ଏସିଡିଟି ବା ଗ୍ୟାସ୍‌ ସମସ୍ୟା ଥିଲେ ରାତିରେ ଆଦୌ ଖାଆନ୍ତୁ ନାହିଁ ପନିର, ନଚେତ୍‌ ଭୋଗି ପାରନ୍ତି କଷ୍ଟ

ପନିର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। କିନ୍ତୁ ଏହାର ମାନେ ନୁହେଁ ଯେ ଏହାକୁ ଅଧିକ ମାତ୍ରାରେ ସେବନ କରିବା। ପନିରକୁ ଅତ୍ୟଧିକ ମାତ୍ରାରେ ସେବନ କଲେ ଶରୀରକୁ ଅନେକ କ୍ଷତି ପହଞ୍ଚିଥାଏ। ଆଜି ଆମେ ଆପଣଙ୍କୁ ପନିର ଖାଇବାର କ୍ଷତି ବିଷୟରେ କହିବୁ।

୧. ଯଦି ଆପଣ ହୃଦୟକୁ ସୁସ୍ଥ ରଖିବାକୁ ଚାହାନ୍ତି ଏବଂ କୋଲେଷ୍ଟ୍ରୋଲକୁ ବି କଣ୍ଟ୍ରୋଲ କରିବାକୁ ଚାହାନ୍ତି, ତା’ହେଲେ ପନିରକୁ ଯେତେ ସମ୍ଭବ କମ୍‌ ଖାଆନ୍ତୁ।

୨. ପନିରରେ ଲୁଣ ମହଜୁଦ୍‌ ଥିବା କାରଣରୁ ଏଥିରେ ସୋଡିୟମ୍‌ର ମାତ୍ରା ଅଧିକ ରହିଥାଏ। ତେଣୁ ଅଧିକ ପନିର ଖାଇଲେ ହାଇ ବ୍ଲଡ୍‌ ପ୍ରେସର ହେବାର ସମ୍ଭାବନା ଥାଏ।

୩. ଯାହାଙ୍କୁ ଏସିଡିଟି ସମସ୍ୟା ଥାଏ, ସେମାନେ ମଧ୍ୟ ପନିର କମ୍‌ ଖାଇବା ଉଚିତ। ଯଦି ଖାଇବାର ଅଛି, ଦିନ ସମୟରେ ଖାଆନ୍ତୁ। ରାତିରେ ଆଦୌ ପନିର ଖାଆନ୍ତୁ ନାହିଁ। ଏହାଦ୍ୱାରା ଏସିଡିଟି ଏବଂ ପେଟ ଖରାପ ହେବାର ସମ୍ଭାବନା ରହିଥାଏ।

୪. ପନିରକୁ ପ୍ରୋଟିନର ଭଲ ସ୍ରୋତ କୁହାଯାଇଥାଏ। କିନ୍ତୁ ଶରୀରରେ ପ୍ରୋଟିନର ଅଧିକ ମାତ୍ରା ଡାଇରିଆର କାରଣ ହୋଇପାରେ।

୫. କଞ୍ଚା ପନିର ଖାଇବାକୁ ବହୁତ ଲୋକ ପସନ୍ଦ କରିଥାଆନ୍ତି। କିନ୍ତୁ ଏହା ଭୁଲ ନୁହେଁ। କଞ୍ଚା ପନିର ଖାଇବା ଦ୍ୱାରା ଇନ୍‌ଫେକ୍ସନ ହେବାର ଆଶଙ୍କା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.