ଟ୍ଵିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ, ୬ ସପ୍ତାହ ଭିତରେ ପଦ ସମ୍ଭାଳିବେ ଜଣେ ମହିଳା

ଟ୍ଵିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ । ଜଣେ ମହିଳା ହେବେ ଟ୍ବିଟରର ପରବର୍ତ୍ତୀ ସିଇଓ । ୬ ସପ୍ତାହ ଭିତରେ ସେ ଏହି ଦାଇତ୍ୱ ସମ୍ଭାଳିବେ । ଏହା ପୂର୍ବରୁ ମସ୍କ ନିଜର ପୋଷା କୁକୁରକୁ ଟ୍ଵିଟର ସିଇଓ ପଦରେ ବସାଇଥିଲେ ।

କେନ୍ୟୁଜ୍‌(ବ୍ୟୁରୋ): ଟ୍ଵିଟର ସିଇଓ ପଦ ଛାଡ଼ିବେ ଏଲନ ମସ୍କ । ମସ୍କ ଟ୍ଵିଟକରି ଜଣାଇଛନ୍ତି, ସେ ଏକ ନୂଆ ସିଇଓଙ୍କୁ ନିଯୁକ୍ତି ଦେଇଛନ୍ତି । ମସ୍କଙ୍କ ପରେ ସେ ଟ୍ଵିଟର ସିଇଓ ପଦ ସମ୍ଭାଳିବେ । ହେବାକୁ ଥିବା ସିଇଓଙ୍କ ନା କିନ୍ତୁ ମସ୍କ କହି ନାହାଁନ୍ତି । କିନ୍ତୁ ଟ୍ଵିଟ ଯୋଗେ ଏହା ସଙ୍କେତ ଦେଇଛନ୍ତି ସେ ଏକ ମହିଳା ବୋଲି । ଆଗାମୀ ୬ ସପ୍ତାହ ଭିତରେ ସେ ଏହି ପଦ ସମ୍ଭାଳିବେ ବୋଲି ମସ୍କ ଟ୍ଵିଟ ଯୋଗେ କହିଛନ୍ତି ।

ମସ୍କ ଟ୍ଵିଟରେ ଲେଖିଛନ୍ତି ସେ କେବଳ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ସମ୍ଭାଳିବେ । ଏହାସହ ମୁଖ୍ୟ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ କରିବେ । ସେକେବଳ ଉତ୍ପାଦ, ସପ୍ଟେଓ୍ଵର ଓ ସିଷ୍ଟମ ଅପରେଟର ଭାବେ ଦେଖାରେଖା କରିବେ । ମସ୍କ ନିଜ ଟ୍ଵିଟରେ ଲେଖିଛନ୍ତି ‘ମୁଁ ଉତ୍ସାହର ସହ ଘୋଷଣା କରୁଛି ଯେ ମୁଁ ଟ୍ଵିଟର ପାଇଁ ଏକ ନୂଆ ସିଇଓଙ୍କୁ ନିଯୁକ୍ତ ପ୍ରଦାନ କରିଛି । ୬ ସପ୍ତାହ ଭିତରେ ସେ ଏହି ଦାଇତ୍ୱ ସମ୍ଭାଳିବେ । ମୋର ଭୂମିକା କେବଳ କାର୍ଯ୍ୟକାରୀ ଅଧ୍ୟକ୍ଷତା ଓ ମୁଖ୍ୟ ବୈଷୟିକ ଅଧିକାରୀର ରହିବ । ମୁଁ କେବଳ ଉତ୍ପାଦ, ସପ୍ଟେଓ୍ଵର ଓ ସିଷ୍ଟମ ଅପରେଟର ଭାବେ ଦେଖାରେଖା କରିବି ।’

ଏହା ପୂର୍ବରୁ ମସ୍କ ନିଜର ପୋଷା କୁକୁରକୁ ଟ୍ଵିଟର ସିଇଓ ପଦରେ ବସାଇଥିଲେ । ଯାହାର ନା ରହିଥିଲା ଫ୍ଲୋକୀ । ମସ୍କ ସିଇଓ ଚଉକିରେ ବସିଥିବା ନିଜର ପୋଷା କୁକୁର ଫ୍ଲୋକୀର ଫଟୋକୁ ଟ୍ଵିଟ କରି ସେୟାର କରିଥିଲେ । ଫ୍ଲୋକୀ ବ୍ରାଣ୍ଡେଡ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲା । ସାର୍ଟ ଉପରେ ସିଇଓ ଲେଖାଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.