Below header

ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତୁର କାରଣ ଅସ୍ପଷ୍ଟ

ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। । ମୃତୁର କାରଣ ଅସ୍ପଷ୍ଟ ରହିଛି । ମୃତକ ଜଣକ ମଞ୍ଚେଶ୍ୱରର ଏକ ଘରୋଇ କଲେଜର ITI ଇଲେକଟ୍ରିକାଲ ଛାତ୍ର ଥିଲେ ।

ଭୁଅନେଶ୍ୱର (କେନ୍ୟୁଜ): ରାଜଧାନୀରେ ପୁଣି ଜଣେ ଛାତ୍ରଙ୍କ ଆତ୍ମହତ୍ୟା। ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ। ମୃତୁର କାରଣ ଅସ୍ପଷ୍ଟ ରହିଛି । ମୃତକ ଜଣକ ମଞ୍ଚେଶ୍ୱରର ଏକ ଘରୋଇ କଲେଜର ITI ଇଲେକଟ୍ରିକାଲ ଛାତ୍ର ଥିଲେ । ତାଙ୍କ ଘର କେଉଁଝର ଅଞ୍ଚଳର ବୋଲି କୁହାଯାଉଛି । ମୃତ ଛାତ୍ରଙ୍କ ନାମ ରୁଦ୍ର ମାଧବ ରଣା ବୋଲି ଜଣାପଡିଛି।

ଘଟଣା ସ୍ଥଳରେ ମଞ୍ଚେଶ୍ୱର ଥାନା ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି। ସେଠାରେ ଉପସ୍ଥିତ ଥିବା ସାଙ୍ଗ ସାଥି, ଓ କଲେଜ ର ଅଧ୍ୟାପକ ମାନଙ୍କୁ ପୋଲିସ ପଚରା ଉଚରା କରୁଥିବାର ଜଣାପଡୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.