ଅସରପାର ପୂରା ପରିବାରକୁ ଯୁବକଙ୍କ କାନରୁ ବାହାର କଲେ ଡାକ୍ତର, ଆଶ୍ଚର୍ଯ୍ୟ ନ ହୋଇ ପଢ଼ନ୍ତୁ ସମ୍ପୂର୍ଣ୍ଣ ଘଟଣା

ଜଣେ ବ୍ୟକ୍ତିଙ୍କର କାନ ଯନ୍ତ୍ରଣା ହେବାରୁ ସେ ଡାକ୍ତରଙ୍କ ପାଖକୁ ଚେକଅପ୍‌ କରିବାକୁ ଯାଇଥିଲେ। ଯାଞ୍ଚ କରିବା ପରେ ଯାହା ସାମ୍ନାକୁ ଆସିଲା ତାହା ଶୁଣି ଆପଣଙ୍କ ଆଖି ପୂରା ଖୋଲା ହିଁ ଖୋଲା ରହିଯିବ।

cockrochଘଟଣାଟି ହେଉଛି ଚୀନର ଗୁଆଁଗଡୋଙ୍ଗ ଇଲାକାର। ଏଠାରେ ଜଣେ ୨୪ ବର୍ଷିୟ ଯୁବକଙ୍କ କାନ ବହୁତ ଜୋରସେ ଯନ୍ତ୍ରଣା ହେଉଥିଲା। ଯାହାପରେ ଯୁବକ ଜଣଙ୍କ ଡାକ୍ତରଙ୍କ ପାଖରେ ପହଁଚିଥିଲେ। ଯେତେବେଳେ ଡାକ୍ତର ତାଙ୍କର ଯାଞ୍ଚ କରିଥିଲେ ସେତେବେଳେ ତାଙ୍କ କାନ ଭିତରୁ ୧୦ଟି ଅସରପା ଛୁଆ ବାହାରିଲା।

ear cockrochଏହାକୁ ଦେଖି ଡାକ୍ତରଙ୍କ ସମେତ ଯୁବକଙ୍କ ପୂରା ପରିବାର ଆଶ୍ଚର୍ଯ୍ୟ ହୋଇଗଲେ। ଏହାପରେ ଡାକ୍ତର ସେହି ଅସରପା ଛୁଆଙ୍କର ମାକୁ ବାହାରକୁ ବାହାର କଲେ। ଡାକ୍ତରଙ୍କ କହିବାନୁଯାୟୀ ଏହା କେବେଠାରୁ କାନରେ ରହିଛନ୍ତି ତାହା ଜଣାପଡୁନାହିଁ।

cockroaches earଅସରପା ମାନେ ବ୍ୟକ୍ତିଙ୍କ କାନର ଅତିରିକ୍ତ ନଳୀକୁ ମଧ୍ୟ ବହୁତ କ୍ଷତି ପହଁଚାଇଛନ୍ତି। ରିପୋର୍ଟ ଅନୁଯାୟୀ ଏହି ବ୍ୟକ୍ତି ତାଙ୍କ ବେଡ୍‌ ପାଖରେ ଖାଦ୍ୟ ଖାଆନ୍ତି ଆଉ ଯେଉଁ ଖାଦ୍ୟ ବଳକା ରହିଯାଏ ତାକୁ ସେହିଠାରେ ହିଁ ରଖିଦିଅନ୍ତି। ବ୍ୟକ୍ତିଙ୍କୁ କାନରେ ଅସରପା ପସିବା ବିଷୟରେ ଜଣାନଥିଲା କିନ୍ତୁ ଯେତେବେଳେ ଅସରପା କାନରେ ଚଳପ୍ରଚଳ ହେଲା ସେତେବେଳେ ଯାଇ ଯୁବକ ଜାଣିପାରିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.