ପାକିସ୍ତାନ ଜେଲ୍‌ରୁ ମୁକ୍ତ ହେଲେ ୧୯୮ ମତ୍ସ୍ୟଜୀବୀ, ୨ ଜଣଙ୍କର ଜେଲ୍‌ରେ ହୋଇଥିଲା ମୃତ୍ୟୁ

ପାକିସ୍ତାନ ଜେଲରୁ ୧୯୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି। ସେମାନେ ନିଜ ନିଜ ଦଣ୍ଡ ସମାପ୍ତ କରିନେଇଥିଲେ। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୮୩ ହେଉଛନ୍ତି ଗୁଜରାଟର।

ପାକିସ୍ତାନ ଜେଲରୁ ୧୯୮ ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକ୍ତ କରାଯାଇଛି। ସେମାନେ ନିଜ ନିଜ ଦଣ୍ଡ ସମାପ୍ତ କରିନେଇଥିଲେ। ଏହି ମତ୍ସ୍ୟଜୀବୀଙ୍କ ମଧ୍ୟରୁ ୧୮୩ ହେଉଛନ୍ତି ଗୁଜରାଟର। ଏମାନେ ସମସ୍ତେ କରାଚୀ ଜେଲରେ ବନ୍ଦୀ ଥିଲେ ଏବଂ ଗୁରୁବାର ବିଳମ୍ବିତ ରାତିରେ ସେମାନଙ୍କୁ ମୁକ୍ତ କରାଯାଇଛି।

ପାକିସ୍ତାନ ଜେଲରୁ ଆହୁରି ଶତାଧିକ କଏଦୀଙ୍କୁ ମୁକ୍ତ କରାଯିବ। ଏଥିରେ ମତ୍ସ୍ୟଜୀବୀଙ୍କ ସଂଖ୍ୟା ଅଧିକ ରହିଛି। ଉଭୟ ଦେଶରେ କଏଦୀମାନଙ୍କୁ ନେଇ ନିୟମ ରହିଥିବା ବେଳେ ପ୍ରତିବର୍ଷ ସରକାରୀ ସ୍ତରରେ ଏହାକୁ ନେଇ ବୈଠକ ମଧ୍ୟ ହୋଇଥାଏ। ପାକିସ୍ତାନ ଜେଲରୁ ୫୦୦ କଏଦୀଙ୍କୁ ମୁକ୍ତ କରାଯିବ। ସେମାନଙ୍କ ମଧ୍ୟରେ ୪୯୯ ଜଣ ମତ୍ସ୍ୟଜୀବୀ ଥିବାବେଳେ ଜଣେ ସାଧାରଣ ନାଗରିକ ଅଛନ୍ତି। ଅବଶିଷ୍ଟ କଏଦୀମାନଙ୍କୁ ଚଳିତ ବର୍ଷ ଜୁଲାଇ ୩ ସୁଦ୍ଧା ମୁକ୍ତ କରାଯିବ।

ମତ୍ସ୍ୟଜୀବୀମାନେ ମାଛ ମାରିବା ବେଳେ ହଠାତ୍ ଯେତେବେଳେ ସୀମା ପାର୍‌ ହୋଇଯାଆନ୍ତି, ତ ସେମାନଙ୍କୁ ଗିରଫ କରିନିଆଯାଏ। ଏମିତିରେ ଅନେକ ପାକିସ୍ତାନୀ ମତ୍ସ୍ୟଜୀବୀ ମଧ୍ୟ ଭାରତୀୟ ଜେଲରେ ବନ୍ଦୀ ଅଛନ୍ତି। ଭାରତ ବି ପାକିସ୍ତାନୀ କଏଦୀମାନଙ୍କୁ ମୁକ୍ତ କରିବ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମୋଟ ୨୦୦ ଜଣ ଭାରତୀୟ କଏଦୀଙ୍କୁ ଗୁରୁବାର ମୁକ୍ତ କରାଯାଇ ଥାଆନ୍ତା। କିନ୍ତୁ ସେମାନଙ୍କ ମଧ୍ୟରୁ ଜଣେ ସାଧାରଣ ନାଗରିକ ଏବଂ ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଥିଲା।

ମୁକ୍ତ ହୋଇଥିବା ମତ୍ସ୍ୟଜୀବୀଙ୍କ ମଧ୍ୟରେ ୧୮୩ ଜଣ ଗୁଜରାଟର, ୫ ଜଣ ମହାରାଷ୍ଟ୍ରର, ୪ ଜଣ ଲେଖାଏ କେନ୍ଦ୍ରଶାସିତ ଅଞ୍ଚଳ ଡିୟୁ ଓ ଉତ୍ତର ପ୍ରଦେଶର, ଜଣେ ଆନ୍ଧ୍ର ପ୍ରଦେଶର ଏବଂ ଆଉ ଜଣେ ଅନ୍ୟ ଏକ ରାଜ୍ୟରୁ ଆସିଛନ୍ତି। ଜୁଲଫିକର ନାମକ କଏଦୀଙ୍କର ଗତ ଶନିବାର ଜେଲରେ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.