ଆଣ୍ଡ୍ରଏଡ୍‌ ୟୁଜରଙ୍କ ପାଇଁ ଖୁସି ଖବର, ମାଲଓ୍ଵୟାର ବିରୁଦ୍ଧରେ Google ନେଉଛି ବଡ ପଦକ୍ଷେପ

ଆପଣ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ବହୁତ ଥର ନୋଟିସ କରିଥିବେ ଆପଣଙ୍କ ଡିଭାଇସ ଅନେକ ଥର ମାଲ୍ଟଓ୍ଵୟାର ଆଟାକର ଶିକାର ହୋଇଥିବ। ପ୍ରାୟ ଏମିତି ଖବର ଆସେ ଯେ ଗୁଗଲ ପ୍ଲେ ଷ୍ଟୋରରେ ଏମିତି କିଛି ଆପ୍‌ ଅଛି ଯାହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରୀ କରୁଛି। ଏଥିରେ ମାଲଓ୍ଵୟାର, କ୍ଲିକ୍ଟଓ୍ଵୟାର, ଆଡ୍ଟଓ୍ଵୟାର ଭଳି ଖତରନାକ ରାନସମଓ୍ଵାର ସଫ୍ଟଓ୍ଵୟାର ରହିଛି।

ଏଥିପାଇଁ ଗୁଗଲ ମାଲଓ୍ଵୟାର ସହିତ ଲଢ଼ିବା ପାଇଁ କିଛି ସାଇବର ସିକ୍ୟୁରିଟୀ କମ୍ପାନୀ ସହିତ ପାର୍ଟନରସିପ୍‌ କରୁଛି। ଏହି App Defense Allianceକୁ କୁହାଯାଉଛି। ଏହାଦ୍ୱାରା ନୂଆ ଥ୍ରେଟର ପତ୍ତା ଲଗାଇ ସ୍ମାର୍ଟଫୋନକୁ ମାଲଓ୍ଵୟାର ଆଟାକ୍‌ ଠାରୁ ରକ୍ଷା କରାଯାଇପାରିବ।

malwareଏହାପୂର୍ବରୁ ଗୁଗଲ ୨୦୧୭ରେ Google Play Protectର ଆରମ୍ଭ କରିଥିଲା। ଏହାର ପ୍ରମୁଖ କାମ ହେଉଛି ଗୁଗଲ ପ୍ଲେ ଷ୍ଟୋରର ଆପକୁ ସ୍କାନ କରିବା। କମ୍ପାନୀ ଜଣାଇଛି ଯେ ପାଞ୍ଚ ଲକ୍ଷ ଆପକୁ ଏହା ଲଗାତର ସ୍କାନ କରିଥାଏ। କିନ୍ତୁ ଏବେ ପଯ୍ୟର୍ନ୍ତ ମାଲଓ୍ଵୟାରକୁ ସମ୍ପୂର୍ଣ୍ଣ ଭାବେ ଲଗାମ ଦିଆଯାଇପାରିନାହିଁ।

ଏହାସହ ପଢନ୍ତୁ : ଆପଣ ବି ସହଜରେ ଟ୍ରାକ୍‌ କରିପାରିବେ ନିଜ ସାଙ୍ଗର ଲୋକେସନ୍‌, ଏହା ହେଉଛି ସେହି ଇଜି ତରିକା

କମ୍ପାନୀ ନିଜ ଗୁଗଲ ପ୍ଲେ ପ୍ରୋଟେକ୍ଟ ମାଲଓ୍ଵୟାର ଡିଟେକସନ ସିଷ୍ଟମକୁ ନିଜର ସବୁ ପାର୍ଟନର ସ୍କାନିଂ ଇଞ୍ଜିନରେ ଇଣ୍ଟିଗ୍ରେଟ କରୁଛି। ଅର୍ଥାତ ଏହାଦ୍ୱାରା ଥାର୍ଡ ପାର୍ଟୀକୁ ଗୁଗଲ ପ୍ଲେ ଷ୍ଟୋରକୁ ଆସିବା ପୂର୍ବରୁ ଭଲଭାବେ ଯାଞ୍ଚ କରାଯାଇପାରିବ। ଗୁଗଲ App Defense Alliance ଦ୍ୱାରା ESET, Lookout ଏବଂ Zimperium ସହିତ ପାର୍ଟନରସିପ୍‌ କରିଛି। App Defense Allianceଦ୍ୱାରା ୟୁଜର୍ସଙ୍କୁ ପ୍ରଭାବ ପଡିବ କାରଣ ଏହାଦ୍ୱାରା ମାଲଓ୍ଵୟାର ଆଟାକ୍‌ ପୂର୍ବ ଅପେକ୍ଷା କମ୍‌ ହୋଇପାରିବ।

ଏହାସହ ପଢନ୍ତୁ : Google Pay ଆଣିଲା ନୂଆ ସିକ୍ୟୁରିଟୀ ଫିଚର, ଏଣିକି ଫେସ୍ ରିକଗ୍ନିସନ୍‌ ଏବଂ ଫିଙ୍ଗରପ୍ରିଣ୍ଟ ଦ୍ୱାରା କରିପାରିବେ…

ଦୁନିଆରେ ୨.୫ ମିଲିୟନ ଆଣ୍ଡ୍ରଏଡ୍‌ ୟୁଜର୍ସ ଅଛନ୍ତି। କମ୍ପାନୀର କହିବା କଥା ଯେ ଏତେ ସଂଖ୍ୟାର ୟୁଜର୍ସ ଥିବାର କାରଣରୁ ଆଣ୍ଡ୍ରଏଡ୍‌ ଟାର୍ଗେଟ ରଖୁଛି। ଏହି ଟାର୍ଗେଟ ଅନେକ ପ୍ରକାର ହୋଇପାରେ ଯେଉଁଥିରେ ଗୋଟିଏ ହେଉଛି ମାଲଓ୍ଵୟାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.