ଏମିତି ମନ୍ଦିର, ଯାହାର ବିଭୁତି ଆମେରିକା, ଅଷ୍ଟ୍ରେଲିଆ ଓ ୟୁଏଇକୁ ଯାଇଥାଏ

ସନାତନ ଧର୍ମ କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ଏହାର ପ୍ରଭାବ ରହିଛି । ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠୁ ଯଜ୍ଞର ଭସ୍ମ ଯାଇଥାଏ ଆମେରିକା, ଅଷ୍ଟ୍ରେଲିଆ ଓ ୟୁଏଇକୁ । ଆସନ୍ତୁ ଜାଣିବା କ’ଣ ରହିଛି ସେହି ମନ୍ଦିର କାହାଣୀ ।

ଏବେ ଆରମ୍ଭ ହେବାକୁ ଯାଉଛି ମାଘ ମାସ । ସନାତନ ଧର୍ମ ଅନୁଯାୟୀ ଏହି ମାସରେ ଆରମ୍ଭ ହୋଇଥାଏ ଗୁପ୍ତ ନବରାତ୍ର । କୁମ୍ଭ ସଂକ୍ରାନ୍ତି ରୁ ଆରମ୍ଭ ହେବ ଗୁପ୍ତ ନ ବରାତ୍ର ।ଏହି ଅବସରରେ ଏମିତି ଏକ ମନ୍ଦିର ରହିଛି ଯେଉଁଠୁ ପୋଷ୍ଟ ଅଫିସ ମାଧ୍ୟମରେ ବିଭୁତି ଯାଇଥାଏ ବିଦେଶକୁ । ଏହି ମନ୍ଦିରରେ ରହିଛନ୍ତି ଦେବୀ ଭଗବତୀ ଯାହାଙ୍କୁ ଏଠାରେ ରାଜ ରାଜେଶ୍ୱରୀ ଦେବୀ ରୂପରେ ପୂଜା କରାଯାଇଥାଏ ।

rajrajeswari temple
photo credit: www.uttarakhandTemples.in

ଶ୍ରୀ ରାଜ ରାଜେଶ୍ୱରୀଙ୍କ ସିଦ୍ଧ ପୀଠ ଦେବଭୂମି ଉତ୍ତରାଞ୍ଚଳ ର ଶ୍ରୀନଗର ଗଢ଼ବାଲ୍‌ ଠାରୁ ୧୮ କିମି ଦୂରରେ ଅବସ୍ଥିତ । ଏଠାରେ ମା’ଙ୍କ ଦର୍ଶନ ପାଇଁ ବର୍ଷ ସାରା ଭିଡ଼ ଲାଗିଥାଏ । ଧନ,ଯଶ, ଯୋଗ ଓ ମୋକ୍ଷ ର ଦେବୀ କୁହାଯାଉଥିବା ଶ୍ରୀ ରାଜ ରାଜେଶ୍ୱରୀଙ୍କ ସିଦ୍ଧ ପୀଠ ଘନ ଜଙ୍ଗଲ ଓ ଗ୍ରାମୀଣ ପରିବେଶ ଦେବଲଗଡ଼ରେ ଅବସ୍ଥିତ । ପ୍ରାଚୀନ କାଳରେ ଏହି ମନ୍ଦିର କେହି ରାଜବଂଶର କୁଳ ଦେବତା ରୂପରେ ପୂଜା ପାଉଥିଲେ । ଏବେ ଏଠାକୁ ଦେଶ ଓ ଦେଶ ବାହାରର ଭକ୍ତମାନେ ସେମାନଙ୍କର ମନସ୍କାମନା ପୂର୍ଣ୍ଣ ପାଇଁ ଆସିଥାନ୍ତି ।

କୁହାଯାଏ, ଗଢ଼ବାଲ ରାଜା ଅଜୟପାଳ ଚାନ୍ଦପୁର ଗଢ଼ିରୁ ତାଙ୍କର ରାଜଧାନୀ ବଦଳାଇ ଦେବଲଗଡ଼ ଆସିଥିଲେ । ଏଠାରେ ରାଜା ଶ୍ରୀଯନ୍ତ୍ର ସ୍ଥାପନ କରିଥିଲେ । ପରେ ମହିଷାମର୍ଦ୍ଦିନ ଯନ୍ତ୍ର ଓ କାମେଶ୍ୱରୀ ଯନ୍ତ୍ର ସ୍ଥାପନ କରିଥିଲେ । ଏହା ପ୍ରାୟ ୧୫୧୨ ମସିହାର କଥା ବୋଲି କୁହାଯାଏ ।

ରାଜରାଜେଶ୍ୱରୀ ମନ୍ଦିରର ବିଶେଷତ୍ତ୍ୱ :

ବଶେଷତ୍ତ୍ୱ ହେଉଛି ଏହି ମନ୍ଦିରରେ ମା’ କିମ୍ବା ଯନ୍ତ୍ର ରୁହନ୍ତି ନାହିଁ । ତେଣୁ ମନ୍ଦିରର ମୂର୍ତ୍ତି ଓ ଯନ୍ତ୍ର ଘରେ ରହିଥାନ୍ତି । ଏହା ପ୍ରତିଦିନ ପୂଜା ହୋମ ପରମ୍ପରା ଅନୁଯାୟୀ ହୋଇଥାଏ । ନବରାତ୍ର ସମୟରେ ଯନ୍ତ୍ରଙ୍କ ପୂଜାର୍ଚ୍ଚନା ସହ ପ୍ରସାଦ ରୂପରେ ହରିୟାଲି ବଣ୍ଟା ଯାଇଥାଏ । ୧୯୮୧ ରୁ ଏଠାରେ ଅଖଣ୍ଡ ଜ୍ୟୋତି ପରମ୍ପରା ଆରମ୍ଭ ହୋଇଥିବା ଏଠାକାର ପୂଜକ କୁହନ୍ତି ।

ବିଦେଶରେ ମଧ୍ୟ ରହିଛି ଅତୁଟ ବିଶ୍ୱାସ :

କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ମା’ଙ୍କ ଉପରେ ରହିଛି ଅତୁଟ ବିଶ୍ୱାସ । ଯେଉଁଥିପାଇଁ ମନ୍ଦିରର ଅଫିସ ମାଧ୍ୟମରେ ବିଦେଶକୁ ଯଜ୍ଞର ବିଭୂତି ପୋଷ୍ଟାଲ୍‌ ମାଧ୍ୟମରେ ଯାଇଥାଏ । ଏଠାରୁ ବିଭୂତି ଯାଉଥିବା ଦେଶଗୁଡିକ ମଧ୍ୟରେ ରହିଛି ଆମେରିକା, ଅଷ୍ଟ୍ରେଲିଆ, ସାଉଦୀ ଆରବ ଓ ଲଣ୍ଡନ । ଏହିଥିରୁ ଆପଣ ଜାଣିପାରୁଥିବେ ଏହି ଶକ୍ତି ପୀଠର ମାହାତ୍ମ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.