ବାଲେଶ୍ୱର: ଅଭାବ ଆଗରେ ବାଜି ଲାଗିଲା ସମ୍ପର୍କ, ଝିଅକୁ ଦାନ କରିଦେଲା ମାଆ!

ବାଲେଶ୍ୱର(କେନ୍ୟୁଜ୍) : ନୀଳଗିରି ବ୍ଲକ ପିଠାଅତା ପଂଚାୟତ ଅଧିନ ଟାଙ୍ଗଣା ଗ୍ରାମର ପିଟୁ ସିଂଙ୍କ ପୁଅ ଗଣେଶଙ୍କୁ ଗରଡ଼ିହି ପଂଚାୟତ ଅଧିନ କୁଞ୍ଚିବଣିଆ ଗ୍ରାମର ଘନ ସିଂଙ୍କ ଝିଅ ଗୀତା ସିଂ ପ୍ରେମ ବିବାହ କରିଥିଲେ। ବାପା ମା ବିରୋଧ କରିବା ପରେ ମଧ୍ଯ ବିବାହ ପରେ ସବୁ ଠିକ୍ ହୋଇଯିବ ବୋଲି ଭାବିଥିଲେ ଗୀତା। ତେବେ କିଏ ଜାଣିଥିଲା ସ୍ୱାମୀ ତାଙ୍କୁ ପ୍ରତାରିତ କରିବ। ଶିଶୁ ପୁତ୍ର ଜନ୍ମ ହେବାପରେ ଗୀତା ଜାଣିବାକୁ ପାଇଥିଲେ କି, ସ୍ୱାମୀ ଆହୁରି ତିନିଜଣଙ୍କୁ ବିବାହ କରିଛନ୍ତି। ଏହି କାରଣକୁ ନେଇ ବାରମ୍ବାର ଝଗଡା ଲାଗିରହିବାରୁ ତାଙ୍କୁ  ଛାଡିଦେଇ ବାପ ଘରେ ପୁଅ କୁ ଧରି ମୁଣ୍ଡ ଗୁଂଜିଥିଲେ।

କିନ୍ତୁ ୫ ଦିନ ପୂର୍ବରୁ ଗୀତା ଏକ ଶିଶୁ କନ୍ୟାକୁ ଜନ୍ମ ଦେବାପରେ ବାପ ଘର ଲୋକ ଏହାକୁ ପାପ ବୋଲି ଦର୍ଶାଇଥିଲେ । ଏହାପରେ ଶିଶୁ କନ୍ୟାକୁ ଅନ୍ୟ କାହାରିକୁ ନ ଦେଇଦେଲେ ଘରକୁ ପୁଅଇ ଦେବେ ନାହିଁ ବୋଲି ଧମକ ଦେଇଥିଲେ। ତେବେ ପେଟର ଜ୍ବାଳା ସହ ଶିଶୁପୁତ୍ରଟିର ଭବିଷ୍ୟତକୁ ଆଖି ଆଗରେ ରଖି ଆଜି ମହିଳା ଜଣକ ପୋଡାଶୂଳ ଅଂଚଳରେ ଶିଶୁକୁ ଦେବାକୁ ଆସିଥିଲେ। ଡାହି ସାହି ଗ୍ରାମରେ ରହୁଥିବା ମହିଳାଙ୍କ ଭିଣୋଇ ରଞ୍ଜିତ ସିଂ ଖବର ପାଇ ତାଙ୍କର କୌଣସି ପିଲା ନଥିବାରୁ ଶିଶୁକନ୍ୟାକୁ ଆପଣେଇ ନେଇଥିଲେ। ତେବେ ମହିଳା ଜଣକ ନିଜର ଭାଗ୍ୟକୁ ଆଦରି ଏପରି କରିଥିବାବେଳେ ତାଙ୍କ ଭିଣୋଇ ପିଲା ନଥିବାରୁ ଶିଶୁ କନ୍ୟାକୁ ନେଇଥିବା କହିଛନ୍ତି।

mother childଏଭଳି ଘଟଣା ନେଇ ଅଞ୍ଚଳବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖାଯାଇଥିବାବେଳେ, ଅସହାୟ ମହିଳାଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସ୍ଥାନୀୟ ପ୍ରଶାସନର ହସ୍ତକ୍ଷେପ ଦାବି କରିଛନ୍ତି । ତେବେ ଏନେଇ ନୀଳଗିରି ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସେ ତଦନ୍ତ କରି ଉଚିତ୍ ପଦକ୍ଷପ ନେବେ ବୋଲି କହିବା ସହ ସ୍ୱାମୀ କାହିଁକି ମହିଳାଙ୍କୁ ଛାଡିଲେ ଏନେଇ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ହେବ ବୋଲି କହିଛନ୍ତି । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଏଭଳି ଘଟଣା ବାରମ୍ବାର ହେଇଥିବା ବେଳେ ସଚେତନ ମୂଳକ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.