ମୁହଁରେ ହଳଦୀ ପ୍ୟାକ ଲଗେଇ ହଟହଟା ହେଲେ ଯୁବତୀ, ବଦଳି ଗଲା ଚେହେରାର ରଙ୍ଗ

ଚେହେରାରେ ଟିକେ ଗ୍ଲୋ ଆଣିବା ଆଣିବା ପାଇଁ ଭିନ୍ନ ଭିନ୍ନ ତରିକା ଆପଣେଇଥାନ୍ତି । କିଏ ଘରେ ପ୍ୟାକ ପ୍ରସ୍ତୁତ କରି ଲଗାନ୍ତି ତ କିଏ ପାର୍ଲର ଯାଇ ହଜାର ହଜାର ଟଙ୍କା ଉଡ଼ାନ୍ତି । କିଛି ଜଣଙ୍କ ଠାରେ ବ୍ୟୁଟି ଟ୍ରିଟମେଣ୍ଟ କରିବା ପରେ ରିଆକ୍ସନ ଦେଖାଦିଏ । ରିଆକ୍ସନ ହୋଇ କାହା ମୁହଁରେ ଫଳିଯାଏ ତ କାହା ମୁହଁ କଳା ପଡ଼ିଯାଏ । ସାଧାରଣତଃ ରସାୟନ ଯୁକ୍ତ ପ୍ରଡକ୍ଟରେ ହିଁ ଏପରି ଅବସ୍ଥା ଦେଖାଦିଏ । କିନ୍ତୁ ଘରୋଇ ଉପଚାରରେ ଯେ ଜଣଙ୍କୁ ଏମିତି ହଇରାଣ ହରକତର ସାମ୍ନା କରିବାକୁ ପଡିବ ହୁଏତ ଏହା ଶୁଣି କେହି ବିଶ୍ୱାସ କରିବେ ନାହିଁ । କିନ୍ତୁ ଏମିତି ହିଁ ଏକ ଘଟଣା ଘଟିଛି । ସ୍କଟଲ୍ୟାଣ୍ଡର ଜଣେ ଯୁବତୀ ଲାଉରେନ ରେନି ହିଁ ଏପରି ଏକ ପରିସ୍ଥିତିର ସାମ୍ନା କରିଛନ୍ତି । ନିକଟରେ ରେନି ନିଜ ଚେହେରାରେ ହଳଦୀ ମିଶା ଏକ

ଫେସ ପ୍ୟାକ ଲଗାଇଥିଲେ । ଆଉ ଏହାର ଭିଡିଓ ସେ ଏକ ସୋସିଆଲ ମିଡିଆରେ ସମସ୍ତଙ୍କ ସହ ସେୟାର ବି କରିଥିଲେ । କିନ୍ତୁ ଏହା ପରେ ଯାହା ଘଟିଥିଲା ସେଥିରେ ହାତବାକ ହୋଇଯାଇଥିଲେ ସମସ୍ତେ । ଶୁଖିଲା ପରେ ମୁହଁ ଧୋଇଥିଲେ ବି ମୁହଁରୁ ହଳଦିଆ ରଙ୍ଗ ଛାଡି ନଥିଲା । ଯେଉଁଥିରେ ବ୍ୟତିବ୍ୟସ୍ତ ହୋଇଯାଇଥିଲେ । ପରେ ଅନେକ ଥର ସ୍କ୍ରବ କରିବା ପରେ ତାଙ୍କ ଚେହେରା ରଙ୍ଗ ପୂର୍ବବସ୍ଥାକୁ ଫେରି ଆସିଥିଲା ।କିଛି ଜଣ ରିପ୍ଲାଏ ଦେଇଥିଲେକି ଆପଣଙ୍କ ଚେହେରାରେ ଏକ ଗୋଲଡେନ ଗ୍ଲୋ ଆସିଗଲା । ଏହି ଭିଡିଓଟିକୁ ଅନେକ ଲୋକ ଦେଖିଥିବା ବେଳେ ହଜାର ହଜାର ଲାଇକ୍ସ ବି ମିଳିସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.