ବେହୋସ ବ୍ୟକ୍ତିଙ୍କୁ ନିଜ କାନ୍ଧରେ ଟେକିନେଲେ ମହିଳା ପୋଲିସକର୍ମୀ, ଭିଡିଓ ଦେଖି ଲୋକେ କହୁଛନ୍ତି ମହିଳା ବାହୁବଳୀ

ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ମହିଳା ବାହୁବଳୀ। ବେହୋସ ପଡିଥିବା ବ୍ୟକ୍ତିଙ୍କୁ ନିଜ କାନ୍ଧରେ ବସାଇ ହସ୍ପିଟାଲ ପହଁଚାଇଲେ ମହିଳା ବାହୁବଳୀ। ଦର୍ଶକବନ୍ଧୁ କୁହାଯାଏ ମାନବିକତା ଆଜି ବି ବଞ୍ଚିରହିଛି ଆଉ ଏହି ମାନବିକତା ଆଜି ମଣିଷଙ୍କ ପାଖରେ ହିଁ ଜୀବିତ ରହିଛି। ମଣିଷର ଖରାପ ସମୟରେ ହିଁ ମଣିଷ ତାକୁ ସାହାଯ୍ୟ କରୁଛି। ଆଜି ଆମେ ଆପଣଙ୍କୁ ଏଥିପାଇଁ କହୁଛୁ କାରଣ ନିକଟରେ ଚେନ୍ନାଇର ଜଣେ ମହିଳା ଇନ୍ସପେକ୍ଟର ରାଜେଶ୍ୱରୀଙ୍କର ଏ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆଉ ମହିଳା ପୋଲିସଙ୍କର ଏହି ମହନୀୟତା ଦେଖିଲେ ଆପଣ ବି ତାଙ୍କୁ ପ୍ରଶଂସା ନ କରି ରହିପାରିବେନି।

ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତିଙ୍କୁ ନିଜ କାନ୍ଧରେ ଉଠାଇ ନେଇଯାଉଛନ୍ତି ମହିଳା ପୋଲିସକର୍ମୀ। ଏ ଘଟଣା ଗତ ରବିବାର ସକାଳ ସମୟର। ଯେତେବେଳେ ପୋଲିସକୁ ଖବର ଆସିଲା ଯେ କିଲପୁକ କ୍ରବିସ୍ତାନରେ ଉଦୟକୁମାର ନାମକ ଜଣେ ବ୍ୟକ୍ତି ପ୍ରଖର ଜଳସ୍ରୋତେରେ ବେହୋସ୍‌ ପଡିରହିଛନ୍ତି। ପୋଲିସ ଆସି ଦେଖେ ଯେ ବ୍ୟକ୍ତି ଜଣକ ବହୁତ ଦୁର୍ବଳ। ଯେଉଁ କାରଣରୁ ତାଙ୍କର ଚାଲିବା ପାଇଁ ବି ବଳ ନଥିଲା। କିନ୍ତୁ ସୌଭାଗ୍ୟର ବିଷୟ ଯେ ବ୍ୟକ୍ତି ଜଣକଙ୍କର ନିଶ୍ୱାସ ଚାଲୁଥିଲା।

ବର୍ଷା ପାଣିରେ ଭିଜିଯିବା କାରଣରୁ ସେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲେ ଏବଂ ବେହୋସ ହୋଇଯାଇଥିଲେ। ତେବେ ଜଣେ ମହିଳା ପୋଲିସ କର୍ମୀଙ୍କୁ ବେହୋସ ପଡିଥିବା ବ୍ୟକ୍ତିଙ୍କ କଷ୍ଟ ଦେଖାଗଲା ନାହିଁ ଦେଖାଇଲେ ମାନବିକତା। ପ୍ରବଳ ବର୍ଷାରେ ଖାଲି ପାଦରେ ନିଜ କାନ୍ଧରେ ବସାଇ ଗାଡିରେ ବସାଇବାକୁ ଦୌଡୁଥାନ୍ତି। ଏହାପରେ ସେ ବ୍ୟକ୍ତିଙ୍କୁ ଏକ ଅଟୋରେ ବସାଇ ତୁରନ୍ତ ହସ୍ପିଟାଲକୁ ପଠାଇଲେ। ଲୋକେ ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓକୁ ଖୁବ୍‌ ପସନ୍ଦ କରୁଛନ୍ତି।

ଏ ଦୃଶ୍ୟ ଦେଖି ଲାଗୁଛି ଯେପରି ମାନବିକତା ଆଜି ବି ବଞ୍ଚିରହିଛି। ଆଉ କେତେକ ଭଲ ମଣିଷ ଏହାକୁ ବଞ୍ଚାଇ ରଖିଛନ୍ତି। ତେବେ ସେଠାରେ ସମସ୍ତେ ପୁରୁଷ ଥିବା ସତ୍ତ୍ୱେ ଏ ମହିଳାଙ୍କ ସାହସ ଆଉ ସାହାଯ୍ୟ କରିବାର ମନୋବୃତ୍ତି ପାଇଁ ଆଜି ତାଙ୍କୁ ସଲାମ୍‌ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.