Below header

ଏହି ଗାଁରେ ଅନ୍ତିମ ଯାତ୍ରାରେ ମହିଳାମାନେ କରିଥାନ୍ତି ଅଶ୍ଳୀଳ ଡ୍ୟାନ୍ସ, କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ

ଭଗବାନଙ୍କ ନିୟମ ଆଗରେ ଆମ୍ଭେମାନେ ସବୁବେଳେ ବନ୍ଧା। ପ୍ରତ୍ୟେକ ମଣିଷ ଜନ୍ମ ହୋଇଛି ମାନେ ତାର ମୃତ୍ୟୁ ସୁନିଶ୍ଚିତ। ଏହା ଜୀବନର ସତ୍ୟ। ସାଧାରଣତଃ ଯେକୌଣସି ପରିବାରଜନଙ୍କ ମୃତ୍ୟୁ ବେଳେ ପରିବାର ଲୋକେ, ବନ୍ଧୁ, ସମ୍ପର୍କୀୟ ଏବଂ ପେଡାଶୀ ଲୋକ ଦୁଃଖି ହେବା ସହିତ କାନ୍ଦିଥାନ୍ତି। କିନ୍ତୁ ଚୀନରେ ଏପରି ଏକ ସ୍ଥାନ ରହିଛି ଯେଉଁଠାରେ କେହି ମୃତ୍ୟୁବରଣ କରିବା ଦ୍ୱାରା ଅଶ୍ଳୀଳ ଡ୍ୟାନ୍ସ ହୋଇଥାଏ। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ। କିନ୍ତୁ ଏହା ସତ୍ୟ, ଏମାନେ କାହାର ମୃତ୍ୟୁରେ ଖୁସି ହୋଇ ଏପରି କରିଥାନ୍ତି। ଚୀନର ଗ୍ରାମୀଣ ଅଞ୍ଚଳରେ ଏପରି ପରମ୍ପରା ଦେଖିବାକୁ ମିଳିଥାଏ। ଏହି ଅଜବ ରୀତିନୀତି, ପରମ୍ପରା ବିଷୟରେ ନିଶ୍ଚିତ ଭାବେ ଜାଣିବାକୁ ଆପଣଙ୍କର ଇଚ୍ଛା ହେଉଥିବ।

stripers

ଚୀନର କିଛି ଗ୍ରାମୀଣ ଅଞ୍ଚଳରେ ଯଦି କାହାର ମୃତ୍ୟୁ ହୋଇଯାଏ, ତେବେ ତା’ର ଅନ୍ତିମ ସଂସ୍କାର ସହିତ ଏଠିକାର ମହିଳାମାନେ ଅଶ୍ଳୀଳ ଡ୍ୟାନ୍ସ କରିଥାନ୍ତି। ଏହି ପରମ୍ପରା ଗ୍ରାମରେ ଅନେକ ବର୍ଷରୁ ଚାଲିଆସିଛି। ଯାହା ଏବେ ଆଧୁନିକତାର ରୂପ ନେଇସାରିଲାଣି। ଏଠାରେ ନିଜ ସ୍ୱାମୀ ମରିବା ପରେ ପତ୍ନୀ ଷ୍ଟ୍ରିପ୍‌ ଡ୍ୟାନ୍ସରକୁ ଡାକି ନାଚନ୍ତି। ଏମାନେ ଆସି ଡ୍ୟାନ୍ସ କରିବା ସହିତ କାନ୍ଦିବାର ନାଟକ ମଧ୍ୟ କରନ୍ତି। ସୂଚନା ମୁତାବକ, ଏହି ପରମ୍ପରା ପଛରେ ଏଠିକାର ମହିଳାମାନଙ୍କର ଅଜବ କାରଣ ରହିଛି। ସେମାନଙ୍କ ଅନୁସାରେ, ସ୍ୱାମୀଙ୍କ ନିଧନ ପରେ ତାଙ୍କୁ ଶ୍ରେଷ୍ଠ ଉପହାର ଦେବା ପାଇଁ ମହିଳାମାନେ ଏପରି କରିଥାନ୍ତି। ଏହି ଡ୍ୟାନ୍ସ କରିବାର ପରମ୍ପରାର ବହୁତ ମହତ୍ତ୍ୱ ରହିଛି। ଏମାନେ ଶ୍ମଶାନରେ ଶବକୁ ରଖି ଏହା ପାଖରେ ନାଚିଥାନ୍ତି। ଏହାସହିତ ଅନ୍ୟ ଡ୍ୟାନ୍ସରକୁ ଡାକି ନୃତ୍ୟ କରିବା ଦ୍ୱାରା ଅନ୍ତିମ ଯାତ୍ରାରେ ଅନେକ ଲୋକ ମଧ୍ୟ ଏକାଠି ହୋଇଥାନ୍ତି। ଫଳରେ ମୃତ ବ୍ୟକ୍ତିଙ୍କ ଆତ୍ମାକୁ ଶାନ୍ତି ମିଳିଥାଏ ବୋଲି ଏକ ବିଶ୍ୱାସ ରହିଛି।

ଏହି ଅଜବ ପ୍ରକାର ପରମ୍ପରା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଚୀନ ସରକାର ଚେଷ୍ଟା କରୁଛନ୍ତି। ୨୦୦୬ ଏବଂ ୨୦୧୫ ମସିହାରେ ଚୀନ ସରକାର ଏହି ରୀତିନୀତି ଏବଂ ପରମ୍ପରାକୁ ରୋକିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ସତେ୍ତ୍ୱ ମଧ୍ୟ ଗ୍ରାମୀଣ ଅଞ୍ଚଳରେ ଏହି ପ୍ରଥା ଚାଲିଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.