ନର୍ସରୀ ଭିତରେ ପଶିଲା ଜଙ୍ଗଲୀ ଭାଲୁ, ଘଉଡ଼ାଇବା ପାଇଁ ବନବିଭାଗର ଉଦ୍ୟମ ଜାରି

ନର୍ସରୀରେ ପଶିଲା ଭାଲୁ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଯୋଗୀମଠ ନର୍ସରୀ ଭିତରକୁ ଏକ ଭାଲୁଟି ପସିଆସିଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ଏକ ବିରାଟକାୟ ଜଙ୍ଗଲୀ ଭାଲୁ ହଠାତ କୁଆଡୁ ଚାଲି ଆସି ପଦ୍ମପୁର ନିକଟରେ ପହଞ୍ଚିଥିଲା ।

କେନ୍ଦୁଝର (କେନ୍ୟୁଜ): ନର୍ସରୀରେ ପଶିଲା ଭାଲୁ। କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ଯୋଗୀମଠ ନର୍ସରୀ ଭିତରକୁ ଏକ ଭାଲୁଟି ପସିଆସିଛି। ଆଜି ସକାଳ ପ୍ରାୟ ୯ଟା ସମୟରେ ଏକ ବିରାଟକାୟ ଜଙ୍ଗଲୀ ଭାଲୁ ହଠାତ କୁଆଡୁ ଚାଲି ଆସି ପଦ୍ମପୁର ନିକଟରେ ପହଞ୍ଚିଥିଲା । ଭାଲୁକୁ ଦେଖିବା ପାଇଁ ଲୋକଙ୍କ ଗହଳି ଲାଗିଛି। ଫଳରେ ଭୟଭୀତ ହୋଇ ଭାଲୁଟି ଏଣେତେଣେ ଦୌଡିବାରେ ଲାଗିଛି। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ସୁରକ୍ଷିତ ଭାବେ ଘଉଡ଼ାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

You might also like