ଖାଦ୍ୟ ପାଇବାରେ ବିଳମ୍ବ ହେବାରୁ ଡେଲିଭରି ବୟକୁ ଚାପୁଡ଼ା ମାରିଲେ ମହିଳା, ଭାଇରାଲ୍ ହେଉଛି ଭିଡିଓ
ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଦୁଇ ଜଣ ମହିଳା ଖାଦ୍ୟ ପାଇବାରେ ବିଳମ୍ବ ହେବାରୁ ଡେଲିଭରି ବୟ ଜଣଙ୍କୁ ଚାପୁଡ଼ା ମାରୁଥିବାର ନଜର ଆସୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି।
ଆଜିକାଲି ଫୁଡ ଡେଲିଭରି ବୟଙ୍କ ସହ ଆକ୍ରମଣ ଏବଂ ଅସଦାଚରଣ ମାମଲା କ୍ରମାଗତ ଭାବେ ସାମ୍ନାକୁ ଆସୁଛି । ସୋସିଆଲ ମିଡିଆରେ ଏହିପରି ଅନେକ ଭିଡିଓ ଭାଇରାଲ ହୋଇଥାଏ। ଯେଉଁଥିରେ କିଛି ଗ୍ରାହକ ଡେଲିଭରି ବୟଙ୍କ ସହ ଅସଦାଚରଣ କରୁଥିବା ଦେଖିବାକୁ ମିଳିଥାଏ। ବର୍ତ୍ତମାନ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ ଦୁଇ ଜଣ ମହିଳା ଖାଦ୍ୟ ପାଇବାରେ ବିଳମ୍ବ ହେବାରୁ ଡେଲିଭରି ବୟ ଜଣଙ୍କୁ ଚାପୁଡ଼ା ମାରୁଥିବାର ନଜର ଆସୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଭିଡିଓ ଦେଖିବା ପରେ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଇଛନ୍ତି।
ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଫୁଡ ଡେଲିଭରି ବୟ ଜଣଙ୍କ ହାତରେ ଖାଦ୍ୟ ପୁଡିଆ ଧରିଛନ୍ତି। ସେହି ସମୟରେ ସେଠାରେ ୨ଜଣ ମହିଳା ତାଙ୍କ ସହ ଯୁକ୍ତିତର୍କ କରୁଛନ୍ତି। ଏହା ପରେ ହଠାତ୍ ସେମାନେ ଉକ୍ତ ଯୁବକଙ୍କ ଉପରେ ଆକ୍ରମଣ କରୁଛନ୍ତି। ସେମାନେ ଡେଲିଭରି ବୟଙ୍କୁ ଆଖି ପିଛୁଳାକେ ଚାପୁଡ଼ା ମାରୁଛନ୍ତି । ଏହି ଘଟଣା ସେତିକିରେ ଥମିନଥିଲା।
ଏହା ପରେ ସେଠାରେ ଉପସ୍ଥିତ ଅନ୍ଯ ଜଣେ ଯୁବକ ଏସବୁ ଦେଇ ଘଟଣାସ୍ଥଳରେ ପହଁଚି ମହିଳା ୨ଜଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ମାନିବାକୁ ନାରାଜ୍। ଯାହାଫଳରେ ସେହି ଡେଲିଭରି ବୟ ଜଣଙ୍କୁ ବଞ୍ଚାଇବା ଅନ୍ଯ ଯୁବକ ଜଣଙ୍କ ୨ ମହିଳାଙ୍କୁ ବାଧ୍ଯ ହୋଇ ହାତ ଉଠାଇଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯଦିଓ ଏହି ଭିଡିଓ କେଉଁଠୁ ଆସିଛି, ଏହାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ କି ଏହି ଭିଡିଓଟି କେତେଦୁର ସତ ତାହା ଜଣାପଡିନାହିଁ।
Zomeato boy for delivery but this boy was late by some minutes so these women first of all argument with him and when the boy didn’t give the parcel free to them they started to beat him but then this brave boy come and fight with thse women for the delivery boy @gharkekalesh pic.twitter.com/VhRsFRqiaN
— Arhant Shelby (@Arhantt_pvt) May 11, 2023
ଏପଟେ ଉପଭୋକ୍ତାମାନେ ତୀବ୍ର ଭାବରେ ସେମାନଙ୍କର ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଏହି ଭିଡିଓଟି ନକଲି ଭଳି ମନେ ହେଉଛି।’ ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ମହିଳାଙ୍କୁ ସାବାଡ୍ କରିବାକୁ ଯାଇ ତାଙ୍କ ଉପରେ ହାତ ଉଠାଇ ଅନ୍ଯ ଯୁବକ ଜଣକ ପୁରା ଠିକ୍ କରିଛନ୍ତି।’ ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ମହିଳାମାନେ ବର୍ତ୍ତମାନ ଆକ୍ରମଣାତ୍ମକ କାହିଁକି ହେଉଛନ୍ତି?’ ଦୟାକରି କୁହନ୍ତୁ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭିଡିଓକୁ ୫ହଜାରରୁ ଅଧିକ ଲୋକ ଦେଖିସାରିଥିବାବେଳେ ଅନେକ ଲୋକ ଏହା ଉପରେ ନିଜର ପ୍ରତିକ୍ରିୟା ଦେବାରେ ଲାଗିପଡିଛନ୍ତି।