Below header

ଏହା ହେଉଛି ଦୁନିଆର ସବୁଠାରୁ ହାଲୁକା ମିଠା, ଯାହା ତିଆରି ହୋଇଛି ପବନରେ: ପଢନ୍ତୁ ରୋଚକ କାହାଣୀ

ମିଠା ଖାଇବାକୁ କାହାକୁ ବା ଭଲ ନ ଲାଗେ। ଦୁନିଆରେ ବିଭିନ୍ନ ପ୍ରକାରର ମିଠା ମିଳିଥାଏ। କିନ୍ତୁ ଭାରତରେ ଅଗଣିତ ମିଠାର ପ୍ରକାର ରହିଛି। କିନ୍ତୁ ଆପଣ ଭାବୁଥିବେ, କ’ଣ ପାଇଁ ଆମେ ମିଠା ବିଷୟରେ ଆପଣଙ୍କୁ କହୁଛୁ। ଆମେ ଆପଣଙ୍କୁ ଏପରି ଏକ ମିଠା ବିଷୟରେ କହିବୁ, ଯାହା ବିଷୟରେ ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହେବେ। ଏହା ସବୁଠାରୁ ସ୍ୱତନ୍ତ୍ର ମିଠା। ଆପଣ ଏପରି ମିଠା ବିଷୟରେ ପୂର୍ବରୁ କେବେ ବି କଳ୍ପନା କରିନଥିବେ।

dessert1

ବ୍ରିଟେନର କାରିଗର ଦୁନିଆର ସବୁଠାରୁ ହାଲୁକା ମିଠା ତିଆରି କରିଛନ୍ତି। ଏହି ମିଠାର ଓଜନ ମାତ୍ର ଏକ ଗ୍ରାମ। ଏହି ମିଠାର ୯୬ ପ୍ରତିଶତ କେବଳ ପବନରେ ତିଆରି । ଅର୍ଥାତ୍‌ ଏହାକୁ ତିଆରି କରିବା ପାଇଁ ମାତ୍ର ୪ ପ୍ରତିଶତ ପଦାର୍ଥ ବ୍ୟବହାର କରାଯାଇଛି। ଏହି ମିଠାକୁ ତିଆରି କରିବା ପାଇଁ ବୈଜ୍ଞାନିକମାନଙ୍କ ସହାୟତା ନିଆଯାଇଛି। ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ କି, ମିଠା ତିଆରି କରିବା ପାଥଇଁ ବୈଜ୍ଞାନିକଙ୍କ ଆବଶ୍ୟକତା କଣ ଦରକାର।

sweet 1

ଦୁନିଆର ସବୁଠାରୁ ହାଲୁକା ମିଠାକୁ ଲଣ୍ଡନର ଡିଜାଇନର ଷ୍ଟୁଡିଓ ବମ୍‌ପାସ ଏଣ୍ଡ ପାର ର କାରିଗରମାନେ ଏରୋଜେଲେକ୍ସ ଲାବ୍ରୋଟାରୀର ବୈଜ୍ଞାନିକମାନଙ୍କ ସହିତ ମିଶି ଜର୍ମାନୀର ହମବର୍ଗରେ କରାଯାଇଛି। ଏହି ମିଠାକୁ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକମାନେ ପ୍ରଥମେ ଦୁନିଆର ସବୁଠାରୁ ହାଲୁକା ଖାଦ୍ୟଯୁକ୍ତ ପଦାର୍ଥକୁ ଏଥିରେ ବ୍ୟବହାର କରିଥିଲେ। ଏହାକୁ ଏରୋଜେଲରେ ପ୍ରସ୍ତୁତ କରାଯାଇଛି। ଯାହା ଦୁନଆର ସବୁଠାରୁ ହାଲୁକା ପଦାର୍ଥ। ଏହାର ଆବିଷ୍କାର ୧୯୩୧ ମସିହାରେ ହୋଇଥିଲା।

mithha

ଆମେରିକାର ରସାୟନବିତ ସାମୁଏଲ କିଷ୍ଟଲର ଏହାକୁ ଆବିଷ୍କାର କରିଥିଲେ। ଏହି ମିଠାକୁ ତିଆରି କରିବା ପାଇଁ ପ୍ରଥମେ ଅଣ୍ଡାର ଧଳାଅଂଶକୁ ହାଇଡ୍ରୋଜେଲ ତିଆରି କରାଯାଏ ଏବଂ ପରେ କ୍ୟାଲସିୟମ କ୍ଲୋରାଇଡ ଏବଂ ପାଣିରେ ବୁଡାଇ ଯାଇ ଏକ ଛାଞ୍ଚରେ ରଖାଯାଏ। ଏହା ସ୍ୱାଦରେ କିପରି ତାହା ଏପର୍ଯ୍ୟନ୍ତ କେହି ଜାଣିନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.