍ଲା ଆଜି ଏହି ସ୍ଥାନରେ ପହଞ୍ଚି ପାରିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନ କୋଟାରୁ ବିଜେପି ସାଂସଦ ଅଛନ୍ତି ଓମ୍‌ ବିର୍ଲା । ସେ ଦୁଇ ଥର ସାଂସଦ ହେବା ସହ ତିନି ଥର ବିଧାୟକ ହୋଇଥିଲେ । ଏହା ପୂର୍ବରୁ ରାଜସ୍ଥାନ ସରକାରରେ ସଂସଦୀୟ ସଚିବ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.