Below header

କରୋନା…କରୋନା… କରୋନା… ! ଏବେ ବାଧ୍ୟ ହୋଇ ଏମିତି ବି କରୁଛନ୍ତି ଲୋକେ, ଦେଖନ୍ତୁ ଭିଡିଓ

କରୋନା ସହିତ ସମଗ୍ର ବିଶ୍ୱ ଲଢୁଛି। ଏମିତିରେ ସୋସିଆଲ ଡିଷ୍ଟିଙ୍ଗ, ମାସ୍କ ଏବଂ ହାତକୁ ବାରମ୍ବର ଧୋଇବା ବହୁତ ଦରକାରୀ ହୋଇପଡିଛି। ଏଥିପାଇଁ ଲୋକେ ବାହାରୁ ଆଣୁଥିବା ପ୍ରତ୍ୟେକ ଜିନିଷକୁ ଭଲଭାବେ ଧୋଉଛନ୍ତି। କିମ୍ବା ବାହାରୁ ଘରକୁ ଫେରିବା ପରେ ଭଲଭାବେ ନିଜର ପରିଷ୍କାର କରୁଛନ୍ତି। ପିନ୍ଧିଥିବା ଡ୍ରେସ, ମାସ୍କ ଇତ୍ୟାଦି ଧୋଉଛନ୍ତି। କରୋନା ସଂକ୍ରମଣ ଦୃଷ୍ଟିରୁ ଏବେ ଲୋକେ ଏହା କରିବାକୁ ବାଧ୍ୟତାମୂଳକ କରାଯାଇଛି। ଏମିତିରେ ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ସଚେତନତା ଭିଡିଓ ଦେଖିବାକୁ ମିଳୁଛି। ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଆପଣ ନିଜକୁ ହସିବାରୁ ରୋକିପାରିବେନାହିଁ। ଏହି ଭିଡିଓ ଟିକ୍‌ଟକରେ ଭାଇରାଲ ହେଉଛି। ଯେଉଁଥିରେ ଜଣେ ୟୁଜର ବଜାରରୁ ଆଣିଥିବା ଧନିଆପତ୍ରକୁ ସାଇଟାଇଜ କରିବା ପାଇଁ ଅଦ୍ଭୁତ ଉପାୟ ଆପଣାଇଛନ୍ତି।

@1993pikachuइस वायरस ने सबको परेशान किया है 😰 corona ki dehsat ##coronavirus

♬ original sound – 👑 Mehmood J 👑

ଭଲକରି ଦେଖନ୍ତୁ ଏହି ଭିଡିଓକୁ। କିପରି ଜଣେ ୟୁଜର ବଜାରରୁ ଆଣିଥିବା ଧନିଆପତ୍ରକୁ ସାନିଟାଇଜ କରିବା ପାଇଁ କପଡାରେ ସାବୁନ ମାରି ଯେଉଁଭଳି ଭାବେ ଧୁଅନ୍ତି, ସେପରି ଧନିଆପତ୍ରରେ ସାବୁନ ମାରି ଧୋଉଛନ୍ତି। ଯାହାର ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। କରୋନା ଭୂତାଣୁ ଭୟରେ ଲୋକେ ଏପରି କରୁଛନ୍ତି, ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୁରାଇଯିବ। ଆଉ ଆପଣ ନିଜ ହସକୁ ନିୟନ୍ତ୍ରଣରେ ରଖିପାରିବେ ନାହିଁ। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪୭.୩ ମିଲିୟନ ଭ୍ୟୁ ଏବଂ ୧.୯ ମିଲିଅନ ଲାଇକ ମିଳିସାରିଲାଣି। ଏହାଛଡା ଏଥିରେ ୫ ହାଜରୁ ଉର୍ଦ୍ଧ୍ୱ ଲୋକ କମେଣ୍ଟ ମଧ୍ୟ ଦେଇଛନ୍ତି। କମେଣ୍ଟରେ ୟୁଜର ଲେଖିଛନ୍ତି, ଦେଖିକରି, ଧନିଆରୁ ରଙ୍ଗ ଯେପରି ଛାଡି ନଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.